Advertisment

ଭେଣ୍ତି ଖାଇବା ଦ୍ୱାରା ମିଳିଥାଏ ଅନେକ ଫାଇଦା

ଭେଣ୍ତିରେ କ୍ୟାଲୋରୀ, ଫାଇବର, ଭିଟାମିନ୍-ଏ, ଭିଟାମିନ୍-ସି, ପୋଟାସିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ହିତକର।

ଅଦ୍ୟତନ ହୋଇଛି
Benefits Of Consuming Okra Regularly

Benefits Of Consuming Okra Regularly

Advertisment

ଭେଣ୍ତି କେବଳ ଏକ ସ୍ୱାଦିଷ୍ଟ ପରିବା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ। ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱରେ ଏହା ଭରି ରହିଛି। ଭେଣ୍ତିରେ କମ୍‌ କ୍ୟାଲୋରୀ ଓ ଅଧିକ ଫାଇବର ସହିତ ଭିଟାମିନ୍-ଏ, ଭିଟାମିନ୍-ସି, ପୋଟାସିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ହିତକର। ଆସନ୍ତୁ ଜାଣିବା ଭେଣ୍ତିକୁ ଡାଏଟରେ ସାମିଲ କଲେ ଶରୀରକୁ କ’ଣ ସବୁ ଉପକାରିତା ମିଳିଥାଏ।

Advertisment

ହଜମ କରିବାରେ ସହାୟକ ହୁଏ- ଭେଣ୍ତିରେ ଅଧିକ ମାତ୍ରାରେ ଫାଇବର ଥିବାରୁ ଏହା ହଜମ କ୍ରିୟାରେ ସହାୟକ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏହା ଶରୀରରେ ଥିବା ଉପକାରୀ ବ୍ୟାକ୍ଟେରିଆକୁ ବୃଦ୍ଧି କରିବେ ସହ ଅନ୍ତନଳୀକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ- ଭେଣ୍ତି ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଭେଣ୍ତିରେ ଭିଟାମିନ୍-ସି ଏବଂ ଖଣିଜ ପଦାର୍ଥ ଭରପୂର ମାତ୍ରାରେ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ରୋଗରୁ ଆମକୁ ରକ୍ଷା କରିଥାଏ।

Advertisment

ଆଖିକୁ ସୁସ୍ଥ ରଖେ- ଭେଣ୍ତିରେ ଭରପୂର ମାତ୍ରାରେ ଭିଟାମିନ୍-ଏ ଥିବାରୁ ଏହା ଆଖିକୁ ସୁସ୍ଥ ରଖେ। ବିଭିନ୍ନ ଚକ୍ଷୁ ରୋଗରୁ ରକ୍ଷା କରିବାରେ ଏହା ସାହାଯ୍ୟ କରିଥାଏ। ଏହାଛଡ଼ା ବୟସଜନିତ ମାକୁଲାର ଡିଜେନେରେସନ ଭଳି ରୋଗର ଆଶଙ୍କାକୁ ମଧ୍ୟ କମ୍ କରିଥାଏ।

ହାଡ଼କୁ ସୁସ୍ଥ ରଖେ- ଭେଣ୍ତିରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ରହିଛି, ଯାହା ହାଡ଼କୁ ସୁସ୍ଥ ରଖିବା ପାଇଁ ସହାୟକ ହୋଇଥାଏ । ଏହା ଅଷ୍ଟିଓପୋରୋସିସର ଆଶଙ୍କାକୁ କମ୍‌ କରିଥାଏ।

କୋଲେଷ୍ଟ୍ରଲ୍ ସ୍ତରକୁ କମ୍ କରେ- ଭେଣ୍ତିରେ ଫାଇବାର ଭରପୂର ପରିମାଣରେ ରହିଛି ଯାହା ଶରୀରରେ ଥିବା କ୍ଷତିକାରକ କୋଲେଷ୍ଟ୍ରଲ୍‌କୁ କମ୍ କରିବା ସହ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। 

ତ୍ୱଚାକୁ ସୁସ୍ଥ ରଖେ- ଭେଣ୍ତିରେ ଥିବା ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍-ଏ ଓ ଭିଟାମିନ୍-ସି ତ୍ୱଚାକୁ ସୁସ୍ଥ ଏବଂ ସଫା ରଖିବାରେ ସାହାଯ୍ୟ କରେ। ଏହା ମୁହଁରେ ହେଉଥିବା ବ୍ରଣ ଓ ବାର୍ଦ୍ଧକ୍ୟ ଜନିତ ଚର୍ମ ରୋଗରୁ ମଧ୍ୟ ରକ୍ଷା କରିଥାଏ।

ଓଜନ କମ୍ କରିବାରେ ସହାୟକ- ଭେଣ୍ଡିରେ ଥିବା ଫାଇବର ଓଜନ କମ୍‌ କରିବାରେ ସହାୟକ ହୋଇଥାଏ । ସେହିଭଳି ରକ୍ତରେସୁଗାର ମାତ୍ରାକୁନିୟନ୍ତ୍ରଣରେରଖିଥାଏ । 

Health Healthy Food Okra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe