Advertisment

ଶୂନ୍‌ଶାନ୍‌ ରାସ୍ତାରେ କାନ୍ଦୁଥିଲା କୁନିପୁଅ

ନନ୍ଦପୁର-ସେମିଳିଗୁଡ଼ା ଏମ୍‌ଡିଆର୍‌ ରାସ୍ତାରେ ରହିଛି ଏକ ପେଟ୍ରୋଲ ପମ୍ପ। ସେହି ପେଟ୍ରୋଲ୍‌ ଟାଙ୍କି ନିକଟସ୍ଥ ରାସ୍ତା ପାର୍ଶ୍ୱରେ ପଲିଥିନ୍‌ରେ ଗୋଡ଼ା ହୋଇଥିବା ଅବସ୍ଥାରେ ନବଜାତ ଶିଶୁପୁତ୍ର କାନ୍ଦୁଥିବା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
Child

Child

Advertisment

ରାସ୍ତା କଡ଼ରୁ ପଲିଥିନ ଭିତରେ ପଡିଥିବା ସଦ୍ୟ ପ୍ରସବ ଅକାଳପକ୍ୱ (ପୁଅ) ଛୁଆ ଉଦ୍ଧାର। ସ୍ଥାନୀୟ ଯୁବକଙ୍କ ଦ୍ଵାରା ଉଧାର। ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦାଖିଲା। ଚିକିତ୍ସା ଅବସ୍ଥା ରେ ମୃତ୍ୟୁ। କିଏ ଫିଙ୍ଗିଲା ଛୁଆ ଓ କାହାର ଛୁଆ ପରିଚୟ ମିଳିନଥିବା ବେଳେ ଏପରି ଘଟଣା କୁ ନେଇ ଦେଖା ଦେଇଛି ଅସନ୍ତୋଷ ।

Advertisment

ନିଛାଟିଆ ରାସ୍ତା। ଆଖପାଖରେ କେହି ନଥିଲେ। ପଲିଥିନ୍‌ରେ ଗୋଡ଼ା ହୋଇଥିବା ଅବସ୍ଥାରେ ନବଜାତ ଶିଶୁପୁତ୍ରଟିଏ ପଡ଼ିଥିଲା। ଆଉ ରାହା ଧରି କାନ୍ଦୁଥିଲା। ପ୍ରତିଦିନ ପରି ସେଦିନ ସେହି ରାସ୍ତାରେ ଜୀବନ ଜୀବିକା ପାଇଁ ଯାଉଥିବା ଯୁବକମାନେ ଶିଶୁଟିକୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରୁ ଆଜି ଏପରି ଖବର। ତେବେ ପିଲାର ପରିଚୟ ଜଣାପଡ଼ି ନାହିଁ।

ନନ୍ଦପୁର-ସେମିଳିଗୁଡ଼ା ଏମ୍‌ଡିଆର୍‌ ରାସ୍ତାରେ ରହିଛି ଏକ ପେଟ୍ରୋଲ ପମ୍ପ। ସେହି ପେଟ୍ରୋଲ୍‌ ଟାଙ୍କି ନିକଟସ୍ଥ ରାସ୍ତା ପାର୍ଶ୍ୱରେ ପଲିଥିନ୍‌ରେ ଗୋଡ଼ା ହୋଇଥିବା ଅବସ୍ଥାରେ ନବଜାତ ଶିଶୁପୁତ୍ର କାନ୍ଦୁଥିବା ଦେଖିବାକୁ ମିଳିଥିଲା। ସେହି ରାସ୍ତା ଦେଇ କାମକୁ ଯାଉଥିବା କିଛି ଯୁବକ ଛୁଆଟିକୁ ଦେଖି ଉଦ୍ଧାର କରି ନନ୍ଦପୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ମେଡ଼ିକାଲ୍‌ ପକ୍ଷରୁ ଶିଶୁଟିକୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ହେଲେ ପିଲାଟି ଆଖି ବୁଜିଥିଲା। ଡାକ୍ତରଙ୍କ କହିବା ଅନୁସାରେ ପିଲାଟି ଅପରିପକ୍ୱ ଶିଶୁ। ତେବେ ମୃତ ପିଲାଟି କାହାର ଓ କାହିଁକି ଫିଙ୍ଗିଲେ ତାହା ଜଣାପଡ଼ି ନାହିଁ।

Advertisment

ଶିଶୁର ମୃତ୍ୟୁ ନେଇ ମେଡ଼ିକାଲ୍‌ ପକ୍ଷରୁ କୋରାପୁଟ ସିଡିଏମ୍‌ଓ ଓ ପୁଲିସ୍‌କୁ ଖବର ଦିଆଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କୁମାରୀ ମାତୃତ୍ୱରୁ ପିଲାଟି ଜନ୍ମ ହୋଇଛି। ଧରା ପଡ଼ିଯିବା ଭୟରେ ପିଲାଟିକୁ ପଲିଥିନ୍‌ରେ ଗୋଡ଼ାଇ ଫିଙ୍ଗି ଦିଆଯାଇଥିବା ଚର୍ଚ୍ଚା ହେଉଛି।

ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Child Death Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe