Advertisment

ବିରଳ ପାର୍ଶ୍ୱପ୍ରତିକ୍ରିୟା ପକାଇପାରେ କୋଭିସିଲ୍ଡ ଟିକା

ଇଂଲଣ୍ଡ କୋର୍ଟରେ ଅଭିଯୋଗ ପରେ ସ୍ୱୀକାର କରିଛି ଟିକା ପ୍ରସ୍ତୁତକାରୀ କମ୍ପାନୀ ଆଷ୍ଟ୍ରାଜେନେକା।

ଅଦ୍ୟତନ ହୋଇଛି
Covishield Vaccine

Covishield Vaccine

Advertisment

କରୋନା ମାହାମାରୀ ଏବଂ ଏହାକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଟିକାର ପାର୍ଶ୍ୱପ୍ରତିକ୍ରିୟା ଉପରେ ଅନେକ ସମୟରେ ତର୍କ-ବିତର୍କ ହୁଏ। କୋଭିଡ ଟିକା ନେବାପରେ ଅନେକ ଲୋକ ବିଭିନ୍ନ ପ୍ରକାର ପାର୍ଶପ୍ରତିକ୍ରିୟା ବାବଦରେ ଅଭିଯୋଗ କରନ୍ତି। ବର୍ତ୍ତମାନ ଟିକା ପ୍ରସ୍ତୁତକାରୀ କମ୍ପାନୀ ମଧ୍ୟ ଏହା ସ୍ୱୀକାର କରିଛନ୍ତି।

Advertisment

କରୋନା ଟିକା କୋଭିସିଲ୍ଡ ସମ୍ପୂର୍ଣ୍ଣ ନିରାପଦ ନୁହେଁ ବୋଲି ଜଣାପଡିଛି। ଏହି ଟିକାରେ ବିରଳ ପାର୍ଶ୍ୱପ୍ରତିକ୍ରିୟା ଥିବା କମ୍ପାନୀ ସ୍ୱୀକାର କରିଛି। ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲକ ପ୍ଲେଟଲେଟ କାଉଣ୍ଟ କମିଯାଇପାରେ ବୋଲି ଇଂଲଣ୍ଡ କୋର୍ଟଙ୍କୁ ଟିକା ପ୍ରସ୍ତୁତକାରୀ କମ୍ପାନି ଆଷ୍ଟ୍ରାଜେନେକା ଜଣାଇଛି। 

କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା। ଏହି ଟିକା ବହୁ ସଂଖ୍ୟାରେ ବିକ୍ରି ମଧ୍ୟ ହୋଇଛି। ଭାରତରେ ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କମ୍ପାନି ଟିକା ଉତ୍ପାଦନ କରିଥିଲା। ଭାରତରେ ମଧ୍ୟ କୋଟି କୋଟି ଲୋକ ଏହି ଟିକା ନେଇଛନ୍ତି।

Advertisment

ଟିକା ନେବା ପରେ ଅନେକ ଲୋକଙ୍କ ମଧ୍ୟରେ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଜେମସ୍ ସ୍କଟ୍ ନାମକ ଜଣେ ବ୍ୟକ୍ତି ୟୁକେ ହାଇକୋର୍ଟରେ ପ୍ରଥମେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଆଷ୍ଟ୍ରାଜେନେକା କୋର୍ଟରେ ସତ୍ୟପାଠ ଦାଖଲ କରି କହିଛି ଯେ, କୋଭିସିଲ୍ଡ ଟିକାର ବିରଳ ପାର୍ଶ୍ୱପ୍ରତିକ୍ରିୟା ରହୁଛି।

ଟିକାନେଇଥିବା କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ଲଡ୍ ପ୍ଲେଟଲେଟ୍ ପରିମାଣ କମିବା ସହ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଦେଇପାରେ ବୋଲି କମ୍ପାନି କହିଛି। 

Corona Vaccine Covishield AstraZeneca Covishield Side Effects
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe