Advertisment

ରହସ୍ୟମୟ ନିମୋନିଆ, WHO ତଥ୍ୟ ମାଗିବା ପରେ ଉତ୍ତର ରଖିଲା ଚୀନ

ଶିଶୁମାନଙ୍କ କ୍ଷେତ୍ରରେ ବ୍ୟାପୁଥିବା ରୋଗ ଏକ ସାଧାରଣ ବ୍ୟାକ୍ଟେରିଆ(ଜୀବାଣୁ) ମାଇକୋପ୍ଲାଜମା ନିମୋନିଆ ପ୍ରକାର ସଂକ୍ରମଣ।

File Photo

File Photo

Advertisment

ଚୀନରେ ବ୍ୟାପୁଥିବା ରହସ୍ୟମୟ ନିମୋନିଆ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଲାଣି। କାରଣ ଏହିଠାରୁ ହିଁ ବ୍ୟାପିଥିଲା ମହାମାରୀ କରୋନା। ବର୍ତ୍ତମାନ ଶ୍ୱାସ ସମ୍ବନ୍ଧୀୟ ରୋଗ ବ୍ୟାପୁଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଚୀନକୁ ଏନେଇ ଅଧିକ ତଥ୍ୟ ମାଗିଥିଲା, ଯାହାର ପ୍ରତିକ୍ରିୟା ରଖିଛି ଚୀନ୍।
ଚୀନ୍ କହିଛି ଯେ, ବର୍ତ୍ତମାନ ସୁଦ୍ଧା ଦେଶରେ କୌଣସି ପ୍ରକାର ନୂଆ ରୋଗ ଚିହ୍ନଟ କରାଯାଇ ନାହିଁ। ଶିଶୁମାନଙ୍କ କ୍ଷେତ୍ରରେ ବ୍ୟାପୁଥିବା ରୋଗ ଏକ ସାଧାରଣ ବ୍ୟାକ୍ଟେରିଆ(ଜୀବାଣୁ) ମାଇକୋପ୍ଲାଜମା ନିମୋନିଆ ପ୍ରକାର ସଂକ୍ରମଣ, ଯାହା ସାଧାରଣତଃ ଛୋଟ ପିଲାମାନଙ୍କୁ ପ୍ରଭାବିତ କରିଥାଏ। 
ଚୀନ୍ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଦେଶରେ ଏହି ସଂକ୍ରମଣ ମେ' ମାସରୁ ବ୍ୟାପିଲାଣି ଏବଂ ଇନଫ୍ଲୁଏଞ୍ଜା, ରେସ୍ପିରାଟୋରୀ ସେନ୍ସିସିଆଲ ଭାଇରସ୍(RSV) ଏବଂ ଆଡିନୋଭାଇରସ୍ ଅକ୍ଟୋବରରୁ ବ୍ୟପୁଛି।

Advertisment

ଚୀନରେ ଏହି ସଂକ୍ରମଣ ଏତେ ମାତ୍ରାରେ ବ୍ୟାପୁଛି ଯେ, ଯାହା ଚିନ୍ତାର କାରଣ ପାଲଟିଛି। ଦେଶର ଉତ୍ତର-ପୂର୍ବ ଅଞ୍ଚଳ ବେଜିଂ ଏବଂ ଲିଆଓନିଙ୍ଗରେ ସଂକ୍ରମଣ ବୃଦ୍ଧି ପାଉଛି। ବିଶେଷ କରି ସ୍କୁଲ୍ ଯାଉଥିବା ପିଲାମାନେ ସଂକ୍ରମଣର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସରକାରଙ୍କ ପକ୍ଷରୁ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। 
ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଚୀନ୍ ସ୍ୱାସ୍ଥ୍ୟ ଅଧିକାରୀମାନେ ନଭେମ୍ବର ୧୩ରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯାହା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରି ଚୀନକୁ ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲା। 

China WHO Pneumonia Outbreak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe