Advertisment

ଝିଅ କଥା କହି କାନ୍ଦି ପକାଇଲେ ବିପାସା, ଏହି ରୋଗରେ ପୀଡିତ ଥିଲେ ଦେବୀ

ମାଆ ହେବାର 9 ମାସ ପରେ ଜନ୍ମିତ ଶିଶୁ ବାବଦରେ କହି କାନ୍ଦି ପକାଇଲେ ଅଭିନେତ୍ରୀ ବିପାସା ବାସୁ। ଏକ ସାକ୍ଷାତକାରରେ ଝିଅ ଦେବୀକୁ ହୋଇଥିବା ରୋଗ କଥା କହି କାନ୍ଦି ପକାଇଛନ୍ତି ବିପାସା।

author-image
Debibandita Barick
ଅଦ୍ୟତନ ହୋଇଛି
Bipasha Basu, Karan Singh Grover and Them Daughter Devi

Bipasha Basu, Karan Singh Grover and Them Daughter Devi

ମାଆ ହେବାର 9 ମାସ ପରେ ଜନ୍ମିତ ଶିଶୁ ବାବଦରେ କହି କାନ୍ଦି ପକାଇଲେ ଅଭିନେତ୍ରୀ ବିପାସା ବାସୁ। ଏକ ସାକ୍ଷାତକାରରେ ଝିଅ ଦେବୀକୁ ହୋଇଥିବା ରୋଗ କଥା କହି କାନ୍ଦି ପକାଇଛନ୍ତି ବିପାସା। ସେ କହିଛନ୍ତି, ତାଙ୍କ ଝିଅ ଦେବୀର ଏକ ହୃଦୟ ଜନିତ ରୋଗ ଥିଲା, ଆଉ ସେ ଜନ୍ମ ହେବାର ତିନି ଦିନ ପରେ ଡାକ୍ତର ରୋଗ ବାବଦରେ ଜାଣିବାକୁ ପାଇଥିଲେ। ଜନ୍ମର 3 ମାସ ପରେ ଦେବୀର ହାର୍ଟ ସର୍ଜରୀ ହୋଇଥିଲେ ଏବଂ ସେ ଏବେ ସୁସ୍ଥ ଅଛି। କିନ୍ତୁ ଜଣେ ପିତା-ମାତାଙ୍କ ପାଇଁ ଏଭଳି ସମୟ ସବୁଠୁ କଷ୍ଟଦାୟକ ବୋଲି ବିପାସା କହିଛନ୍ତି। 

Advertisment

ବିପାସାଙ୍କ କହିବା ଅନୁସାରେ ତାଙ୍କ ଝିଅ ଦେବୀକୁ ଭେଣ୍ଟ୍ରିକୁଲାର ସେପ୍ଟାଲ ଡିଫେକ୍ଟ(ଭିଏସଡି) ରୋଗ ହୋଇଥିଲା। ତେବେ ଏହି ରୋଗ କଣ, ଏତେ କମ୍ ବୟସର ପିଲାଙ୍କୁ ଏପରି ରୋଗ କାହିଁକି ହୁଏ। ରୋଗର ଲକ୍ଷଣ ଓ ନିରାକଣ ବାବଦରେ ଜାଣିବା ପାଇଁ ପଢନ୍ତୁ ଏହି ଆଲେଖ୍ୟା...
ଭିଏସଡି କଣ
ଭେଣ୍ଟ୍ରିକୁଲାର୍ ସେପ୍ଟାଲ୍ ଡିଫେକ୍ଟ ବା VSD ହେଉଛି ହୃଦୟରେ ଥିବା ଏକ ଛିଦ୍ର (ସେପ୍ଟମ୍), ଯାହା ହୃଦୟର ଦୁଇଟି ନିମ୍ନ ଚାମ୍ବର (ଭେଣ୍ଟ୍ରିକଲ୍)କୁ ଅଲଗା କରିଦିଏ। ଏହା ଏକ ସାଧାରଣ ହୃଦୟ ତ୍ରୁଟି, ଯାହା ଜନ୍ମରୁ ବି ଦେଖାଯାଏ।

ଭିଏସଡି  ଲକ୍ଷଣ 
ଭେଣ୍ଟ୍ରିକୁଲାର ସେପ୍ଟାଲ୍ ଡିଫେକ୍ଟ ଲକ୍ଷଣ ଶିଶୁର ଜୀବନର ପ୍ରଥମ କିଛି ଦିନ, ସପ୍ତାହ କିମ୍ବା ମାସରେ ଦେଖାଯାଏ। ଏହି ରୋଗ ହେଲେ...

Advertisment

ଚର୍ମ, ଓଠ ଏବଂ ଆଙ୍ଗୁଠିରେ ନୀଳ ରଙ୍ଗ ଦେଖାଯାଏ।
କମ୍ ଖାଦ୍ୟ ଖାଇବା, ଶାରୀରିକ ବୃଦ୍ଧିରେ ବିଫଳତା।
ଓଜନ ବୃଦ୍ଧି ନହେବା।
ଜୋରରେ ନିଶ୍ୱାସ ନେବା କିମ୍ବା ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା
ବହୁତ ଶୀଘ୍ର କ୍ଳାନ୍ତ ହୋଇଯିବା।

ଭେଣ୍ଟ୍ରିକୁଲାର ସେପ୍ଟାଲ୍ ତ୍ରୁଟିର କାରଣ
ଶିଶୁମାନଙ୍କଠାରେ ଏହି ରୋଗର ପ୍ରକୃତ କାରଣ ଜଣାପଡେ ନାହିଁ। ତଥାପି, ବଂଶଗତ ଏବଂ ପରିବେଶ କାରକ ଏଥିପାଇଁ ଦାୟୀ ହୋଇପାରେ। ବେଳେବେଳେ, VSD ଅନ୍ୟ ଜେନେଟିକ୍ ସମସ୍ୟା ସହିତ ଘଟିପାରେ, ଯେପରିକି ଡାଉନ୍ ସିଣ୍ଡ୍ରୋମ୍। କେତେକ ଶିଶୁଙ୍କର ଜିନ୍ କିମ୍ବା କ୍ରୋମୋଜୋମ(ଗୁଣସୂତ୍ର)ରେ ପରିବର୍ତ୍ତନ କାରଣରୁ ହୃଦୟର ଏହି ତ୍ରୁଟି ଦେଖାଯାଏ। ଏହା ବାଦ୍ ଅନ୍ୟାନ୍ୟ କାରଣ ମଧ୍ୟ ଭେଣ୍ଟ୍ରିକୁଲାର ସେପ୍ଟାଲ୍ ଡିଫେକ୍ଟ ପାଇଁ ଦାୟୀ। ଯେପରିକି ଗର୍ଭଧାରଣ ସମୟରେ ମାଆର ଖାଦ୍ୟ ଏବଂ ଔଷଧ ପ୍ରଭାବ ଉପରେ ମଧ୍ୟ ଏହା ନିର୍ଭର କରେ।

ଭେଣ୍ଟ୍ରିକୁଲାର ସେପ୍ଟାଲ୍ ତ୍ରୁଟିର ଚିକିତ୍ସା
ଛିଦ୍ରର ଆକାର ଏବଂ ଏହା ସୃଷ୍ଟି କରୁଥିବା ସମସ୍ୟା ଉପରେ ଆଧାର କରି ଡାକ୍ତରମାନେ ଚିକିତ୍ସା ପାଇଁ ପରାମର୍ଶ ଦିଅନ୍ତି। ଆମେରିକାନ୍ ହାର୍ଟ ଆସୋସିଏସନ ଅନୁସାରେ, ଯଦି ଛିଦ୍ର ଛୋଟ ଥାଏ, ତେବେ ଶିଶୁର ଅସ୍ତ୍ରୋପଚାର ଏବଂ ଅନ୍ୟାନ୍ୟ ଚିକିତ୍ସା ଆବଶ୍ୟକ ହୋଇନପାରେ କାରଣ ଏହା ସ୍ୱତଃପ୍ରୋତ ଭାବେ ଭଲ ହୋଇଯାଏ। ଯଦି ଛିତ୍ର ଆକାର ବଡ ହୋଇ ଯାଇଥାଏ ତେବେ ଓପନ୍ ହାର୍ଟ ସର୍ଜରୀ ଜରୁରୀ ହୋଇଯାଏ। 

Health News Heart Disease Bipasha Basu Bipasha Basu Daughter Devi Disease Ventricular Septal Defect Karan Singh Grover