Advertisment

କ୍ୟାନସର କରୁଛି ବମ୍ବେ ଲଡ଼ୁ!

ଏଭଳି ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିବା ପରେ, ତାମିଲନାଡୁ ଓ ପୁଡୁଚେରୀରେ ବମ୍ବେ ଲଡୁ ବା କଟନ୍ କ୍ୟାଣ୍ଡି ବିକ୍ରି ଉପରେ ବ୍ୟାନ୍ ଲଗାଯାଇଛି।

Cotton Candy

Cotton Candy

Advertisment

ବମ୍ବେ ଲଡ଼ୁ ବା କଟନ୍ କ୍ୟାଣ୍ଡିରେ ମିଳିଛି କ୍ୟାନସର ସୃଷ୍ଟିକାରୀ ଉପାଦାନ। ଏହା ମୁଖ୍ୟତଃ ଚିନିରେ ତିଆରି ହେଉଥିଲେ ବି ଏହାକୁ ସ୍ୱତନ୍ତ୍ର ରଙ୍ଗ ଦେବା ପାଇଁ ବ୍ୟବହାର ହୁଏ ଅତ୍ୟନ୍ତ କ୍ଷତିକାରକ କେମିକାଲ୍। ତାହା ହେଉଛି ‘ରୋଡାମିନ-ବି’। ଚେନ୍ନାଇ ସ୍ଥିତ ଫୁଡ୍ ଆନାଲିସିସ୍ ଲାବୋରେଟୋରିରେ ଏହା ସ୍ପଷ୍ଟ ହୋଇଛି।

Advertisment

ତା’ହେଲେ କ’ଣ ଏହି ‘ରୋଡାମିନ-ବି’, ଯାହାକୁ କ୍ୟାନସରର କାରକ ବୋଲି କୁହାଯାଉଛି। ସୂଚନା ଅନୁସାରେ, ବିଭିନ୍ନ କାରଖାନାରେ ‘ରୋଡାମିନ-ବି’କୁ ଏକ ଡାଏ ବା ରଙ୍ଗ ଭାବେ ବ୍ୟବହାର କରାଯାଏ। ବିଶେଷ ଭାବେ କପଡ଼ା ଓ ଚମଡ଼ା କାରଖାନାରେ ଏବଂ ଛପା କାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଏ।

ଏଭଳି କେମିକାଲ ଖାଦ୍ୟ ପଦାର୍ଥକୁ ରଙ୍ଗୀନ କରିବା ପାଇଁ ବ୍ୟବହାର କରାଗଲେ, ଏହା ଯେ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହେବ, ତାହା ଆପଣ ନିଜେ ଚିନ୍ତା କରନ୍ତୁ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଦୀର୍ଘ ଦିନ ଧରି ଖାଦ୍ୟରେ ଏହାକୁ ସେବନ କଲେ କିଡନୀ ଓ ଲିଭର୍ ଉପରେ ବି କୁପ୍ରଭାବ ପଡ଼ିଥାଏ। ଏହା କିଡନୀ ଓ ଲିଭରରେ ଜମା ହୋଇ ପରବର୍ତ୍ତୀ ସମୟରେ ଅଲସର୍, ଏପରିକି କ୍ୟାନସର ଆଡ଼କୁ ଗତି କରିପାରେ ବୋଲି ଆଶଙ୍କା କରାଯାଉଛି। ଏଭଳି ଚିନ୍ତାଜନକ ରିପୋର୍ଟ ସାମ୍ନାକୁ ଆସିବା ପରେ, ତାମିଲନାଡୁ ଓ ପୁଡୁଚେରୀରେ ବମ୍ବେ ଲଡୁ ବା କଟନ୍ କ୍ୟାଣ୍ଡି ବିକ୍ରି ଉପରେ ବ୍ୟାନ୍ ଲଗାଯାଇଛି।

Advertisment
Cancer Cotton Candy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe