Advertisment

ଆଷ୍ଟ୍ରାଜେନେକା ନେଲା ବଡ ନିଷ୍ପତ୍ତି; ବିଶ୍ୱ ବଜାରରୁ ପ୍ରତ୍ୟାହୃତ ହେବ କୋଭିସିଲ୍ଡ ଟିକା

କରୋନା ଟିକା କୋଭିସିଲ୍ଡ ସମ୍ପୂର୍ଣ୍ଣ ନିରାପଦ ନୁହେଁ। ଏହି ଟିକାରେ ବିରଳ ପାର୍ଶ୍ୱପ୍ରତିକ୍ରିୟା ଥିବା କମ୍ପାନୀ ସ୍ୱୀକାର କରି ସାରିଥିବା ବେଳେ ଏବେ ଏହାର ଉତ୍ପାଦକୁ ବିଶ୍ୱ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି।

ଅଦ୍ୟତନ ହୋଇଛି
astrazeneca- covid-19-vaccine

astrazeneca- covid-19-vaccine

Advertisment

କରୋନା ଟିକା କୋଭିସିଲ୍ଡ ସମ୍ପୂର୍ଣ୍ଣ ନିରାପଦ ନୁହେଁ। ଏହି ଟିକାରେ ବିରଳ ପାର୍ଶ୍ୱପ୍ରତିକ୍ରିୟା ଥିବା କମ୍ପାନୀ ସ୍ୱୀକାର କରି ସାରିଥିବା ବେଳେ ଏବେ ଏହାର ଉତ୍ପାତକୁ ବିଶ୍ୱ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି।

Advertisment

ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ସ୍ୱୀକାର କରି ସାରିଛି ଯେ, କୋଭିସିଲ୍ଡ ଟିକାର ବିରଳ ପାର୍ଶ୍ୱପ୍ରତିକ୍ରିୟା ରହିଛି। ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲଡ ପ୍ଲେଟଲେଟ କାଉଣ୍ଟ କମିଯାଇପାରେ ବୋଲି ଇଂଲଣ୍ଡ କୋର୍ଟଙ୍କୁ ଟିକା ପ୍ରସ୍ତୁତକାରୀ କମ୍ପାନି ଆଷ୍ଟ୍ରାଜେନେକା ଜଣାଇ ସାରିଛି।

କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପକ୍ଷରୁ ମିଳିତଭାବେ ଏହି ଟିକା ପ୍ରସ୍ତୁତ କରାଯାଇଥିଲା। ଭାରତରେ ପୁନେସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ସହ ମିଶି ଏହି କମ୍ପାନି ଟିକା ଉତ୍ପାଦନ କରିଥିଲା। ଭାରତରେ ମଧ୍ୟ କୋଟି କୋଟି ଲୋକ ଏହି ଟିକା ନେଇଛନ୍ତି।

Advertisment

କୋଭିଶିଲ୍ଡର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସମଗ୍ର ବିଶ୍ୱରେ ଚହଲ ସୃଷ୍ଟି ହୋଇଥିବା ବେଳେ କମ୍ପାନୀ ପକ୍ଷରୁ କିନ୍ତୁ ଉତ୍ପାଦ ଫେରାଇ ନେବା ପଛର କାରଣ କିଛି ଅଲଗା କୁହାଯାଇଛି। କମ୍ପାନୀ ପ୍ରବକ୍ତା କହିଛନ୍ତି, ମାର୍କେଟରେ ଆବଶ୍ୟକତାଠୁ ଅଧିକ ମାତ୍ରାରେ କୋଭିଶିଲ୍ଡ ଟିକା ମହଜୁଦ ରହିଛି। ଏଥିସହ ଆହୁରି ବହୁ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀମାନଙ୍କର କୋଭିଡ ଟିକା ବି ବଜାରରେ ଉପଲବ୍ଧ ରହୁଛି। ମାତ୍ର ଏବେ ଏହି ଟିକାର ସେପରି ଆବଶ୍ୟକତା ନ ଥିବାରୁ ତାହା ମାର୍କେଟରେ ପଡ଼ି ରହିଛି। ତେଣୁ କମ୍ପାନୀ ଏହାକୁ ଫେରାଇ ନେବାକୁ ସ୍ଥିର କରିଛି।

ଏଥିପାଇଁ କମ୍ପାନୀ ପକ୍ଷରୁ ମାର୍ଚ୍ଚ ୫ ତାରିଖରେ ଆବେଦନ ହୋଇଥିବା ବେଳେ ଦୁଇ ମାସ ପରେ ଅର୍ଥାତ ଏପ୍ରିଲ ୭ ତାରିଖରେ ଏହା ସାମନାକୁ ଆସିଛି। ଆଷ୍ଟ୍ରାଜେନେକା ସ୍ୱଇଚ୍ଛାରେ ୟୁରୋପୀୟ ସଂଘରୁ ନିଜ ବ୍ୟବସାୟକୁ ପ୍ରତ୍ୟାହାର କରିଛି। କେବଳ ୟୁରୋପୀୟ ଦେଶ ନୁହେଁ ବିଶ୍ୱର ଅନ୍ୟ ବହୁ ଦେଶରୁ ବି କମ୍ପାନୀ ନିଜ ଉତ୍ପାଦକୁ ଫେରାଇ ନେବା ପ୍ରକ୍ରିୟା ଆରମ୍ଭ କରିଛି।

Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe