Advertisment

ଡରାଇଲାଣି ମଙ୍କିପକ୍ସ! ସ୍କ୍ରିନିଂ, ଟେଷ୍ଟିଂ ସହ ବେଡ୍ ପ୍ରସ୍ତୁତ ରଖିବାକୁ ପରାମର୍ଶ

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ସତର୍କତା ଜାରି କରାଯାଇଛି।

Mpox Kit

Mpox Kit

Advertisment

ଗତକାଲି ଜଣେ ମଙ୍କିପକ୍ସ ସନ୍ଦିଗ୍ଧ ଚିହ୍ନଟ ହେବା ପରେ ସତର୍କତା ଜାରି କରିଛନ୍ତି କେନ୍ଦ୍ର ସରକାର। ସ୍କ୍ରିନିଂ, ଟେଷ୍ଟିଂ ସହ ବେଡ୍ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। 

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ସନ୍ଦିଗ୍ଧ Mpox ବା ମଙ୍କିପକ୍ସ ରୋଗୀଙ୍କ ସ୍କ୍ରିନିଂ ଏବଂ ଟେଷ୍ଟିଂ ସହ ପଜିଟିଭ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କୁ ଆଇସେଲୋଟେ ଅର୍ଥାତ୍ ପୃଥକ ସ୍ଥାନରେ ରଖିବାକୁ ବ୍ୟବସ୍ଥା କରନ୍ତୁ। ମୃତ୍ୟୁ ଆଶଙ୍କା କିମ୍ବା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ସତର୍କତା ଜାରି କରାଯାଇଛି।

ଏଥିସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଯଥା ଭୟକୁ ରୋକିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।  

Advertisment

ପ୍ରକାଶ ଥାଉକି, ଗତକାଲି ଜଣେ ଯୁବକ ମଙ୍କିପକ୍ସ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ତାଙ୍କ ଶରୀରରେ ମଙ୍କିପକ୍ସର ବିଭିନ୍ନ ଲକ୍ଷଣ ଦେଖାଯିବାରୁ ସାମ୍ପଲ୍ ଟେଷ୍ଟ ପାଇଁ ନମୂନା ପଠାଯାଇଛି। ସେ ମଙ୍କିପକ୍ସ ସଂକ୍ରମିତ ଦେଶରୁ ଫେରିଥିଲେ। ତେଣୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଆଗୁଆ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି

ଅଗଷ୍ଟ 14ରେ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ଯ ସଂଗଠନ (WHO) ହେଲଥ ଏମର୍ଜେନ୍ସି ଘୋଷଣା କରିଥିଲେ। ପାଖାପାଖି 17ଟି ଦେଶକୁ ମଙ୍କିପକ୍ସ ବିସ୍ତାର କରିସାରିଛି। କିନ୍ତୁ ଜୁଲାଇରେ ନୂଆ ଭାରିଆଣ୍ଟ 'କ୍ଲେଡ୍ 1ବି' ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ହେଲଥ ଏମର୍ଜେନ୍ସି ରୂପେ ଘୋଷଣା କରିଛି। ବର୍ତ୍ତମାନ ସୁଦ୍ଧା ବୁରୁଣ୍ଡି, କେନିଆ, ରୁୱାଣ୍ଡା ଏବଂ ଉଗାଣ୍ଡାରେ ମଙ୍କିପକ୍ସର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

WHO Monkeypox Mpox Health Emergency
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe