Advertisment

ମାରି ଦଉଛି ମାରବର୍ଗ; କରି ଦେଉଛି ରକ୍ତରଞ୍ଜିତ ଆଖି

୧୭ ଦେଶରେ ଆଖି ପିଛୁଳାକେ ବ୍ୟାପିଲାଣି। ରୱାଣ୍ଡାରେ ପ୍ରାୟ ୧୫ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।

'Bleeding eye' virus (File Photo)

'Bleeding eye' virus (File Photo)

Advertisment

କରୋନା ଭାଇରସ୍ ଆସିଥିଲା ଯେ, ଏବେ ଯାଏଁ ଏହାର ନାଁ ଶୁଣିଲେ ଡର ଲାଗୁଛି। ଏବେ ଆଉ ଏକ ଭୟଙ୍କର ଭାଇରସ ଡରାଇବାକୁ ଆରମ୍ଭ କଲାଣି। 'ବ୍ଲିଡିଂ ଆଇ' ଭାଇରସ୍ କବଳରେ ପଡ଼ି ରୱାଣ୍ଡାରେ ପ୍ରାୟ ୧୫ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। କେବଳ ରୱାଣ୍ଡା ନୁହେଁ, ସମ୍ପ୍ରତି ୧୭ଟି ଦେଶରେ ମାରବର୍ଗ, ମଙ୍କିପକ୍ସ ଏବଂ ଓରିଓପୋଚେ ଭଳି ଭାଇରସ୍ ଆଖି ପିଛୁଳାକେ ବ୍ୟାପୁଥିବାରୁ ଏହା ଏବେ ଚିନ୍ତାର କାରଣ ପାଲଟିଛି।

Advertisment

ମାରବର୍ଗ ଭୂତାଣୁ ବ୍ୟାପୁଥିବା ଲୋକଙ୍କ ଆଖିରୁ ରକ୍ତସ୍ରାବ ହେଉଥିବା କାରଣରୁ ଏହାକୁ 'ବ୍ଲିଡିଂ ଆଇ' ଭାଇରସ୍ ବୋଲି କୁହାଯାଉଛି। ବୈଜ୍ଞାନିକଙ୍କ ଭାଷାରେ ଏହାକୁ ହେମୋରେଜିକ୍ କଞ୍ଜକ୍ୟୁଟିଭାଇଟିସ୍ ମଧ୍ୟ କୁହାଯାଏ। ଏହା ଏକ ପ୍ରକାର ଭାଇରାଲ୍ ସଂକ୍ରମଣ, ଯାହା ଆଖିରୁ ରକ୍ତସ୍ରାବ ଭଳି ଭୟଙ୍କର ଲକ୍ଷଣ ସୃଷ୍ଟି କରିଥାଏ। ଏହି ରୋଗ ବ୍ୟାପିଲେ ଆଖିର ଧଳା ଅଂଶରେ ରକ୍ତ ଜମାଟ ବାନ୍ଧି ଆଖି ପୂରା ଲାଲ୍ ହୋଇଯାଏ ଏବଂ ଏହି ଜୀବାଣୁ ଖୁବଶୀଘ୍ର ବ୍ୟାପିଥାଏ। ସଂକ୍ରମିତ ବ୍ୟକ୍ତିଙ୍କ ଶାରୀରରୁ ନିର୍ଗତ ରକ୍ତ, ଲାଳ କିମ୍ବା ପରିସ୍ରା ସହିତ ସିଧାସଳଖ ଯୋଗାଯୋଗ ମାଧ୍ୟମରେ ଏହା ଅନ୍ୟଜଣକୁ ବ୍ୟାପିଥାଏ।

'ବ୍ଲିଡିଂ ଆଇ' ଭାଇରସର ଲକ୍ଷଣ
ମାରବର୍ଗ କିମ୍ବା 'ବ୍ଲିଡିଂ ଆଇ' ଭାଇରସ୍ ବ୍ୟାପିବାର ୨ରୁ ୨୦ ଦିନ ଭିତରେ ଲକ୍ଷଣ ଗୁଡିକ ଦେଖାଯାଏ, ଯେଉଁଥିରେ ଆଖିରେ ପ୍ରବଳ ଜଳାପୋଡ଼ା ହେବା, ଆଖି କୁଣ୍ଡାଇ ହେବା, ଆଖିର ଧଳା ଅଂଶରେ ରକ୍ତ ଜମାଟ ବାନ୍ଧିବା ଆଦି ଅନ୍ତର୍ଭୁକ୍ତ। ଠିକରେ ଦେଖା ନଯିବା, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା ଏବଂ ସାମାନ୍ୟ ଜ୍ୱର ଭଳି ଲକ୍ଷଣ ମଧ୍ୟ ଦେଖାଯାଏ।

Advertisment

'ବ୍ଲିଡିଂ ଆଇ' ଭାଇରସର ଚିକିତ୍ସା
ମାରବର୍ଗ ଜୀବାଣୁ ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ଚିକିତ୍ସା କିମ୍ବା ଟିକା ନାହିଁ। ପ୍ରଚୁର ପାଣି ପିଇବା ଏବଂ ବିଭିନ୍ନ ସହାୟକ ଯତ୍ନ ଏହି ଭାଇରସକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଶରୀରରେ ରକ୍ତ ଉତ୍ପାଦ, ଇମ୍ୟୁନୋଥେରାପି ଏବଂ ଅନ୍ୟାନ୍ୟ ଔଷଧଜାତୀୟ ସମ୍ଭାବ୍ୟ ଚିକିତ୍ସା ସାହାଯ୍ୟରେ ଏହି ରୋଗକୁ କିପରି ରୋକାଯାଇପାରିବ, ସେନେଇ ବର୍ତ୍ତମାନ ପରୀକ୍ଷା ନିରୀକ୍ଷା କରାଯାଉଛି। ଏଥିପାଇଁ ଟିକା ପ୍ରସ୍ତୁତ କରାଯାଇ ଏବେ ଏହା ପରୀକ୍ଷାମୂଳକ ପର୍ଯ୍ୟାୟରେ ଅଛି।

Mpox Rwanda Virus Marburg Virus Bleeding Eye
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe