ଏଣିକି ବିଲ୍ ପେମେଣ୍ଟ ପାଇଁ ଭୁବନେଶ୍ଵର AIIMSରେ ଲମ୍ବା ଲାଇନରେ ଛିଡ଼ା ହେବେନି ରୋଗୀ ଓ ସେମାନଙ୍କର ସମ୍ପର୍କୀୟ। କାରଣ ଆଜିଠୁ AIIMSରେ ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା। ଅର୍ଥାତ୍ ନିଜ ମୋବାଇଲ ଜରିଆରେ AIIMS ରେ ଆବଶ୍ୟକ ପେମେଣ୍ଟ କରିପାରିବେ ରୋଗୀ।
ପ୍ଲେ ଷ୍ଟୋରରେ ଉପଲବ୍ଧ AIIMS ଭୁବନେଶ୍ଵର ସ୍ଵାସ୍ଥ୍ୟ ଆପ୍ ଜରିଆରେ ଏହି ସୁବିଧା ପାଇପାରିବେ ରୋଗୀ ଓ ସେମାନଙ୍କ ସଂପର୍କୀୟ । ରୋଗୀ ସ୍ଵାସ୍ଥ୍ୟ ଆପରେ ପଞ୍ଜିକରଣ କରି ବିଲିଂ ସେକ୍ସନକୁ ଯାଇ OPD ଦେୟ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଵାସ୍ଥ୍ୟ ପରୀକ୍ଷାର ବିଲ୍ ମଧ୍ୟ ମୋବାଇଲ ଜରିଆରେ ପୈଠ କରିପାରିବେ। ତେବେ ସ୍ମାର୍ଟ ଫୋନ ବ୍ୟବହାର ଜାଣି ନଥିବା ରୋଗୀଙ୍କ ପାଇଁ କ୍ୟାସ କାଉଣ୍ଟର ମଧ୍ୟ ରହିବ।
Also Read
ଏହା ସହିତ ପେପରଲେସ ତଥା ଇ-ହସ୍ପିଟାଲ ଦିଗରେ ଆଉ ପାଦେ ଆଗେଇଲା AIIMS ଭୁବନେଶ୍ଵର । ସୂଚନା ଥାଉକି, ପୂର୍ବରୁ AIIMS ଭୁବନେଶ୍ଵରରେ ଇ-ଓପିଡି, ଇ-ଅଫିସ ଓ ଇ-ଲ୍ୟାବ ବ୍ୟବସ୍ଥା ଉପଲବ୍ଧ ହୋଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।