Advertisment

ଡରାଇଲା କରୋନା: ସବୁ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

କରୋନାର ସବଭ୍ୟାରିଏଣ୍ଟ ଜେଏନ ୧ ଭାରତରୁ ଠାବ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି।

Corona

Corona

Advertisment

ପୁଣି ଥରେ ଡରାଇବା ଆରମ୍ଭ କଲାଣି ମହାମାରୀ କରୋନା। କରୋନାର ସବଭ୍ୟାରିଏଣ୍ଟ ଜେଏନ ୧ ଭାରତରୁ ଠାବ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର। ଇନଫ୍ଲୁଏଞ୍ଜା ଭଳି ରୋଗ ଉପରେ ନଜର ରଖିବା ଓ ଏହାକୁ ଉପଯୁକ୍ତ ଅଧିକାରୀଙ୍କ ପାଖରେ ରିପୋର୍ଟ କରିବା ପାଇଁ ରାଜ୍ୟ ଗୁଡ଼ିକୁ କୁହାଯାଇଛି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ “କୋଭିଡ ୧୯ ଭାଇରସ ନିରବଚ୍ଛିନ୍ନ ଭାବେ ଘୁରି ବୁଲୁଛୁ। ଏହାର ଏପିଡେମୋଲୋଜି ବ୍ୟବହାର ଭାରତୀୟ ପରିବେଶରେ ରହିଛି। ତେଣୁ କରୋନା ସ୍ଥିତି ଉପରେ ଆମ ସମସ୍ତଙ୍କୁ ନଜର ରଖିବାକୁ ପଡ଼ିବ। ଜିଲ୍ଲାସ୍ତରରୁ ଏହି ଅଭିଯାନ ଆରମ୍ଭ ହେବା ଦରକାର।”

ଭାରତରେ କରୋନା ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮୨୮। ତେବେ କେରଳରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି କେରଳରେ ହିଁ ଜେଏନ ୧ ସବଭ୍ୟାରିଏଣ୍ଟ ନିକଟରେ ଚିହ୍ନଟ ହୋଇଥିଲା।

Advertisment

ସତର୍କ ସୂଚନାରେ କୁହାଯାଇଛି ଯେ ଆଗକୁ ପାର୍ବଣ ଋତୁ ଥିବାରୁ ଅଧିକ ସତର୍କ ରହିବାକୁ ପଡ଼ିବ। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାକୁ ହେବ। ହାଇଜନ୍‌ ନିୟମକୁ କଡ଼ା କଡ଼ି ପାଳନ କରିବାକୁ କେନ୍ଦ୍ର ସରକାର କହିଛନ୍ତି।

କେନ୍ଦ୍ର ସରକାର ସବୁ ରାଜ୍ୟକୁ ଇଞ୍ଜଫ୍ଲୁଏଞ୍ଜା ରୋଗର ଯାଞ୍ଚ ଓ ରିପୋର୍ଟ କରିବାକୁ କହିଛନ୍ତି। ନିୟମିତ ଭାବେ ପରୀକ୍ଷା ଓ ଲୋକଙ୍କୁ ସଚେତନ କରିବାକୁ ମଧ୍ୟ କୁହାଯାଇଛି।

Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe