Advertisment

କରୋନା ମାମଲା ୨୭୦୦ ପାର୍‌, ୭ ଜଣଙ୍କ ଜୀବନ ଗଲା

କେରଳରେ ୧୧୪୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪୨୪ ଜଣ, ଦିଲ୍ଲୀରେ ୨୯୪ ଜଣ ଓ ଗୁଜରାଟରୁ ୨୨୩ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

author-image
Hemant Lenka
Corona

Corona

ଦେଶରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧୦ରେ ପହଞ୍ଚି ଯାଇଛି। କରୋନା ସଂକ୍ରମଣ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କେରଳ। ଦୀର୍ଘ ମାସ ଧରି ଦେଶରେ କରୋନା ସଂକ୍ରମଣ ପୂରା ଥମି ଯାଇଥିଲା। କିନ୍ତୁ ଏବେ ସଂକ୍ରମିତଙ୍କ ସଂଖ୍ୟା ୫ ଗୁଣ ବଢ଼ିଛି। ସେହିପରି କରୋନା ଯୋଗୁ ୨୪ ଘଣ୍ଟାରେ ୭ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ କେରଳରେ ୧୧୪୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୪୨୪ ଜଣ, ଦିଲ୍ଲୀରେ ୨୯୪ ଜଣ ଓ ଗୁଜରାଟରୁ ୨୨୩ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି କର୍ଣ୍ଣାଟକା ଓ ତାମିଲନାଡୁରେ ୧୪୮ ଜଣ ଲେଖାଏ ଓ ପଶ୍ଚିମବଙ୍ଗରେ ୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ୭ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଚଳିତ ବର୍ଷ କରୋନା ୨୨ ଜଣଙ୍କ ଜୀବନ ନେଇ ସାରିଲାଣି। ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୨ ଜଣ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକା, ପଞ୍ଜାବ ଓ ତାମିଲନାଡୁରେ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନର କରୋନା ଳହରୀରେ ପ୍ରଥମଥର ପାଇଁ ଦିଲ୍ଲୀରେ କୌଣସି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Advertisment

କରୋନା ମାମଲା ଚିହ୍ନଟ ହେଉଥିଲେ ହେଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ଆତଙ୍କିତ ନ ହେବାକୁ କହିଛି। କେରଳରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେବାର କାରଣ ହେଲା, ସେଠାକାରା ରାଜ୍ୟ ସରକାର ଅଧିକରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ କରୁଛନ୍ତି। ୭ ମାସ ପରେ ମିଜୋରାମରେ ମଧ୍ୟ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସଂକ୍ରମଣ ବଢ଼ିବା ପଛର କାରଣ

ଓମିକ୍ରାନର ଦୁଇ ସବ ଭାରିଏଣ୍ଟ ଏଲଏଫ.୭ ଓ ଏନବି.୧.୮.୧ ଯୋଗୁ ସଂକ୍ରମଣ ବଢ଼ୁଥିବା କୁହାଯାଉଛି। ତଥାପି ଅଧିକାଂଶ ସଂକ୍ରମିତଙ୍କ ଜେନୋମ ସିକ୍ୱସନ୍ସିଂରୁ ଜେଏନ.୧ ସବୁ ଭାରିଏଣ୍ଟ ମିଳୁଛି। ଏଯାଏ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଲଏଫ.୭ ଓ ଏନବି.୧.୮.୧କୁ ଚିନ୍ତାଜନକ ଭାରିଏଣ୍ଟ ବୋଲି କହିନାହିଁ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଯେ ରୋଗ ପ୍ରତିରୋଧକ ଶକ୍ତିକୁ କରୋନାର ନୂଆ ଭାରିଏଣ୍ଟ ଅକାମୀ କରିଦେଇ ପାରେ। କିନ୍ତୁ ଏହି ଭାରିଏଣ୍ଟ ଦୀର୍ଘ କାଳୀନ ସଂକ୍ରମଣର କାରଣ ବନିବାର ଆଶଙ୍କା ବହୁତ କମ। ଏହାର ଲକ୍ଷଣ ସାଧାରଣ ଜ୍ୱର, ଥଣ୍ଡା ଓ କାଣ ଭଳି। ତେଣୁ କେହି ଆତଙ୍କିତ ନ ହେବାକୁ ସେମାନେ ପରାମର୍ଶ ଦେଇଛନ୍ତି।

New Coronavirus Strain Corona Cases In India