Advertisment

ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧି ହେଲେ ଜାଣିବେ କିପରି?

କୋଲେଷ୍ଟ୍ରଲ ବୃଦ୍ଧି ହୃଦଘାତ ଏବଂ ଷ୍ଟ୍ରୋକ ପରି ଗୁରୁତର ବିପଦ ଆଣିପାରେ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଶରୀର ପାଇଁ କୋଲେଷ୍ଟ୍ରଲ ନିହାତି ଆବଶ୍ୟକ। କିନ୍ତୁ କୋଲେଷ୍ଟ୍ରଲ ବୃଦ୍ଧି କିମ୍ବା ହ୍ରାସ ହେଲେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ। କୋଲେଷ୍ଟ୍ରଲ ବୃଦ୍ଧି ହୃଦଘାତ ଏବଂ ଷ୍ଟ୍ରୋକ ପରି ଗୁରୁତର ବିପଦ ଆଣିପାରେ। ତେଣୁ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ। କୋଲେଷ୍ଟ୍ରେଲ ବୃଦ୍ଧିର ଲକ୍ଷଣ ଜାଣିପାରିଲେ ନିଶ୍ଚିତ ରୂପେ ସଠିକ୍ ସମୟରେ ଚିକିତ୍ସା କରିପାରିବେ। ଆଜିର ଏହି ଆଲେଖ୍ୟରୁ ଜାଣନ୍ତୁ ଶରୀରରେ କୋଲେଷ୍ଟ୍ରଲ୍ ବୃଦ୍ଧିରେ କି କି ଲକ୍ଷଣ ଦେଖାଯାଏ... 

Advertisment

ଉଚ୍ଚ ରକ୍ତଚାପ- ଅନିୟନ୍ତ୍ରିତ ଉଚ୍ଚ ରକ୍ତଚାପ ପ୍ରାୟତଃ କୋଲେଷ୍ଟ୍ରଲ ବୃଦ୍ଧିର ଲକ୍ଷଣ ହୋଇପାରେ। ଧମନୀରେ କୋଲେଷ୍ଟ୍ରଲ ଜମା ହେବା ଫଳରେ ରକ୍ତଚାପ ବୃଦ୍ଧିପାଏ। ଯଦି କ୍ରମାଗତ ଭାବରେ ରକ୍ତଚାପ ବୃଦ୍ଧି ପାଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ନିଶ୍ୱାସ-ପ୍ରଶ୍ୱାସରେ ଅସୁବିଧା- କୋଲେଷ୍ଟ୍ରଲ ବୃଦ୍ଧି କାରଣରୁ ହୃଦୟ କିମ୍ବା ଫୁସଫୁସରେ ରକ୍ତ ପ୍ରବାହ ହ୍ରାସପାଏ, ଫଳରେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୁଏ। ଯଦି ବିନା କୌଣସି ଶାରୀରିକ ପରିଶ୍ରମରେ ଧଇଁସଇଁ ହୋଇଯାଉଛନ୍ତି, ଥକା ଲାଗୁଛି କିମ୍ବା ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଛନ୍ତି, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। 

Advertisment

ଛାତି ଯନ୍ତ୍ରଣା- ଛାତି ଯନ୍ତ୍ରଣା କିମ୍ବା ଅସ୍ୱାଭାବିକତା ଉଚ୍ଚ କୋଲେଷ୍ଟ୍ରୋଲର ଅନ୍ୟ ଏକ ଲକ୍ଷଣ ହୋଇପାରେ। ପ୍ଲେକ୍ ବିଲ୍ଡ-ଅପ୍ କାରଣରୁ ଧମନୀ ଅବରୋଧ ହୋଇଯାଏ, ଏହା ହୃଦୟରେ ରକ୍ତ ପ୍ରବାହକୁ ପ୍ରତିବନ୍ଧିତ କରେ। ହାର୍ଟକୁ ରକ୍ତ ସଞ୍ଚାଳନ ହୋଇନପାରିଲେ ଛାତିରେ ଯନ୍ତ୍ରଣା ହୁଏ। କିମ୍ବା ଚାପରେ ଥିବା ଭଳି ଅନୁଭବ ହୁଏ।

ଥକ୍କା ଏବଂ ଦୁର୍ବଳତା- କ୍ରମାଗତ ଥକ୍କା ଏବଂ ଦୁର୍ବଳତା ଉଚ୍ଚ କୋଲେଷ୍ଟ୍ରଲର ସଙ୍କେତ ହୋଇପାରେ। ଯେତେବେଳେ ଧମନୀଗୁଡ଼ିକ ପ୍ଲେକ୍ ସହିତ ଜମା ହୋଇଯାଏ, ସେତେବେଳେ ବିଭିନ୍ନ ଅଙ୍ଗ ଏବଂ ମାଂସପେଶୀରେ ରକ୍ତ ପ୍ରବାହ ଏବଂ ଅମ୍ଳଜାନ ବିତରଣକୁ ସୀମିତ ହୋଇଯାଏ। ଫଳରେ ଥକ୍କା ଲାଗିବା ସହ ଶକ୍ତି ହ୍ରାସ ପାଏ। ଦୁର୍ବଳ ଦୁର୍ବଳ ଅନୁଭବ ହୁଏ। ଏପରି ହେଲେ ଚିକିତ୍ସା କରନ୍ତୁ।

ଝିମଝିମ୍ ଲାଗିବା-କୋଲେଷ୍ଟ୍ରଲ ବୃଦ୍ଧି କାରମରୁ ରକ୍ତ ପ୍ରବାହ ସଠିକ୍ ଭାବରେ ହୁଏ ନାହିଁ। ଫଳରେ ଝିମଝିମ୍ ହୁଏ। ହାତ କିମ୍ବା ଗୋଡରେ ବାରମ୍ବାର ଝିମଝିମ୍ ସମସ୍ୟା ଲାଗି ରହୁଥିଲେ ଡାକ୍ତରଙ୍କୁ ପରାମର୍ଶ ନିଅନ୍ତୁ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health Tips Cholesterol Symptoms High Cholesterol Signs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe