Advertisment

ରାତିରେ ଗୁଡ଼ ପାଣି ପିଇଲେ ଦୂର ହୁଏ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା

କିପରି ଗୁଡ଼ ପାଣି ପ୍ରସ୍ତୁତ କରିବେ ଏବଂ କେଉଁ ସମୟରେ ପିଇବେ, ଜାଣନ୍ତୁ...

Jaggery

Jaggery

Advertisment

ଗୁଡ଼ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ପ୍ରାୟ ସମସ୍ତଙ୍କୁ ଜଣା। ଲୌହ ବା ଆଇରନରେ ଭରପୂର ଗୁଡ଼ ଶରୀରରେ ରକ୍ତହୀନତା ଦୂର କରିବାରେ ସାହାଯ୍ୟ କରେ। କିନ୍ତୁ ଜାଣନ୍ତି କି, ଯଦି ରାତିରେ ଶୋଇବା ପୂର୍ବରୁ ଗୁଡ଼ ଖାଆନ୍ତି, ତେବେ ଏହା ସ୍ୱାସ୍ଥ୍ୟ ଉପରେ ଅନେକ ଭଲ ପ୍ରଭାବ ପକାଇଥାଏ। ରାତିରେ ଗୁଡ ଖାଇବା ଦ୍ୱାରା କି କି ଉପକାରିତା ମିଳିଥାଏ, ଜାଣନ୍ତୁ...

Advertisment

ରାତିରେ ଶୋଇବା ପୂର୍ବରୁ ଗୁଡ ଖାଇବାର ଉପକାରିତା:-

କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ:- ଅଧିକାଂଶ ଲୋକଙ୍କର କୋଷ୍ଠକାଠିନ୍ୟର ସମସ୍ୟା ଥାଏ, ଏହି ସମସ୍ୟାକୁ ଦୂର କରିବା ପାଇଁ ଗୁଡ଼ ବେଶ ଲାଭଦାୟକ। ଯଦି ପ୍ରତିଦିନ ଶୋଇବା ପୂର୍ବରୁ ଗରମ ପାଣି ସହ ଗୁଡ଼ ଖାଆନ୍ତି, ତେବେ କୋଷ୍ଠକାଠିନ୍ୟ ଦୂର ହୋଇପାରେ। ଏହା ବ୍ୟତୀତ ଅମ୍ଳତା ଦୂର ପାଇଁ ଗରମ ପାଣିରେ ଗୁଡ଼ ମିଶାଇ ପିଇପାରିବେ।

ଭଲ ନିଦ ହୋଇଥାଏ:- ଅଧିକାଂଶ ଲୋକ ବିଭିନ୍ନ କାରଣରୁ ରାତିରେ ଠିକରେ ଶୋଇପାରନ୍ତି ନାହିଁ। ଏପରି ସମସ୍ୟା ଥିଲେ ଗୁଡ଼ ଖାଇବା ଲାଭଦାୟକ। ନିଦ୍ରାହୀନତା ସମସ୍ୟା ଦୂର କରିବା ପାଇଁ ଶୋଇବା ପୂର୍ବରୁ ଗରମ ପାଣିରେ ଗୁଡ଼ ମିଶାଇ ପିଅନ୍ତୁ।  

Advertisment

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି:- ଗୁଡ଼ ଖାଇବା ଦ୍ୱାରା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ସମସ୍ୟା ଦୂର ହୋଇଥାଏ। ମ୍ୟାଗ୍ନେସିୟମ୍, ଆଇରନ୍, ପୋଟାସିୟମ୍ ଏବଂ ଅନେକ ଭିଟାମିନ୍ ଗୁଡ଼ରୁ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ଗଳା ସମସ୍ୟା:- ଯଦି କାଶ, ଗଳା ଯନ୍ତ୍ରଣା କିମ୍ବା ଗଳାରେ କୁଣ୍ଢେଇ ହେବା ପରି ଅନୁଭୂତ ହେଉଛି, ତେବେ ଗୁଡ଼ ଖାଇବା ଲାଭଦାୟକ ହୋଇପାରେ। ଅଦା ସହିତ ଗୁଡ଼କୁ ଗରମ କରି ଖାଇବା ଦ୍ୱାରା ଗଳା ଯନ୍ତ୍ରଣା, କାଶ କିମ୍ବା କୁଣ୍ଢେଇ ହେବା ସମସ୍ୟାରୁ ମୁକ୍ତି ମିଳିଥାଏ।

ଗୁଡ଼ ପାଣି କିପରି ପ୍ରସ୍ତୁତ କରିବେ?
ଗୁଡ଼ ପାଣି ତିଆରି କରିବା ପାଇଁ ପ୍ରଥମେ ଏକ ଗ୍ଲାସ ଗରମ ପାଣି ନିଅନ୍ତୁ। ଏହା ପରେ ସେଥିରେ ଗୋଟିଏ ଖଣ୍ଡ ଗୁଡ଼ ମିଶାଇ ରଖନ୍ତୁ। ଭଲ ବାବେ ଗୁଡ଼ ପାଣିରେ ମିଶିଯିବା ପରେ ଏହି ପାଣିକୁ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। ନିୟମିତ ଏହି ପାଣି ପିଇବା ଫଳରେ ଉପରସ୍ଥ ଉପକାରିତା ସହ ପେଟଜନିତ ସମସ୍ୟା ମଧ୍ୟ ଦୂର ହୋଇପାରେ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Jaggery Health Tips Jaggery Benefits
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe