Advertisment

'ସ୍ଲିପ୍ ଚାମ୍ପିଅନ'; ଶୋଇବା ପାଇଁ ଜିତିଲେ ୯ ଲକ୍ଷ ଟଙ୍କା

ବେଙ୍ଗାଲୁରୁର ଏକ ଷ୍ଟାର୍ଟ-ଅପ୍ କମ୍ପାନୀ ଶୋଇବା ପ୍ରତିଯୋଗିତା ଆୟୋଜନ କରିଥିଲା।

ଅଦ୍ୟତନ ହୋଇଛି
Saishwari Patil

Saishwari Patil

Advertisment

ଶୋଇବା ପାଇଁ କାହାକୁବା ଭଲ ନ ଲାଗେ, କିନ୍ତୁ ଏହି ଅଭ୍ୟାସ ପାଇଁ ଅନେକ ସମୟରେ ଗୁରୁଜନଙ୍କଠାରୁ ଗାଳି ଶୁଣିବାକୁ ପଡ଼େ। କିନ୍ତୁ ବେଙ୍ଗାଲୁରୁର ଜଣେ ଯୁବତୀ ଭଲ ଶୋଇବା ପାଇଁ ୯ ଲକ୍ଷ ଟଙ୍କା ଜିତିଛନ୍ତି। ନିଦକୁ ପ୍ରୋତ୍ସାହିତ କରିବା ପାଇଁ ବେଙ୍ଗାଲୁରୁର ଏକ ଷ୍ଟାର୍ଟ-ଅପ୍ କମ୍ପାନୀର ଇନିସିଏଟିଭ୍ କାର୍ଯ୍ୟକ୍ରମରେ ସେ ଏହି ପୁରସ୍କାର ପାଇଛନ୍ତି।

Advertisment

ପୁରସ୍କାର ବିଜେତା ଯୁବତୀ ହେଉଛନ୍ତି ସାଇଶ୍ୱରୀ ପାଟିଲ। ସେ ବେଙ୍ଗାଲୁରର ଏକ ବ୍ୟାଙ୍କର ଭାବେ କାର୍ଯ୍ୟରତ ଅଛନ୍ତି। ନିକଟରେ ୱାକଫିଟର ସ୍ଲିପ୍ ଚାମ୍ପିୟନ କାର୍ଯ୍ୟକ୍ରମର ସିଜିନ୍-୩ରେ ଭାଗ ନେଇଥିଲେ ଏବଂ ୱିନର୍ ହୋଇ ୯ ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି।  

ଏହି କାର୍ଯ୍ୟକ୍ରମ ପାଇଁ ୧୨ ଜଣ 'ସ୍ଲିପ୍ ଇଣ୍ଟର୍ଣ୍ସ' ଭାଗ ନେଇଥିଲେ। ପ୍ରତିଯୋଗିତାର ମୂଳ ଲକ୍ଷ୍ୟ ଥିଲା, କିଏ କେତେ ସମୟ ଶୋଇପାରିବ। ବିଶେଷ କରି ପ୍ରତିଯୋଗୀଙ୍କୁ ପ୍ରତ୍ୟେକ ରାତିରେ ଆଠରୁ ନଅ ଘଣ୍ଟା ଶୋଇବାକୁ କୁହାଯାଇଥିଲା। ଏଥିସହ ଦିନରେ ମଧ୍ୟ ୨୦ ମିନିଟ୍ ଶୋଇବାର ଥିଲା।  

Advertisment

କେବଳ ଏତିକି ନୁହେଁ, ପ୍ରତିଯୋଗୀଙ୍କ ଶୋଇବାକୁ ପ୍ରୋତ୍ସାହିତ କରିବା ପାଇଁ ଉନ୍ନତ ମାନର ପ୍ରିମିୟମ ଗଦି ସାଙ୍ଗକୁ ଯେପରି ସେମାନଙ୍କ ନିଦ ଭଙ୍ଗ ନ ହେବ, ସେଥିପାଇଁ ବ୍ୟବସ୍ଥା କରାଯାଇଥିଲା। ଶେଷରେ ସ୍ଲିପ୍ ଚାମ୍ପିୟନ୍ ଟାଇଟଲ୍ ଜିତି ନେଇଛନ୍ତି ସାଇଶ୍ୱରୀ ପାଟିଲ। ଅନ୍ୟ ପ୍ରତିଯୋଗୀଙ୍କ ତୁଳନାରେ ସେ ଭଲ ଶୋଇବା ପାଇଁ ଏହି ପୁରସ୍କାର ପାଇଛନ୍ତି। 

ଏହି ପ୍ରତିଯୋଗିତା ଆୟୋଜନ କରିଥିବା ଷ୍ଟାର୍ଟ-ଅପ୍ କମ୍ପାନୀ ୱାକଫିଟ୍ କହିଛି ଯେ, ପ୍ରତିଯୋଗିତାର ତିନୋଟି ସିଜିନରେ 10 ଲକ୍ଷରୁ ଅଧିକ ଲୋକ ଭାଗ ନେଇଛନ୍ତି। ଏଥିରେ ପ୍ରାୟ ୫୧ ଜଣ ପ୍ରତିଯୋଗୀ ସାମିଲ୍ ହୋଇ ଥିବାବେଳେ ତିନୋଟି ସିଜିନ୍ ମଧ୍ୟରେ ୬୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଆଉ ଏକ ରିପୋର୍ଟ ପ୍ରକାଶ କରାଯାଇଛି ଯେ, ୫୦% ଭାରତୀୟ କ୍ଲାନ୍ତ ଅନୁଭବ କରନ୍ତି। ଏହାର ମୁଖ୍ୟ କାରଣ ହେଉଛି, ଅଧିକ ସମୟ କାମ କରିବା, ନିଦ ଭଲ ନ ହେବା, ଚାପ ଏବଂ ଶାରୀରିରକ କାର୍ଯ୍ୟକଳାପର ଅଭାବ। ତେଣୁ ଶୋଇବାର ଆବଶ୍ୟକତା ଏବଂ ଏଥିପ୍ରତି ସଚେତନ କରାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବା କମ୍ପାନୀର ମୁଖ୍ୟ ମାର୍କେଟିଂ ଅଧିକାରୀ କୁନାଲ ଦୁବେ କହିଛନ୍ତି। 

ତେବେ କାର୍ଯ୍ୟକ୍ରମରେ ବିଜୟୀ ହୋଇଥିବା ସାଇଶ୍ୱରୀ କହିଛନ୍ତି, ନିଦରେ ଶାନ୍ତିଶୃଙ୍ଖଳା ଅର୍ଥାତ୍ ଏକ ଅନୁଶାସନ ରହିବା ଜରୁରୀ। ଏହାର ଅର୍ଥ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ ନ କରି, ଠିକ୍ ସମୟରେ ଶୋଇବା ଏବଂ ଠିକ୍ ସମୟରେ ଉଠିବା। ସୋଶାଲ ମିଡିଆ ଯୁଗରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନ ଚାଇଁ ସଠିକ୍ ସମୟରେ ଶୋଇବା କଷ୍ଟକର ହୋଇପାରେ, କିନ୍ତୁ ଏହା ସାମଗ୍ରୀକ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।  

Sleeping Competition Saishwari Patil Wakefit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe