Advertisment

ରସୁଣକୁ ଦେଶୀ ଘିଅରେ ଭାଜି ଖାଆନ୍ତୁ, ଏହି ସବୁ ସ୍ୱାସ୍ଥ୍ୟଗତ ସମସ୍ୟାର କରିଥାଏ ସମାଧାନ

ରସୁଣ ହେଉଛି ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ ଓ ଆଣ୍ଟିଭାଇରାଲ।

author-image
Jitendra Garnayak
Ginger

Ginger

ରସୁଣରେ ବହୁ ଔଷଧୀୟ ଗୁଣ ଭରି ରହିଛି। ସେଥିପାଇଁ ଏହାକୁ କେବଳ ମସଲା ଭାବେ ବ୍ୟବହାର କରାଯାଏ ନାହିଁ। ଅନେକ ରୋଗର ଉପଶମ ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ରସୁଣ ହେଉଛି ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ ଓ ଆଣ୍ଟିଭାଇରାଲ। ଏଥିରେ ଭିଟାମିନ ସି, ଭିଟାମିନ ବି-୬, ସେଲେନିୟମ, କ୍ୟାଲସିୟମ, ଆଇରନ, ଫସଫରସ ଓ ଫାଇବର ରହିଛି। ରସୁଣକୁ କଞ୍ଚା ଖିଆଯାଇପାରେ ଅବା ଭାଜି ଅବା ଡାଲି ଓ ତରକାରୀ ଆଦିରେ ପକାଇ ଖିଆଯାଇପାରେ। କିନ୍ତୁ ଆପଣ ଜାଣନ୍ତି କି ରସୁଣକୁ ଦେଶୀ ଘିଅରେ ଭାଜି ଖାଇଲେ ଅନେକ ରୋଗର ମୂଳୋତ୍ପାଟନ କରିବାରେ ସହାୟକ ହୋଇଥାଏ। ରସୁଣ ଖାଇଲେ ପାଟି ଜଳିଥାଏ। କିନ୍ତୁ ଏହାକୁ ଦେଶୀ ଘିଅରେ ଭାଜିଲେ ରାଗ ହୋଇନଥାଏ। ସେହିଭଳି ଘିଅରେ ଭାଜିଲେ ଏଥିରୁ ବାହାରୁ ଥିବା ଗନ୍ଧ ମଧ୍ୟ ହ୍ରାସ ପାଇଯାଏ।

Advertisment

ରାତିରେ ରସୁଣର ଚୋପା ଛଡ଼ାଇ ଦିଅନ୍ତୁ ଓ ପାଣିରେ ପକାଇ ରଖନ୍ତୁ। ତା’ପର ଦିନ ପାଣିରୁ ରସୁଣକୁ କାଢ଼ି ଦେଶୀ ଘିଆରେ ଭାଜି ଖାଆନ୍ତୁ। ଦେଶୀ ଘିଅରେ ଭାଜି ହେବା ପରେ ରସୁଣର ସ୍ୱାଦ ବଦଳି ଯାଏ। ଆଉ ଏହାକୁ ଖାଇଲେ ଅନେକ ରୋଗରୁ ଉପଶମ ମିଳେ।

ରସୁଣକୁ ଦେଶୀ ଘିଅରେ ଭାଜି ଖାଇଲେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ଆଶଙ୍କା କ୍ଷୀଣ ହୋଇଯାଏ। ଏହା ସହିତ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ଏହା ସହାୟକ ହୋଇଥାଏ।

Advertisment

ଯେଉଁ ଲୋକମାନଙ୍କର ରୋଗ ପ୍ରତିଷେଧକ ଶକ୍ତି କମ୍‌, ସେମାନେ ରସୁଣକୁ ଦେଶୀ ଘିଅରେ ଭାଜି ଖାଇବା ଉଚିତ। ଏହା ଦ୍ୱାରା ସେମାନଙ୍କ ରୋଗ ପ୍ରତିଷେଧକ ଶକ୍ତି ବଢ଼ିବ।

ରସୁଣ ଆଣ୍ଟିଅକ୍ସଡେଣ୍ଟ ଓ ଆଣ୍ଟି-ଇନ୍‌ଫ୍ଲମେମଟରୀ ଗୁଣରେ ଭରପୂର। ଆଉ ଏହା ଶରୀରରୁ ବିଷାକ୍ତ ଜିନିଷକୁ ବାହାର କରିବାରେ ସାହାଯ୍ୟ କରିଥାଏ।

ରସୁଣକୁ ଦେଶୀ ଘିଅରେ ଭାଜି ଖାଇଲେ କିଛି ଅଟୋ ଇମ୍ୟୁନ ଡିଜିଜ, ଯେମିତିକି ଅର୍ଥରାଇଟିସ ଓ ଲ୍ୟୁପସର ଯନ୍ତ୍ରଣାରୁ ରକ୍ଷା ମିଳିବ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାର ଚିକିତ୍ସା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।