ବିଭିନ୍ନ ରୋଗ ଅଛି, ଯାହାର ନାମ ଶୁଣିବା ମାତ୍ରେ ଲୋକେ ଭୟଭୀତ ହୋଇଯାଆନ୍ତି। ସେଥିମଧ୍ୟରୁ ରକ୍ତ କର୍କଟ ବା ବ୍ଲଡ୍ କ୍ୟାନସର ଅନ୍ୟତମ। ଏହି ରୋଗ ହେଲେ ବଞ୍ଚିବାର ଆଶା କ୍ଷୀଣ ହୋଇଯାଏ। ମାତ୍ର ବର୍ତ୍ତମାନର ଚିକିତ୍ସା ପଦ୍ଧତିର ଉନ୍ନତି ବଳରେ ରୋଗକୁ ମାତ୍ ଦିଆଯାଇ ପାରୁଛି। କିନ୍ତୁ ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହେବା ନିହାତି ଆବଶ୍ୟକ। ତେଣୁ ରୋଗ ବାବଦରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ମାସକୁ ରକ୍ତ କର୍କଟ ସଚେତନତା ମାସ ରୂପେ ପାଳନ କରାଯାଏ। ତେବେ କାହିଁକି ଏହି ରୋଗ ହୁଏ ଏବଂ ଏହାର ଲକ୍ଷ୍ୟଣ କଣ, ଜାଣନ୍ତୁ...
ରକ୍ତ କର୍କଟ କିପରି ହୁଏ?
ରକ୍ତ କର୍କଟ ରୋଗକୁ ଲ୍ୟୁକେମିଆ ମଧ୍ୟ କୁହାଯାଏ। ଏହା ରକ୍ତରେ ଥିବା ଶ୍ୱେତ ରକ୍ତ କଣିକାକୁ ପ୍ରଭାବିତ କରିଥାଏ। ଲ୍ୟୁକେମିଆରେ, ଅସ୍ଥି ମଜ୍ଜା ବହୁ ସଂଖ୍ୟାରେ ଅସ୍ୱାଭାବିକ ଶ୍ୱେତ ରକ୍ତ କଣିକା ସୃଷ୍ଟି କରେ, ଯାହାକୁ ଲ୍ୟୁକେମିଆ କୋଷ କୁହାଯାଏ। ରକ୍ତରେ କର୍କଟ କୋଷ ସଂଖ୍ୟା ବୃଦ୍ଧି ହେତୁ ଲୋହିତ ରକ୍ତ କଣିକା, ଶ୍ୱେତ ରକ୍ତ କଣିକା ଏବଂ ପ୍ଲାଟଲେଟ୍ ବୃଦ୍ଧି ହେବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ମିଳେ ନାହିଁ। କାରଣ କର୍କଟ କୋଷ ସାଧାରଣ କୋଷ ଅପେକ୍ଷା ଖୁବ୍ ଦୃତ ଗତିରେ ବୃଦ୍ଧି ପାଇଥାନ୍ତି। ଏହି କାରଣରୁ ରକ୍ତରେ ସୁସ୍ଥ ରକ୍ତ କଣିକାର ଅଭାବ ହୁଏ। ଫଳରେ ଶରୀର ସାଧାରଣ ଭାବରେ କାର୍ଯ୍ୟ କରେନାହିଁ। ଅନେକ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ।
ଅନେକ ପ୍ରକାରର ରକ୍ତ କର୍କଟ ଅଛି ଏବଂ ପ୍ରକାର ଉପରେ ନିର୍ଭର କରି ଲକ୍ଷଣ ଭିନ୍ନ ହୋଇପାରେ...
ମୁଖ୍ୟତଃ ତିନି ପ୍ରକାରର ରକ୍ତ କର୍କଟ ଅଛି
ଲ୍ୟୁକେମିଆ- ବିଶ୍ୱାସ କରାଯାଏ ଯେ, ଏହି ପ୍ରକାର ରକ୍ତ କର୍କଟରେ ଶ୍ୱେତ ରକ୍ତ କଣିକାର ଅତ୍ୟଧିକ ଉତ୍ପାଦନ ହୋଇଥାଏ। ଫଳରେ ଜଣେ ବ୍ୟକ୍ତି ସଂକ୍ରମଣ ସହ ଲଢ଼ିବାକୁ ଅସମର୍ଥ ହୋଇଯାଏ।
ଲିମ୍ଫୋମା- ଲିମ୍ଫୋମା ରକ୍ତ କର୍କଟ ଲିମ୍ଫ ସିଷ୍ଟମ ଉପରେ ପ୍ରଭାବ ପକାଇଥାଏ। ଯାହା ସ୍ନାୟୁର ଏକ ନେଟୱାର୍କ, ଯେଉଁଥିରେ ଲସିକା ଗ୍ରନ୍ଥି, ସ୍ପିଲନ ଏବଂ ଥାଇମସ୍ ଗ୍ରନ୍ଥି ଥାଏ।
ମାଇଲୋମା- ଏହି କର୍କଟ ଅସ୍ଥି ମଜ୍ଜାର ପ୍ଲାଜମା କୋଷକୁ ପ୍ରଭାବିତ କରେ। ଯେଉଁଥିରେ ହାଡ, ରକ୍ତ ଏବଂ କିଡନୀକୁ କ୍ଷତି ପହଞ୍ଚିଥାଏ।
ରକ୍ତ କର୍କଟ ରୋଗର ଲକ୍ଷଣ
ରକ୍ତ କର୍କଟ ହେତୁ ଅସ୍ୱାଭାବିକ ରକ୍ତ କଣିକା ତୁଳନାରେ ସାଧାରଣ ରକ୍ତ କଣିକାର ଅଭାବ ଦେଖାଯାଏ, ଯେଉଁ କାରଣରୁ ଶରୀରରେ ଅନେକ ପ୍ରକାରର ଲକ୍ଷଣ ଦେଖାଯିବା ଆରମ୍ଭ କରେ। ରକ୍ତ କର୍କଟର କିଛି ସାଧାରଣ ଲକ୍ଷଣ ନିମ୍ନରେ ଦିଆଯାଇଛି...
- ଜ୍ୱର ଲାଗି ରହିବା
- ହାଡରେ ଯନ୍ତ୍ରଣା
- ନାକରୁ କ୍ରମାଗତ ରକ୍ତସ୍ରାବ
- ରାତିରେ ଶୋଇବା ସମୟରେ ଝାଳ ବୋହିବା
- ମହିଳାମାନଙ୍କ କ୍ଷେତ୍ରରେ ମାସିକ ଅବଧି ସମୟରେ ପ୍ରବଳ ରକ୍ତସ୍ରାବ
- ଭୋକ ନ ଲାଗିବା
- ଓଜନ ହ୍ରାସ
- ଶାରୀରିକ ପରିଶ୍ରମ ନ କଲେ ମଧ୍ୟ କ୍ଲାନ୍ତ ଲାଗିବା
ରକ୍ତ କର୍କଟର କାରଣ
ବିଶେଷଜ୍ଞଙ୍କ ଆଧାରରେ ଏପର୍ଯ୍ୟନ୍ତ ରକ୍ତ କର୍କଟ ରୋଗର କୌଣସି ନିର୍ଦ୍ଦିଷ୍ଟ କାରଣ ଚିହ୍ନଟ କରାଯାଇପାରି ନାହିଁ। ଏହା ଖାଦ୍ୟ, ରାସାୟନିକ ପଦାର୍ଥ କିମ୍ବା ବିକିରଣର ସଂସ୍ପର୍ଶରେ ଆସିବା କାରଣରୁ ହୋଇଥାଏ। ଏପରିକି ପରିବାରର ଅନ୍ୟ କୌଣସି ସଦସ୍ୟଙ୍କର ଯଦି ପୂର୍ବରୁ ରକ୍ତ କର୍କଟ ହୋଇଥାଏ ତେବେ ଏହା ହେବାର ସମ୍ଭାବନା ଥାଏ।
Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପାଦେୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।