Advertisment

୩୦ ପରେ ଚେହେରାରେ ଦିଶିବନି କୁଞ୍ଚନ, ଆପଣାନ୍ତୁ ଏହି ସବୁ ଖାଦ୍ୟ

କେଉଁ ଖାଦ୍ୟ କମ୍ ବୟସରେ ଦେଖା ଯାଉଥିବା ଚର୍ମ ସମସ୍ୟା ଦୂର କରିବାରେ ସହାୟକ ହେବ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Foods

Foods

Advertisment

ବର୍ତ୍ତମାନ ସମୟରେ ୩୦ ବର୍ଷ ବୟସ ନହେଉଣୁ ଲୋକଙ୍କ ମୁହଁରେ କୁଞ୍ଚନ ଏବଂ ଚର୍ମ ସମସ୍ୟା ଆସିଯାଉଛି। ଏହାର ମୁଖ୍ୟ କାରଣ ଜୀବନଶୈଳୀରେ ପରିବର୍ତ୍ତନ। ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟ ଫୁଡ୍ ଏବଂ ପ୍ରୋସେସ୍ଡ ଫୁଡ୍ ଖାଇବା ଦ୍ୱାରା ତ୍ୱଚାର ପ୍ରାକୃତିକ ଗୁଣ ନଷ୍ଟ ହୋଇଯାଉଛି। ତେବେ କେଉଁ ଖାଦ୍ୟ କମ୍ ବୟସରେ ଚର୍ମ ସମସ୍ୟା ଦୂର କରିବାରେ ସହାୟକ ହେବ, ଜାଣନ୍ତୁ...

Advertisment

ଚର୍ମକୁ ସତେଜ ରଖିବାକୁ ହେଲେ ପ୍ରଥମେ ଶରୀରର କୋଲାଜେନ ସ୍ତରକୁ ବୃଦ୍ଧି କରିବାକୁ ହେବ। ଏଥିପାଇଁ କୋଲେଜନ ମିଳୁଥିବା ଖାଦ୍ୟ ସେବନ କରନ୍ତୁ। ନିମ୍ନରେ କେତେକ କୋଲେଜନ ସମୃଦ୍ଧ ଖାଦ୍ୟ ତାଲିକା ରହିଛି... 

ଚିକେନ୍-ଚିକେନ୍ ଶରୀରରେ କୋଲେଜେନ୍ ଉତ୍ପାଦନ ବୃଦ୍ଧି କରିବାରେ ସହାୟକ ହୁଏ। ବୋନ୍ ପିସ୍ ଚିକେନକୁ ସିଝାଇ ଖାଇଲେ ପର୍ଯ୍ୟାପ୍ତ କୋଲାଜେନ୍ ମିଳିଥାଏ। ଏଥିପାଇଁ ଚିକେନ୍ ସୁପ୍ ମଧ୍ୟ ପିଇପାରିବେ।

Advertisment

ଫ୍ୟାଟି ମାଛ - ଏହି ପ୍ରକାର ମାଛ ଶରୀରରେ କୋଲେଜେନ ବୃଦ୍ଧି କରିପାରେ। ଏହା ଚର୍ମକୁ ଉନ୍ନତ କରିଥାଏ।

ପାଳଙ୍ଗ - ପାଳଙ୍ଗ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ନିୟମିତ ଭାବେ ପାଳଙ୍ଗ ସେବନ ଶରୀରରେ କୋଲାଜେନ୍ ଉତ୍ପାଦନକୁ ବୃଦ୍ଧି କରିପାରେ। 

ମୌସୁମ୍ବି - ଏଥିରେ ଭିଟାମିନ୍ ସି ଭରପୂର ପରିମାଣରେ ଥାଏ। ମୌସୁମ୍ବିକୁ ଜୁସ୍ କିମ୍ବା ସାଲାଡ ଆକାରରେ ଖାଇପାରିବେ। ଏହା ଶରୀରରେ କୋଲେଜନ ବୃଦ୍ଧିରେ ସହାୟକ ହୋଇଥାଏ।

କଖାରୁ ମଞ୍ଜି - ଏହି ମଞ୍ଜିରେ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। କଖାରୁ ମଞ୍ଜି ଖାଇବା ଦ୍ୱାରା ଶରୀରର କୋଲେଜନ ଉତ୍ପାଦନ ହୋଇଥାଏ। ଏଥିରେ ଥିବା ଜିଙ୍କ୍ କୋଲାଜେନ ବୃଦ୍ଧିରେ ସହାୟକ ହୋଇଥାଏ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Collagen Food Skin Care Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe