Advertisment

ସୁନ୍ଦରଗଡରେ କେନ୍ଦ୍ରୀୟ ଟିମ୍‌, ପରଖିବେ ସ୍କ୍ରବ ଟାଇଫସ ସ୍ଥିତି

ସ୍କ୍ରବ ଟାଇଫସ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ଓ ରାଜ୍ୟର ୬ ଜଣିଆ ଟିମ ସୁନ୍ଦରଗଡରେ ପହଞ୍ଚିଛନ୍ତି ।

Central Team

Central Team

Advertisment

ସ୍କ୍ରବ ଟାଇଫସ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ଓ ରାଜ୍ୟର ୬ ଜଣିଆ ଟିମ ସୁନ୍ଦରଗଡରେ ପହଞ୍ଚିଛନ୍ତି । କେନ୍ଦ୍ରୀୟ ଟିମ୍ ସିଡିଏମଓ, ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା ପରେ ବିଭିନ୍ନ ଅଞ୍ଚଳ ଯିବାର କାର୍ଯ୍ୟକ୍ରମ ରହିଛି ।

Advertisment

ସେମାନେ ସିଡିଏମଓ ଡ. ଧରଣୀରଞ୍ଜନ ଶତପଥୀଙ୍କ ସହ ସ୍କ୍ରବ୍ ଟାଇଫସ ଉପରେ ସମୀକ୍ଷା କରିଛନ୍ତି। ଟିମରେ଼ ଡା. ସମୀର ଗୁଲାଟି, ଡା. ତୁଷାର ନାଲେ, ଡା. ଧରା ବି ଶାହ, ଡା. ଆରୁଷି ଘାଇ ପ୍ରମୁଖ ରହିଛନ୍ତି

ଗତ ୨୨ ତାରିଖରେ ଓଡ଼ିଶାକୁ ଏକ କେନ୍ଦ୍ରୀୟ ମେଡିକାଲ ଟିମ୍ ପଠାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗଠିତ ୪ ଜଣିଆ ମେଡିକାଲ ଟିମ୍ ଓଡ଼ିଶା ଆସି ସଂକ୍ରମଣ ସ୍ଥିତି ନେଇ ଅନୁଧ୍ୟାନ କରୁଛନ୍ତି । ସେମାନଙ୍କ ସହ ରାଜ୍ୟର ୨ ବିଶେଷଜ୍ଞ ଥିବା ଜଣାଯାଇଛି।

Advertisment

ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୨୦ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ୍ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି । ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ନେଇ CDMO ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ଆରମ୍ଭରୁ ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର ଆଦି ଜିଲ୍ଲାରେ ସ୍କ୍ରବ ଟାଇଫସ ଆତଙ୍କ ଖେଳିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। 

Sundargarh Scrub Typhus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe