Advertisment

ICMR ଅଧ୍ୟୟନ, କୋଭିଡ ଟିକା ଯୁବ ଗୋଷ୍ଠୀଙ୍କ ଆକସ୍ମିକ ମୃତ୍ୟୁ ପାଇଁ ଦାୟୀ ନୁହେଁ

ଭାରତରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ବଢୁଥିବା ଅଚାନକ ମୃତ୍ୟୁର କାରଣ ଜାଣିବା ପାଇଁ ଏହି ଅଧ୍ୟୟନ କରାଯାଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

କୋଭିଡ ଓ କୋଭିଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଏବେ ମଧ୍ୟ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଅନେକ ସମୟରେ ଏନେଇ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ଟିକା ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ଏବଂ ଏହା ହୃଦଘାତ ବୃଦ୍ଧି କରୁଥିବା ପୂର୍ବ ଗବେଷଣାରେ କୁହାଯାଇଥିଲା। କିନ୍ତୁ ଭାରତରେ ଯୁବପିଢିଙ୍କ ଅକସ୍ମାତ ମୃତ୍ୟୁ ପାଇଁ କୋଭିଡ ଟିକା ଦାୟୀ ନୁହେଁ ବୋଲି ଆଇସିଏମଆର୍ କହିଛି।

Advertisment

ଆଇସିଏମାରର କହିଛି ଯେ, କୋଭିଡ ଟିକା ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଆକଷ୍ମିକ ମୃତ୍ୟୁହାର ବୃଦ୍ଧି କରୁନାହିଁ। ଏଥିପାଇଁ ପାରିବାରିକ ଇତିହାସ, ଅତ୍ୟଧିକ ମଦ୍ୟପାନ, ଧୂମପାନ କିମ୍ବା ଅନ୍ୟାନ୍ୟ କୁଅଭ୍ୟାସ ଦାୟୀ।  

Advertisment

ଭାରତରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ବଢୁଥିବା ଅଚାନକ ମୃତ୍ୟୁର କାରଣ ଜାଣିବା ପାଇଁ ଏହି ଅଧ୍ୟୟନ କରାଯାଇଥିଲା। ଏଥିରେ ଅକ୍ଟୋବର 1, 2021 ରୁ ମାର୍ଚ୍ଚ 31, 2023 ମଧ୍ୟରେ କୌଣସି ପୂର୍ବ ସ୍ୱାସ୍ଥ୍ୟ ସମସ୍ୟା ନଥାଇ ମଧ୍ୟ ପ୍ରାଣ ହରାଇଥିବା 18-45 ବର୍ଷ ବୟସର ବ୍ୟକ୍ତିଙ୍କ ଡାଟାକୁ ଅନୁଧ୍ୟାନ କରାଯାଇଥିଲା।

ଅଧ୍ୟୟନକାରୀମାନେ ଜାଣିବାକୁ ପାଇଲେ ଯେ, ଯୁବପିଢିଙ୍କ କ୍ଷେତ୍ରରେ ଆକସ୍ମିକ ମୃତ୍ୟୁ ବୃଦ୍ଧି ପାଇଁ କୋଭିଡ ଟିକା ଦାୟୀ ନୁହେଁ। ମୃତମାନଙ୍କର ପରିବାରିକ ଇତିହାସ, ଅଧିକାଂଶ ଯୁବକଙ୍କର ଧୂମପାନ ଏବଂ ଅତ୍ୟଧିକ ମଦ୍ୟପାନ ଭଳି ଅଭ୍ୟାସ ରହିଥିଲା। 

ନିକଟରେ ନବରାତ୍ର ସମୟରେ ଗୁଜରାଟରେ ଗରବା ନାଚୁ ନାଚୁ ଏକାଧିକ ଯୁବକ ହୃଦଘାତରେ ପ୍ରାଣ ହରାଇଥିଲେ। କୋଭିଡ ଟୀକାକରଣ କାରଣରୁ ଆକସ୍ମିକ ମୃତ୍ୟୁ ବଢୁଥିବା ଆଶଙ୍କା କରାଯାଉଥିଲା। କିନ୍ତୁ ଆଇସିଏମଆର ଗବେଷଣା ଏହାକୁ ଖଣ୍ଡନ କରିଛି। 

COVID-19 ICMR Covid Vaccine Vaccination