Advertisment

ବିଲ୍‌ ପେମେଣ୍ଟ ପାଇଁ ଭୁବନେଶ୍ଵର AIIMSରେ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବନି

ପେପରଲେସ ତଥା ଇ-ହସ୍ପିଟାଲ ଦିଗରେ ଆଉ ପାଦେ ଆଗେଇଲା AIIMS ଭୁବନେଶ୍ଵର ।

AIIMS

AIIMS

Advertisment

ଏଣିକି ବିଲ୍‌ ପେମେଣ୍ଟ ପାଇଁ ଭୁବନେଶ୍ଵର AIIMSରେ ଲମ୍ବା ଲାଇନରେ ଛିଡ଼ା ହେବେନି ରୋଗୀ ଓ ସେମାନଙ୍କର ସମ୍ପର୍କୀୟ। କାରଣ ଆଜିଠୁ AIIMSରେ ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା। ଅର୍ଥାତ୍ ନିଜ ମୋବାଇଲ ଜରିଆରେ AIIMS ରେ ଆବଶ୍ୟକ ପେମେଣ୍ଟ କରିପାରିବେ ରୋଗୀ।

Advertisment

ପ୍ଲେ ଷ୍ଟୋରରେ ଉପଲବ୍ଧ AIIMS ଭୁବନେଶ୍ଵର ସ୍ଵାସ୍ଥ୍ୟ ଆପ୍ ଜରିଆରେ ଏହି ସୁବିଧା ପାଇପାରିବେ ରୋଗୀ ଓ ସେମାନଙ୍କ ସଂପର୍କୀୟ । ରୋଗୀ ସ୍ଵାସ୍ଥ୍ୟ ଆପରେ ପଞ୍ଜିକରଣ କରି ବିଲିଂ ସେକ୍ସନକୁ ଯାଇ OPD ଦେୟ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଵାସ୍ଥ୍ୟ ପରୀକ୍ଷାର ବିଲ୍ ମଧ୍ୟ ମୋବାଇଲ ଜରିଆରେ ପୈଠ କରିପାରିବେ। ତେବେ ସ୍ମାର୍ଟ ଫୋନ ବ୍ୟବହାର ଜାଣି ନଥିବା ରୋଗୀଙ୍କ ପାଇଁ କ୍ୟାସ କାଉଣ୍ଟର ମଧ୍ୟ ରହିବ।

ଏହା ସହିତ ପେପରଲେସ ତଥା ଇ-ହସ୍ପିଟାଲ ଦିଗରେ ଆଉ ପାଦେ ଆଗେଇଲା AIIMS ଭୁବନେଶ୍ଵର । ସୂଚନା ଥାଉକି, ପୂର୍ବରୁ AIIMS ଭୁବନେଶ୍ଵରରେ ଇ-ଓପିଡି, ଇ-ଅଫିସ ଓ ଇ-ଲ୍ୟାବ ବ୍ୟବସ୍ଥା ଉପଲବ୍ଧ ହୋଇଥିଲା।

Advertisment
AIIMS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe