Advertisment

‘ଚଳିତ ଆର୍ଥିକ ବର୍ଷରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା’

‘ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ରାଜ୍ୟର ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ । ’

author-image
Niharika Rout
Health Minister Of Odisha

Health Minister Of Odisha

‘ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ରାଜ୍ୟର ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ । ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ ।’ ଏହାଦ୍ୱାରା ରାଜ୍ୟବାସୀଙ୍କୁ ସାମାଜିକ ନିରାପତ୍ତା ମିଳି ପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ମୋହନ ମାଝୀଙ୍କ ନେତୃତ୍ୱାଧୀନ ନୂଆ ସରକାର ମଧ୍ୟ ଆମ ରାଜ୍ୟରେ ଏହି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ଘୋଷଣା କରିସାରିଛନ୍ତି । ଆମ ରାଜ୍ୟରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟର ନିଜସ୍ଵ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ମିଳିତ ଭାବେ ଗୋଟିଏ କାର୍ଡ ଜାରି ହେବ । ଆକଳନ ଅନୁସାରେ ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଏହି କାର୍ଡ ମିଳିବ ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସାମାଜିକ ନିରାପତ୍ତା ପାଇଁ ପ୍ରଧାନମନ୍ତ୍ରୀ ନେଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ ।  ଆମ ରାଜ୍ୟର ୭୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ମଧ୍ୟ ଏହି କାର୍ଡରେ ସ୍ଵାସ୍ଥ୍ୟ ବୀମାର ସୁବିଧା ପାଇବେ ବୋଲି କହିଛନ୍ତି ମନ୍ତ୍ରୀ।

Advertisment

ଏଥିସହ ସେ କହିଛନ୍ତି, ଏବେ ରାସନ୍ କାର୍ଡ e-KYC ଚାଲିଛି । ଏହା ସରିବା ପରେ ରାଜ୍ୟର କେତେ ସଂଖ୍ୟକ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏହି ସ୍ଵାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେବେ ତାହା ସ୍ପଷ୍ଟ ହେବ ।

ପୂର୍ବର BSKY ଯୋଜନାରେ ମାତ୍ର ୯୫୭ଟି ହସ୍ପିଟାଲରେ ରାଜ୍ୟର ଲୋକଙ୍କୁ ସ୍ଵାସ୍ଥ୍ୟ ବୀମାର ସୁବିଧା ମିଳୁଥିବା ବେଳେ ଏଣିକି ଦେଶସାରା ୨୭ ହଜାରରୁ ଅଧିକ ଅନୁବନ୍ଧିତ ହସ୍ପିଟାଲରେ ଓଡ଼ିଶାର ଲୋକେ ସ୍ଵାସ୍ଥ୍ୟ ସେବା ପାଇପାରିବେ ବୋଲି କହିଛନ୍ତି ମନ୍ତ୍ରୀ।

Odisha Health Minister