Advertisment

କୋଭିଶିଲ୍ଡ ଟିକାରେ ଆଉ ଏକ ବିରଳ ପାର୍ଶ୍ୱପ୍ରତିକ୍ରିୟା ଚିହ୍ନଟ

ଅଷ୍ଟ୍ରେଲିଆର ଅନୁସନ୍ଧାନକାରୀମାନେ କୋଭିଶିଲ୍ଡ ଟିକାରେ ଆଉ ଏକ ବିରଳ ପାର୍ଶ୍ୱପ୍ରତିକ୍ରିୟା ଚିହ୍ନଟ କରିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
AstraZeneca Covid Vaccine

AstraZeneca Covid Vaccine

କରୋନା ଟିକା କୋଭିଶିଲ୍ଡର ପାର୍ଶ୍ୱପ୍ରତିକ୍ରିୟା ସ୍ୱରୂପ ଆଉ ଏକ ବିରଳ ବ୍ୟାଧି ଚିହ୍ନଟ କରିଛନ୍ତି ବୈଜ୍ଞାନିକ। ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା ଏହି ଟିକାରେ ଆଉ ଏକ ବିରଳ ରକ୍ତ ବ୍ୟାଧି ଥିବା ଅନୁସନ୍ଧାନରୁ ଜଣାପଡିଛି। କମ୍ପାନୀ ବଜାରରୁ ଟିକା ପ୍ରତ୍ୟାହାର କରିନେବାର ସପ୍ତାହ ପରେ ଏପରି ରିପୋର୍ଟ କରିଛନ୍ତି ଅଷ୍ଟ୍ରେଲିଆର ଅନୁସନ୍ଧାନକାରୀ। 

Advertisment

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, କୋଭିଶିଲ୍ଡ ବ୍ରାଣ୍ଡ ନାମରେ ଭାରତରେ ବିକ୍ରି ହୋଇଥିବା ଆଷ୍ଟ୍ରାଜେନେକା ଟିକା ଏକ ବିରଳ ରକ୍ତ ଜମାଟ ସହ ଜଡିତ, ଯାହାକୁ ଭ୍ୟାକ୍ସିନ୍-ଇଣ୍ଡିଉସ୍ଡ ଇମ୍ୟୁନ ଥ୍ରୋମ୍ବୋସାଇଟୋପେନିଆ ଆଣ୍ଡ ଥ୍ରୋମ୍ବୋସିସ୍ (VITT) କୁହାଯାଉଛି।

ଅଷ୍ଟ୍ରେଲିଆର ଫ୍ଲିଣ୍ଡର୍ସ ୟୁନିଭରସିଟିର ବୈଜ୍ଞାନିକମାନେ ଏହି ଅନୁସନ୍ଧାନ କରିଛନ୍ତି। ଅନୁସନ୍ଧାନର ଫଳାଫଳ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶ ପାଇଛି। ଅନୁସନ୍ଧାନ ଅନୁସାରେ, VITT ୨୦୨୧ରେ କୋଭିଡ-୧୯ ମହାମାରୀ ସମୟରେ ଦେଖା ଯାଇଥିଲା, ବିଶେଷକରି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ନେବା ପରେ ଏହି ବିରଳ ପ୍ରକାର ରକ୍ତ ବ୍ୟାଧି ଦେଖାଯାଇଥିଲା। 

Advertisment

ବୈଜ୍ଞାନିକମାନେ କହିଛନ୍ତି ଯେ, VITT କ୍ଷତିକାରକ ରକ୍ତ ଆଣ୍ଡିବଡ଼ି ଦ୍ୱାରା ହୋଇଥାଏ, ଯାହା ପ୍ଲେଟଲେଟ୍ ଫ୍ୟାକ୍ଟର୍ ୪ (PF4) ନାମକ ଏକ ପ୍ରୋଟିନକୁ ଟାର୍ଗେଟ କରିଥାଏ। ୨୦୨୩ରେ ପୃଥକ ଅନୁସନ୍ଧାନରେ ମଧ୍ୟ ସମାନ ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।

ଅଟୋଆଣ୍ଟିବଡ଼ି ହେଉଛି ଏକ ପ୍ରକାର ଆଣ୍ଟିବଡ଼ି, ଏହା ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଉତ୍ପନ୍ନ ହୋଇଥାଏ, ଯାହା ଭୁଲ୍ ଭାବରେ ଶରୀରର ନିଜସ୍ୱ ଟିସୁକୁ କ୍ଷତି ପହଞ୍ଚାଇଥାଏ। ଏହି ଆଣ୍ଟିବଡ଼ି ଶରୀରେ ଥିବା ନିଜଶ୍ୱ ଟିସୁକୁ ବାହ୍ୟ ଆକ୍ରମଣକାରୀ ଭାବି ଟାର୍ଗେଟ କରିଥାଏ। ଏହା ଅଟୋମ୍ୟୁମ୍ୟୁନ ରୋଗର କାରଣ ହୋଇପାରେ, ଯାହା ପ୍ରତିରକ୍ଷା ପ୍ରଣାଳୀ, ସୁସ୍ଥ କୋଷ ଏବଂ ଟିସୁକୁ କ୍ଷତି ପହଞ୍ଚାଇଥାଏ।

ଏହି ରୋଗରେ ପୀଡିତ ରୋଗୀଙ୍କର ମସ୍ତିଷ୍କ କିମ୍ବା ପେଟରେ ରକ୍ତ ଜମାଟ ବାନ୍ଧେ ଏବଂ ସେମାନଙ୍କ ରକ୍ତରେ ଡି-ଡାଇମର୍ ନାମକ ଏକ ପଦାର୍ଥ ସ୍ତର ମଧ୍ୟ ବଢିଯାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ପ୍ରକାଶ ଥାଉକି, ନିକଟରେ ଆଷ୍ଟ୍ରାଜେନେକାର କୋଭିଶିଲ୍ଡ ଟିକାର ପାର୍ଶ୍ୱପ୍ରତିକ୍ରିୟା ସ୍ୱରୂପ ରକ୍ତ ଜମାଟ ଏବଂ ପ୍ଲେଟଲେଟ ହ୍ରାସ ଭଳି ସମସ୍ୟା ଥିବା ଅଭିଯୋଗ ହୋଇଥିଲା। ଏହାପରେ କମ୍ପାନୀ ପକ୍ଷରୁ ମଧ୍ୟ ଏହାକୁ ସ୍ୱୀକାର କରାଯାଇଥିଲା। ବର୍ତ୍ତମାନେ ପୁଣି ଆଉ ଏକ ବିରଳ ପାର୍ଶ୍ୱପ୍ରତିକ୍ରିୟା ନେଇ ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ରିପୋର୍ଟ କରିଛନ୍ତି।  

Covid19 AstraZeneca Covishield Vaccine Rare Blood Disorder