Advertisment

ସୁଆଦିଆ ଗୁପଚୁପରେ ହାନୀକାରକ ରଙ୍ଗ, ହୋଇପାରେ କ୍ୟାନସର

କର୍ଣ୍ଣାଟକରୁ ଜାତୀୟ ଗଣମାଧ୍ୟମରେ ଏଭଳି ତଥ୍ୟ ଆସିବା ପରେ ବଢ଼ିଛି ଲୋକଙ୍କ ଟେନସନ୍।

Gupchup

Gupchup

Advertisment

ପାଟିକୁ ସୁଆଦିଆ, ଖାଇବାକୁ ଚଟପଟି। ଛୋଟଠୁ ବଡ଼, ମୁଖ୍ୟତଃ ଯୁବତୀମାନଙ୍କର ଏହା ପ୍ରଥମ ପସନ୍ଦ। ଭିନ୍ନ ରାଜ୍ୟରେ ଏହାର ନାଁ ଭିନ୍ନ କିନ୍ତୁ ସ୍ୱାଦ ମନଲୋଭା। ଏହାର ଚଟପଟା ସ୍ୱାଦର ଦିୱାନା ସମସ୍ତେ । ମସଲା ଆଉ ଖଟା ପାଣିର ଅଦ୍ଭୁତ୍ ମିଶ୍ରଣ ହେଉଛି ଗୁପଚୁପ୍ ।

Advertisment

ହେଲେ ଏହି ଗୁପଚୁପ୍ ଅବା ଓଡ଼ିଶା ବାହାରେ ପାନିପୁରୀ କୁହାଯାଉଥିବା ଏହି ଖାଦ୍ୟକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଏପରିକି ଏହାକୁ ବେଶି ଖାଇବା ଦ୍ୱାରା କ୍ୟାନ୍ସର ବି ହୋଇପାରେ ବୋଲି ବିଶେଷଜ୍ଞ ଚେତାଇ ଦେଇଛନ୍ତି ।

କର୍ଣ୍ଣାଟକରୁ ଜାତୀୟ ଗଣମାଧ୍ୟମରେ ଏଭଳି ତଥ୍ୟ ଆସିବା ପରେ ବଢ଼ିଛି ଲୋକଙ୍କ ଟେନସନ୍। କର୍ଣ୍ଣାଟକାର ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରୁ ୨୬୦ଟି ନମୁନାକୁ ପରୀକ୍ଷା କରାଯାଇଥିଲା।

Advertisment

ଯେଉଁଥିରୁ ୪୧ଟି ନମୁନାରେ କ୍ୟାନସର ଲକ୍ଷଣ ଥିବା କହିଛି କର୍ଣ୍ଣାଟକ ଖାଦ୍ୟ ଓ ନିରାପତ୍ତା ବିଭାଗ। ତାସହ ୧୮ଟି ନମୁନାକୁ ଅତି ନିମ୍ନମାନର ବୋଲି କୁହାଯାଇଥିଲା।

ମୁଖ୍ୟତଃ ଗୁପଚୁପ୍ ପାଣି ତଥା ସସ୍‌ରେ ବ୍ୟବହୃତ ହେଉଥିବା କୁତ୍ରିମ ରଙ୍ଗ ଏଥିପାଇଁ ଦାୟୀ । କର୍ଣ୍ଣାଟକାର ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଏହି ସାଂଘାତିକ ତଥ୍ୟ ସାମନାକୁ ଆସିଛି। ଅଧିକ ଖାଇବା ଦ୍ୱାରା ଏହା କ୍ୟାନସର ପରି ମାରାତ୍ମକ ରୋଗକୁ ଡକରା ଦେଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

କୋବି ମାଞ୍ଚୁରିଆନ, କବାବରୁ କ୍ୟାନସର ସୃଷ୍ଟିକାରୀ ଜୀବାଣୁ ଠାବ ହେବା ପରେ ଏବେ ଗୁପଚୁପ୍‌ରୁ ବି ଏହା ଠାବ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଗୁପଚୁପ୍‌ ପ୍ରେମୀଙ୍କ ମନ ଖଟା ହୋଇ ଯାଇଛି। କେବଳ ସେତିକି ନୁହେଁ,ଖୁବ୍‌ ଶୀଘ୍ର କର୍ଣ୍ଣାଟକା ସରକାର ଗୁପଚୁପ୍‌କୁ ବ୍ୟାନ୍‌ କରି ପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି।

Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe