Advertisment

କେଉଁ ସବୁ ସମସ୍ୟା ଥିଲେ ଫୁଲକୋବି ଖାଇବା ଅନୁଚିତ୍?

କେତେକ ସ୍ୱାସ୍ଥ୍ୟ ସମସ୍ୟାରେ ଫୁଲକୋବି ଖାଇବା ବିପଜ୍ଜନକ ହୋଇପାରେ, ଜାଣନ୍ତୁ ସେଗୁଡ଼ିକ କଣ...

Cauliflower

Cauliflower

Advertisment

ଶୀତଋତୁରେ ଉତ୍ପାଦିତ ହେଉଥିବା ବିଭିନ୍ନ ପରିବା ମଧ୍ୟରୁ ଫୁଲକୋବି ଅନ୍ୟତମ। ଅନେକ ଲୋକ ଫୁଲକୋବି ଖାଇବାକୁ ବେଶ୍ ପସନ୍ଦ କରନ୍ତି। ଏଥିରେ ମଧ୍ୟ ଭିଟାମିନ୍ ଭରପୂର ପରିମାଣରେ ଥାଏ। ଫୁଲକୋବିରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ।

Advertisment

ଏଥିରେ ଭିଟାମିନ୍ ସି, ଭିଟାମିନ୍ ଏ, ଭିଟାମିନ୍ ବି ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ। ତଥାପି ଫୁଲକୋବି ସମସ୍ତଙ୍କ ପାଇଁ ଉପକାରୀ ନୁହେଁ। କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଲୋକେ ଫୁଲକୋବି ଖାଇବା ଉଚିତ୍ ନୁହେଁ। କେଉଁମାନଙ୍କ ଶରୀର ପାଇଁ ଫୁଲକୋବି ଅପକାରୀ, ଜାଣନ୍ତୁ...

ଥାଇରଏଡ୍ ରୋଗୀ- ଯଦି ଥାଇରଏଡ୍ ସମସ୍ୟା ଅଛି, ତେବେ ଫୁଲକୋବି ଖାଆନ୍ତୁ ନାହିଁ। ଏହା ଥାଇରଏଡ ସମସ୍ୟାକୁ ଆହୁରି ବଢାଇପାରେ। ଫୁଲକୋବି ଖାଇବା ଦ୍ୱାରା ଥାଇରଏଡ ଗ୍ରନ୍ଥିରେ ଆୟୋଡିନ୍ ବ୍ୟବହାର କରିବାର କ୍ଷମତା କମିଯାଏ। ଫୁଲକୋବି ବିଶେଷତଃ T3 ଏବଂ T4 ହରମୋନର ସ୍ତରକୁ ପ୍ରଭାବିତ କରିଥାଏ। ତେଣୁ, ଥାଇରଏଡ୍ ରୋଗୀ ଯଥା ସମ୍ଭବ କମ୍ ପରିମାଣର ଫୁଲକୋବି ଖାଇବା ଠିକ୍ ହେବ। 

Advertisment

ପଥର ସମସ୍ୟା- ଯଦି ଶରୀରେ ପଥର ସମସ୍ୟା ଅଛି, ତେବେ ଫୁଲକୋବି ଖାଆନ୍ତୁ ନାହିଁ। ବିଶେଷକରି ଗଲ୍ ବ୍ଲାଡର୍ ଓ କିଡନୀରେ ପଥର ଥାଏ, ତେବେ ଫୁଲକୋବି ଖାଇବାଠୁ ଦୂରେଇ ରହିବା ଉଚିତ୍। ଫୁଲକୋବିରେ କ୍ୟାଲସିୟମ ଥାଏ, ଯାହା ପଥର ସମସ୍ୟାକୁ ଆହୁରି ବଢାଇପାରେ।

ରକ୍ତ ଜମାଟ ବାନ୍ଧିବା- ଯଦି ରକ୍ତ ଜମାଟ ବାନ୍ଧୁଛି, ତେବେ ଫୁଲକୋବି ଆଦୌ ଖାଆନ୍ତୁ ନାହିଁ। ଫୁଲକୋବିରେ ପୋଟାସିୟମ୍ ଭରପୂର ଥାଏ। ତେଣୁ ଫୁଲକୋବି ଖାଇବା ଦ୍ୱାରା ରକ୍ତ ଆହୁରି ଗାଢ ହୋଇପାରେ। ତେଣୁ, କୋବି ସେବନକୁ ସୀମିତ କରନ୍ତୁ କିମ୍ବା ଏହାକୁ ଆଦୌ ଖାଆନ୍ତୁ ନାହିଁ।

ଗ୍ୟାଷ୍ଟିକ ସମସ୍ୟା- ଯେଉଁମାନଙ୍କର ଗ୍ୟାଷ୍ଟିକ୍ ଏବଂ ଅମ୍ଳତା ସମସ୍ୟା ଥାଏ, ସେମାନେ ଅଳ୍ପ ପରିମାଣର ଫୁଲକୋବି ଖାଇବା ଉଚିତ୍। ଏଥିରେ କାର୍ବୋହାଇଡ୍ରେେଟ୍ ଥିବାରୁ ହଜମ ସମସ୍ୟାକୁ ବଢାଇପାରେ। ତେଣୁ ନିୟମିତ ଭାବେ ଗ୍ୟାଷ୍ଟିକ ସମସ୍ୟାର ସମ୍ମୁଖୀନ ହେଉଥିଲେ କମ୍ ପରିମାଣରେ କିମ୍ବା ଆଦୌ ଫୁଲକୋବି ଖାଆନ୍ତୁ ନାହିଁ।  

ଗର୍ଭାବସ୍ଥାରେ ଫୁଲକୋବି ଖାଆନ୍ତୁ ନାହିଁ- ଗର୍ଭାବସ୍ଥାରେ ମଧ୍ୟ ଫୁଲକୋବି ଖାଇବାଠାରୁ ଦୂରେଇ ରହିବା ଉଚିତ୍। ଏହା ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ। ବିଶେଷକରି ଗର୍ଭାବସ୍ଥାରେ ଏହା ଗ୍ୟାସ୍ ଓ ଅମ୍ଳତା ସମସ୍ୟା ସୃଷ୍ଟି କରିପାରେ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Cauliflower For Health Cauliflower Benefits Cauliflower Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe