Advertisment

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍‌ର ବ୍ୟବହାର କରିବ ଭୁବନେଶ୍ୱର ଏମ୍‌ସ

ଆଜି ଟ୍ରାଏଲ ରନ୍‌ରେ ଡ୍ରୋନ୍‌ ରକ୍ତ ନେଇ ଟାଙ୍ଗୀ ମେଡିକାଲକୁ ଯାଇଥିଲା।

Drone

Drone

Advertisment

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍‌ର ବ୍ୟବହାର କରିବ ଭୁବନେଶ୍ୱର ଏମ୍‌ସ। ଡ୍ରୋନ୍‌ ଜରିଆରେ ରକ୍ତ, ଔଷଧ ଓ ମେଡିକାଲ ଉପକରଣ ପଠାଇବ। ଏଥିପାଇଁ ଆଜି ଏକ ଟ୍ରାଏଲ ରନ୍ କରାଯାଇଥିଲା ଓ ଏହା ସଫଳ ହୋଇଛି। ଏମ୍‌ସରୁ ରକ୍ତ ନେଇ ଟାଙ୍ଗୀ ମେଡିକାଲ୍‌କୁ ଯାଇ ଫେରିଥିଲା ଡ୍ରୋନ୍‌।

Advertisment

ଏ ସଂପର୍କରେ ସୂଚନା ଦେଇ ଭୁବନେଶ୍ୱର ଏମ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍ତି, ଆଜି ଆମେ ପ୍ରଥମ ଥର ପାଇଁ ଡ୍ରୋନ୍‌ର ଟ୍ରାଏଲ୍ ରନ କରିଥିଲୁ ଓ ଏଥିରେ ସଫଳତା ପାଇଥିଲୁ। ଡ୍ରୋନ୍‌କୁ କିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟବହାର କରିହେବ ସେ ନେଇ ଆମର ଏକ ଅଭିଯାନ ଚାଲିଛି। ସାରା ଦେଶରେ ଏହାର ପ୍ରୟାସ କରାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଥିପାଇଁ ଉତ୍ସାହିତ କରୁଛି।

ସେ କହିଛନ୍ତି, ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାସ୍ତା ଅବରୋଧ ହେଲେ ଅପହଞ୍ଚ ସ୍ଥାନକୁ ଡ୍ରୋନ୍ ସାହାଯ୍ୟରେ ମେଡିକାଲ ସେବା ପହଞ୍ଚାଇ ହେବ। ଜରୁରୀ କାଳୀନ ସେବାରେ ରକ୍ତ ପଠାଯାଇପାରିବ। ଆଜି ଟ୍ରାଏଲ ରନ୍‌ରେ ଡ୍ରୋନ୍‌ ରକ୍ତ ନେଇ ଟାଙ୍ଗୀକୁ ଯାଇଥିଲା। ସେଠାରେ ରକ୍ତ ଦେଇ ଡ୍ରୋନ୍ ଫେରି ଆସିଥିଲା। ଆମର ଟ୍ରାଏଲ ସଫଳ ହୋଇଛି। ଡ୍ରୋନ୍‌ ସାହାଯ୍ୟରେ ଆହୁରି ବହୁତ କିଛି କାର୍ଯ୍ୟ କରି ହେବ। ଔଷଧ ପଠାଯାଇପାରିବ। ଟେଷ୍ଟ ପାଇଁ ରକ୍ତ ପଠାଯାଇପାରିବ।

Advertisment

ଜାନୁଆରୀ ୨୫ ତାରିଖରେ ଡ୍ରୋନ୍‌ର ଶେଷ ଟ୍ରାଏଲ୍ ରନ୍‌ କରାଯିବ। ଏହା ବଡ଼ ଆକାରରେ ହେବ। ଏହା ବି ସଫଳ ହେବ ବୋଲି ଆଶା ଥିବା କହିଛନ୍ତି ଭୁବନେଶ୍ୱର ଏମ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ।

Bhubaneswar Aiims
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe