Advertisment

ପୁଣି ଡରାଇଲାଣି କରୋନା; ଜରୁରୀ ବୈଠକ ଡାକିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଜରୁରୀ ବୈଠକ ଡାକିଛନ୍ତି। ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ ଯୋଗଦେବେ।

Mansukh Mandaviya

Mansukh Mandaviya

Advertisment

ପୁଣି ଥରେ ଚିନ୍ତା ବଢାଇଛି କରୋନା। କରୋନାକୁ ମହାମାରୀ ତାଲିକାରୁ ହଟାଇ ଦିଆଯାଇ ଥିଲେ ମଧ୍ୟ ପୁଣି କିଛି ଦିନ ହେବ କ୍ରମାଗତ ଭାବେ ରୋଗୀ ଚିହ୍ନଟ ହେବା ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଜରୁରୀ ବୈଠକ ଡାକିଛନ୍ତି। ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ ଯୋଗଦେବେ।

Advertisment

ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ। ସେପଟେ କେରଳରେ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ବିଶେଷ କରି ଆଗକୁ ଖ୍ରୀଷ୍ଟମାସ ଏବଂ ଇଂରାଜୀ ନବବର୍ଷ ଆସୁଥିବାରୁ ଭିଡ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି।

ଏଥିସହ ଜିଲ୍ଲାସ୍ତରରେ ଇନଫ୍ଲୁଏଞ୍ଜା ଲାଇକ୍ ଇଲନେସ୍(ILI) ଏବଂ ସିଭିୟର ଆକ୍ୟୁଟ୍ ରେସ୍ପିରେଟୋରି ଇଲନେସ୍(SARI) ଲକ୍ଷଣ ପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସେହିପରି ଜିଲ୍ଲାସ୍ତରରେ କୋଭିଡ ପରୀକ୍ଷା ସହ RT-PCR ଟେଷ୍ଟ ଏବଂ ପଜିଟିଭ ସାମ୍ପଲକୁ ଜିନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ପ୍ରକାଶ ଥାଉ କି, କିଛି ଦିନ ହେବ କେରଳରେ ମୃତ୍ୟୁ ସହ କୋଭିଡ ମାମଲା ବୃଦ୍ଧି ପାଉଛି। ରାଜ୍ୟରେ ଚିହ୍ନଟ ହୋଇଥିବା ତଥ୍ୟ ଅନୁଯାୟୀ, ଗୋଟିଏ ସପ୍ତାହ ମଧ୍ୟରେ ଦୈନିକ ମାମଲା ତିନି ଗୁଣା ବଢି ଯାଇଛି। ଡିସେମ୍ବର 1ରୁ 17 ମଧ୍ୟରେ 10 ଜଣ ରୋଗୀ ପ୍ରାଣ ହରାଇ ସାରିଲେଣି। ସବୁଠାରୁ ଚିନ୍ତାର ବିଷୟ ହେଉଛି କି, କୋଭିଡର ନୂଆ ଭାରିଆଣ୍ଟ JN.1 ରୋଗୀ ଭାରତରେ ଚିହ୍ନଟ ହୋଇଛନ୍ତି। କେରଳର ଜଣେ 79 ବର୍ଷୀୟ ବୃଦ୍ଧା ନିକଟରେ ଏହି ଭାରିଆଣ୍ଟରେ ଚିହ୍ନଟ ହୋଇଛନ୍ତି। 

ଆମେରିକା, ଚୀନ ଓ ସିଙ୍ଗାପୁର ପରେ ଭାରତରେ ଏହି ଭାରିଆଣ୍ଟ ଚିହ୍ନଟ ହେବା ପ୍ରଥମ। ସେପଟେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। ବିଶେଷ କରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଏବଂ ବୟସ୍କ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। 

Union Health Minister Covid Covid Rises In Kerala Corona
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe