Advertisment

ବୈଜ୍ଞାନିକ ଅନୁଧ୍ୟାନ: ବସି ରହୁଥିବା ଲୋକେ ନିୟମିତ କଫି ପିଉଥିଲେ ମୃତ୍ୟୁ ହେବାର ଆଶଙ୍କା କମ୍

ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହୁଥିଲେ ବି ନିୟମିତ ଭାବେ ଯଦି କଫି ପିଉଥାନ୍ତି ତେବେ ବିଭିନ୍ନ କାରଣରୁ ମୃତ୍ୟୁ ହେବାର ଆଶଙ୍କା କମ୍ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Coffee

Coffee

ପରିବର୍ତ୍ତିତ ଜୀବନଶୈଳୀ ମଣିଷକୁ ଶାରୀରିକ କାର୍ଯ୍ୟକଳାପଠୁ ଦୂରେଇ ଦେଇଛି। ଅଫିସରେ ବସି ରହି କାମ କରିବା ଫଳରେ ଦିନକୁ ଦିନ ରୋଗ ସମସ୍ୟା ବଢିଚାଲିଛି। ଏହାରି ମଧ୍ୟରେ ବସି ରହି କାର୍ଯ୍ୟ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କଫି କିପରି ଉପକାରୀ ହୋଇପାରେ ତାହା ଜାଣିବାକୁ ପାଇଛନ୍ତି ବୈଜ୍ଞାନିକ।

Advertisment

ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହୁଥିଲେ ବି ନିୟମିତ ଭାବେ କଫି ପିଉଥିବା ଲୋକଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହେବାର ଆଶଙ୍କା କମ୍ ବୋଲି ଅନୁଧ୍ୟାନକାରୀମାନେ ଜାଣିବାକୁ ପାଇଛନ୍ତି। ଅନୁଧ୍ୟାନ ଅନୁସାରେ, ଯେଉଁମାନେ ଦୀର୍ଘ ସମୟ ଧରି ବସି ରହି କାର୍ଯ୍ୟ କରୁଛନ୍ତି, କିନ୍ତୁ ପ୍ରତିଦିନ କଫି ପିଉଥିଲେ ନ ପିଇବା ଲୋକଙ୍କ ତୁଳନାରେ ବିଭିନ୍ନ କାରଣରୁ ମୃତ୍ୟୁ ହେବାର ସମ୍ଭାବନା କମ୍ ଥିବା ସାଇନ୍ସ ଆଲର୍ଟ ରିପୋର୍ଟ କରିଛି।

୧୦,୦୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଏଥିରେ ଯେଉଁମାନେ ବସି ରହି କାମ କରିବା ଜୀବନଶୈଳୀ ମଧ୍ୟରେ ନିୟମିତ କଫି ପିଉଥିଲେ ଏବଂ ପିଉନଥିବା ଲୋକଙ୍କୁ ସାମିଲ କରାଯାଇଥିଲା। ଉଭୟ ପ୍ରକାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କଫିର ପ୍ରଭାବକୁ ବିଶ୍ଳେଷଣ କରାଯାଇଥିଲା।

Advertisment

ଏଥିରୁ ଜଣାଗଲା ଯେ, କଫି ସେବନ ଏକ ବସିବା ଜୀବନଶୈଳୀ ଫଲୋ କରୁଥିବା ବ୍ୟକ୍ତିର ହୃଦ ରୋଗରେ ମୃତ୍ୟୁ ଏବଂ ସାମଗ୍ରିକ ମୃତ୍ୟୁ ହେବର ସମ୍ଭାବନା କମ୍। କୌତୁହଳର କଥା ହେଉଛି କି, ଯେଉଁମାନେ ଅଧିକ ସମୟ ବସି ରହୁଥିଲେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କଫିର ପ୍ରଭାବ ଅଧିକ ଦେଖା ଯାଇଥିଲା।

ସେହିପରି, ଯେଉଁମାନେ ଦୀର୍ଘ ସମୟ ଧରି ବସି ରହିଥିଲେ ଏବଂ ଅଧିକ କଫି ପିଉଥିଲେ (ଦୈନିକ ୨.୫ କପରୁ ଅଧିକ) ସେମାନଙ୍କର ନ ପିଇଥିବା ଲୋକଙ୍କ ତୁଳନାରେ ସାମଗ୍ରିକ ମୃତ୍ୟୁ ହେବାର ଆଶଙ୍କା କମ୍ ଦେଖା ଦେଇଥିଲା।

ତେବେ ଶରୀରରେ କଫିର ଏହି ପ୍ରତିରକ୍ଷା ପ୍ରଭାବର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। କିନ୍ତୁ ପୂର୍ବ ଅନୁସନ୍ଧାନରୁ ଜଣାପଡିଛି ଯେ, କଫି ସେବନ ସହ ଦୀର୍ଘାୟୁ ଓ ସ୍ୱାସ୍ଥ୍ୟକର ଜୀବନ ମଧ୍ୟରେ ଏକ ସଂଯୋଗ ରହିଛି। ଅଧ୍ୟୟନରେ କଫିନ ଟାଇପ୍-୨ ମଧୁମେହ ଏବଂ ହୃଦରୋଗର କମ୍ ବିପଦ ସହ ଜଡ଼ିତ।

ଏପରିକି ଡେକାଫ୍ କଫି(ଏକ ପ୍ରକାର କଫି)ରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ମେଟାବୋଲିଜିମରେ ଉନ୍ନତି ଆଣି ପ୍ରଦାହକୁ ହ୍ରାସ କରିପାରେ। କେତେକ କଫି ଉପାଦାନ ଏପରିକି ମସ୍ତିଷ୍କକୁ ଡିଜେନେରେଟିଭ ରୋଗରୁ ମଧ୍ୟ ରକ୍ଷା କରିପାରେ ବୋଲି ପୂର୍ବ ଅଧ୍ୟୟନରୁ ଜଣାପଡ଼ିଛି।

New Research Coffee Coffee Impact On Health