Advertisment

ବ୍ୟାପୁଛି ହାଡ଼ଫୁଟି ଓ ଝାଡ଼ାବାନ୍ତି; ହେଲେ କେହି ଯାଉନାହାନ୍ତି ମେଡ଼ିକାଲ୍‌

ଗାଁ ଲୋକେ ମେଡ଼ିକାଲ୍‌ ନଯାଇ, ପୂଜା ପାଠ କରିଛନ୍ତି। ଗାଁ ଲୋକଙ୍କ ବିଶ୍ୱାସ ଗ୍ରାମଦେବୀ ସନ୍ତୁଷ୍ଟ ହେଲେ ରୋଗ ଦୂରେଇ ଯିବ। ସେଥିପାଇଁ ଗାଁ ଲୋକେ ଦୁଇ ଦିନ ତଳେ ପୂଜା ପାଠ କରିଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Kendujhar

Kendujhar

Advertisment

ବ୍ୟାପୁଛି ହାଡ଼ଫୁଟି ଓ ଝାଡ଼ାବାନ୍ତି। ଏ ସାହିରୁ ସେ ସାହିକୁ ବ୍ୟାପିବାରେ ଲାଗିଛି। ହେଲେ କୌଣସି ଲୋକ ମେଡ଼ିକାଲ୍‌ ଯାଉନାହାନ୍ତି। ପୂଜାପାଠ ଉପରେ ବିଶ୍ୱାସ କରୁଥିବା ଚର୍ଚ୍ଚା ହେଉଛି। ଏପରି ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅଞ୍ଚଳରୁ।

Advertisment

ସଦର ବ୍ଳକ୍‌ ଶିରିଷପାଳ ପଞ୍ଚାୟତ ରାଙ୍କି, ପାତ୍ରସାହି, ମୁଣ୍ଡା ସାହି ପରି ଅନେକ ସାହିରେ ୫୦ରୁ ଅଧିକ ଲୋକ ହାଡଫୁଟି ଓ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ହେଲେ ସେମାନେ ମେଡ଼ିକାଲ୍‌ ଯାଉନାହାନ୍ତି। ଏପରିକି ଔଷଧ ଖାଉନାହାନ୍ତି। ରୋଗ ଯନ୍ତ୍ରଣା ଘାଣ୍ଟି ହେଉଥିଲେ ମଧ୍ୟ ଗାଁରେ ରହୁଛନ୍ତି। ଦୂଷିତ ପାଣି ପିଇ ଗାଁ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଗାଁ ଲୋକେ ମେଡ଼ିକାଲ୍‌ ନଯାଇ ପୂଜା ପାଠ କରିଛନ୍ତି। ଗାଁ ଲୋକଙ୍କ ବିଶ୍ୱାସ ଗ୍ରାମଦେବୀ ସନ୍ତୁଷ୍ଟ ହେଲେ ରୋଗ ଦୂରେଇ ଯିବ। ସେଥିପାଇଁ ଗାଁ ଲୋକେ ଦୁଇ ଦିନ ତଳେ ପୂଜା ପାଠ କରିଥିବା ଜଣାପଡ଼ିଛି। ତେବେ ପୂଜାପାଠ ନେଇ ଗାଁ ଲୋକେ ମୁହଁ ଖୋଲୁ ନାହାନ୍ତି।

Advertisment

ସେପଟେ କେନ୍ଦୁଝର ଡିଏମ୍‌ଓ ଡା. ଏ.କେ ଦେଓ କହିଛନ୍ତି, ହାଡଫୁଟି ଓ ଝାଡ଼ାବାନ୍ତି ବ୍ୟାପୁଥିବା ଏବେ ଜାଣିବାକୁ ପାଇଲି। ଏ ସମ୍ପର୍କରେ ସିଡିଏମ୍‌ଓଙ୍କୁ ଜଣାଇବି। ରାଙ୍କି ଓ ପାତ୍ର ସାହିକୁ କେମିତି ମେଡ଼ିକାଲ୍‌ ଟିମ୍‌ ଯିବ ସେ ବିଷୟରେ ଆଲୋଚନା କରିବି ବୋଲି ଡାକ୍ତର ଦେଓ କହିଛନ୍ତି।

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ ପାଣି

Kendujhar Chicken Pox
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe