Advertisment

ଓଜନ ହ୍ରାସରେ କେଉଁଟା ସର୍ବୋତ୍ତମ କଫି, ବ୍ଲାକ୍ ନା ମିଲ୍କ?

ମେଦବହୁଳତା ହ୍ରାସ କରିବାରେ ବ୍ଲାକ୍ କଫି ଭଲ ନା ମିଲ୍କ କଫି, ସେନେଇ ସର୍ବଦା ଏକ ବିତର୍କ ହୁଏ। ତେବେ କେଉଁ କଫି ଓଜନ ହ୍ରାସରେ ସହାୟକ ହୁଏ, ଜାଣନ୍ତୁ ଏହି ଆଲେଖ୍ୟରୁ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଫିଟନେସକୁ ନେଇ ବର୍ତ୍ତମାନ ସମୟରେ ସମସ୍ତେ ଜାଗ୍ରତ ଆଉ ଚିନ୍ତିତ ମଧ୍ୟ। ଏଥିପାଇଁ ଯେତେ ଜାଗ୍ରତ ରହିଲେ ବି ଆମ ଜୀବନଶୈଳୀ ସବୁ କିଛି ଭଣ୍ଡୁର କରିଦିଏ। କାରଣ ଆଧୁନିକ ଖାଦ୍ୟ ଆମ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇବା ଆରମ୍ଭ କରିଦେଇଛି। ତେଣୁ ମେଦବହୁଳତା ଲୋକଙ୍କ ପାଇଁ ଏକ ସମସ୍ୟା ହୋଇ ଉଭା ହୋଇଛି। ମେଦବହୁଳତା ଏକ ରୋଗ ନ ହେଲେ ବି ଅନେକ ରୋଗର ମୁଖ୍ୟ ଉତ୍ସ। 

Advertisment

ସେଥିପାଇଁ ସମସ୍ତେ ଫିଟ୍ ରହିବାକୁ ବହୁ ଚେଷ୍ଟା କରୁଛନ୍ତି। କିଏ ଖାଦ୍ୟରେ କଟକଣା ଆଣୁଛନ୍ତି ତ ଆଉ କିଏ ବ୍ୟାୟାମ ଯାଉଛି। ଏପରି ମଧ୍ୟରେ ବ୍ଲାକ୍ କଫି ଏବଂ ମିଲ୍କ କଫିକୁ ନେଇ ଏକ ସମସ୍ୟା ଉପୁଜେ। କେଉଁ କଫି ଓଜନ ହ୍ରାସରେ ସହାୟକ ହୁଏ, ଜାଣନ୍ତୁ ଏହି ଆଲେଖ୍ୟରୁ...

ଓଜନ ହ୍ରାସରେ ବ୍ଲାକ୍ କଫିର ଭୂମିକା
ବ୍ଲାକ୍ କଫି ହେଉଛି ଏକ ମେଟାବୋଲିଜିମ୍ ବୁଷ୍ଟର୍। ଓଜନ ହ୍ରାସ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିରେ ଥିବା କଫିନ୍ ମେଟାବୋଲିଜିମ୍କୁ ଏକ ଶକ୍ତି ଦେଇଥାଏ, ଯାହା କମ୍ ସମୟ ମଧ୍ୟରେ ଅଧିକ କ୍ୟାଲୋରୀ ହ୍ରାସ କରିପାରେ। ବ୍ଲାକ୍ କଫି ପିଇବା ଦ୍ୱାରା ଖୁବ୍ କମ୍ ଭୋକ ଲାଗିଥାଏ। ଫଳରେ ଓଜନରେ ହ୍ରାସ ସ୍ୱାଭାବିକ ହୋଇଥାଏ। ମାତ୍ର ଏହି କଫି ପିଇବାରେ ଏକ ସନ୍ତୁଳନ ବଜାୟ ରଖିବା ନିହାତି ଜରୁରୀ। ନଚେତ୍ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ସାବ୍ଯସ୍ତ ହୋଇପାରେ। 

Advertisment

ଓଜନ ହ୍ରାସରେ କ୍ଷୀର ମିଲ୍କ କଫି
କ୍ରିମି ଏବଂ ସ୍ୱାଦିଷ୍ଟ କ୍ଷୀର କଫି ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। କ୍ଷୀର କଫିରେ କ୍ୟାଲସିୟମ ଏବଂ ପ୍ରୋଟିନ୍ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ। ତେଣୁ ବ୍ଲାକ୍ କଫି ଅପେକ୍ଷା ଏହାକୁ ଏକ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। କ୍ୟାଲୋରୀ ଗ୍ରହଣକୁ ନିୟନ୍ତ୍ରଣ କରିବା ପାଇଁ, କେବଳ କମ୍ ଚର୍ବି କିମ୍ବା ମଲାଇ ନଥିବା କ୍ଷୀର ସହିତ କଫି ପିଇବା ଉଚିତ୍। ତଥାପି, ଅଧିକ କ୍ୟାଲୋରୀ କାରଣରୁ ମିଲ୍କ କଫି, ବ୍ଲାକ୍ କଫି ପରି ମେଟାବୋଲିଜିମ୍ ବୃଦ୍ଧି କରେ ନାହିଁ। ବ୍ଲାକ୍ କଫି ଭଳି ମିଲ୍କ କଫି ସେବନରେ ମଧ୍ୟ ଏକ ସନ୍ତୁଳନ ବଜାୟ ରଖିବା ଜରୁରୀ। 

ବିଶେଷଜ୍ଞଙ୍କ ଅନୁଯାୟୀ, ଓଜନ ହ୍ରାସ କରିବାକୁ ଆପଣ ନିଜ ପସନ୍ଦ ଅନୁଯାୟୀ ଯେକୌଣସି କଫି ପିଇପାରିବେ। କିନ୍ତୁ ଏହା ଯେ, ସର୍ବୋତ୍ତମ ସମାଧାନ ତାହା ନୁହେଁ। ଓଜନ ହ୍ରାସ ପାଇଁ ଏହି ଦୁଇଟି କଫି ସେବନରେ ଏକ ସନ୍ତୁଳନ ରକ୍ଷା କରିବା ସହ ଉପଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ କରିବା ଆବଶ୍ୟକ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପାଦେୟ।  

Coffee For Weight Loss Black Coffee Milk Coffee Fitness Tips Weight Loss Tips