Advertisment

‘ପ୍ରତି ପଞ୍ଚାୟତରେ ଖୋଲିବ ଆରୋଗ୍ୟମ୍ ସେଣ୍ଟର, ରହିବେ ଯୋଗ ପ୍ରଶିକ୍ଷକ’

ଖୁବ୍‌ ଶୀଘ୍ର ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ଆରୋଗ୍ୟମ୍ ସେଣ୍ଟର । ପ୍ରତି ସେଣ୍ଟରରେ ଯୋଗ ପ୍ରଶିକ୍ଷକ ରହିବେ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

author-image
Niharika Rout
Health Minister

Health Minister

ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ବଜାୟ ରହିବ । ଏଥିପାଇଁ ଯୁବବର୍ଗ ଯୋଗ ପ୍ରତି ଆକୃଷ୍ଟ ହେବା ଆବଶ୍ୟକ । ଏହାକୁ ଆଖି ଆଗରେ ରଖି ଖୁବ୍‌ ଶୀଘ୍ର ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ଆରୋଗ୍ୟମ୍ ସେଣ୍ଟର । ପ୍ରତି ସେଣ୍ଟରରେ ଯୋଗ ପ୍ରଶିକ୍ଷକ ରହିବେ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

Advertisment

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ହୋଇଥିଲା ଅନ୍ତର୍ଜାତୀୟ ଯୋଗ ଦିବସ । ଏଠାରେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଏହି ଅବସରରେ ସେ କହିଥିଲେ, ଯୋଗ ଓ ଆୟୁର୍ବେଦର ପ୍ରଚାର ପାଇଁ ଖୋଲିବ ଆରୋଗ୍ୟମ୍ ସେଣ୍ଟର । ଭାରତ ସରକାରଙ୍କ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସବୁ ଗ୍ରାମ ପଞ୍ଚାୟତରେ ଆରୋଗ୍ୟ ସେଣ୍ଟର ଖୋଲାଯିବା ନିମନ୍ତେ ପ୍ରସ୍ତାବ ରହିଛି। ପ୍ରତି ସେଣ୍ଟରରେ ଜଣେ ଲେଖାଏଁ ଯୋଗ ପ୍ରଶିକ୍ଷକ ରହିବେ। ଯୋଗ ଓ ଆର୍ୟୂବେଦର ପ୍ରଚାର, ପ୍ରସାର ପାଇଁ କେନ୍ଦ୍ର ସହ ମିଶି ଆମେ ପ୍ରମୁଖ ଭୂମିକା ତୁଲାଇବୁ।

Advertisment

ଚଳିତ ବର୍ଷ ଯୋଗ ଦିବସ୍‌ର ଥିମ୍‌ ରହିଛି ‘ଯୋଗ ସ୍ୱୟଂ ଓ ସମାଜ ପାଇଁ’ । ଏହି ଅବସରରେ ଶ୍ରୀନଗରରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ଯୋଗ ଦିବସର ଆରମ୍ଭ ୨୦୧୫ ମସିହାରେ ହୋଇଥିଲ। । ୨୦୧୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ସଂଯୁକ୍ତ ରାଷ୍ଟ୍ର ସମ୍ମୁଖରେ ଭାରତ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ନିମନ୍ତେ ପ୍ରସ୍ତାବ ରଖିଥିଲା। ଉକ୍ତ ପ୍ରସ୍ତାବକୁ ୧୭୭ ଦେଶର ସମର୍ଥନ ମିଳିଥିଲା।

ଏହାପରେ ୨୦୧୪ ମସିହା ଡିସେମ୍ବର ୧୧ ତାରିଖରେ ୟୁଏନ ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଥିଲା। ଏହାପରଠୁ ଜୁନ୍‌ ୨୧କୁ ପ୍ରତି ବର୍ଷ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ରୂପେ ବିଶ୍ୱର ବିଭିନ୍ନ ଦେଶରେ ପାଳନ କରାଯାଉଛି।

Yoga Day