Advertisment

ସ୍କ୍ରବ ଟାଇଫସ୍ ପାଇଁ ରାଜ୍ୟକୁ ଦାୟୀ କଲେ କେନ୍ଦ୍ରୀୟ ଟିମ୍‌

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧରେ ସ୍କ୍ରବ ଟାଇଫସ୍ ପ୍ରଭାବିତ ପଶ୍ଚିମଓଡ଼ିଶା ଗସ୍ତରେ ଆସି କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁରର ସ୍ଥିତି ପରଖିବା ସହ ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକ କରି ଫେରି ଯାଇଥିଲେ ।

scrub typhus

scrub typhus

Advertisment

 ପଶ୍ଚିମଓଡ଼ିଶାରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇ ୮ଜଣଙ୍କ ମୃତ୍ୟୁ ହେବା ଘଟଣାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଟିମ୍ ଦାୟୀ କରିଛନ୍ତି । ବିଳମ୍ବରେ ରୋଗ ଚିହ୍ନଟ ଓ ଚିକିତ୍ସା ଯୋଗୁ ଏହି ଲୋକମାନଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ରୀୟ ଟିମ୍ କହିଛନ୍ତି । ଚଳିତବର୍ଷ ସ୍କ୍ରବ ଟାଇଫସର ପ୍ରାୟ ୨୮୦୦ ମାମଲା ପଦାକୁ ଆସିଥିଲା ।

Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧରେ ସ୍କ୍ରବ ଟାଇଫସ୍ ପ୍ରଭାବିତ ପଶ୍ଚିମଓଡ଼ିଶା ଗସ୍ତରେ ଆସି କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁରର ସ୍ଥିତି ପରଖିବା ସହ ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକ କରି ଫେରି ଯାଇଥିଲେ । କେନ୍ଦ୍ରୀୟ ଟିମ୍ ତାଙ୍କ ଅନ୍ତରୀଣ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ସ୍କ୍ରବ ଟାଇଫସ୍ ଚିହ୍ନଟ, ହସ୍ପିଟାଲରେ ଭର୍ତ୍ତି ଓ ଚିକିତ୍ସାରେ ଅବହେଳା ଯୋଗୁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସ୍କ୍ରବ ଟାଇଫସ ଆକ୍ରାନ୍ତ ହୋଇଥିବା ଅଧିକାଂଶ ଲୋକଙ୍କର ଘର ଜଙ୍ଗଲ ଅବା ଚାଷ ଜମି ଥିବା ଅଂଚଳରେ । ସେମାନେ ଖାଲି ପାଦରେ ଜମିକୁ ଯିବା ସହ ପରିଚ୍ଛନ୍ନତା ଅଭାବରୁ ଏହି ସଂକ୍ରମଣ ଅଧିକ ବ୍ୟାପିଥିଲା ।

କେନ୍ଦ୍ରୀୟ ଟିମ୍ ମଧ୍ୟ ଏସବୁ ଅଂଚଳରେ ଲୋକଙ୍କୁ ନିୟମିତ ଭାବେ ସଚେତନ କରିବା ସହ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀମାନେ ଯେଭଳି ରୋଗର ଆଗୁଆ ଚିହ୍ନଟ କରିପାରିବେ ସେ ସମ୍ପର୍କରେ ସେମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିମନ୍ତେ ପରାମର୍ଶ ଦେଇଥିବା ନେଇ ଏକ ଦୈନିକ ଇଂରାଜୀ ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି ।

Advertisment
Scrub Typhus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe