Advertisment

ବ୍ୟାପୁଛି କୋଭିଡର ସବ୍-ଭାରିଆଣ୍ଟ JN.1; ଜାଣନ୍ତୁ କେତେ ରହିଛି ଗମ୍ଭୀରତା

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ସମସ୍ତ ଦେଶକୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

Representative Image

Representative Image

Advertisment

ପୁଣି ଥରେ ଚିନ୍ତାରେ ପକାଇଛି କରୋନା। କ୍ରମାଗତ ଭାବେ ସଂକ୍ରମଣ ବୃଦ୍ଧି ଏବଂ ଏକ ନୂଆ ସବ୍-ଭାରିଆଣ୍ଟ ଚିହ୍ନଟ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ବିଭିନ୍ନ ଦେଶ ସମେତ ଆମ ଦେଶରେ ଚିହ୍ନଟ ହୋଇଥିବା JN.1 ସବ୍-ଭାରିଆଣ୍ଟ ହେଉଛି ଓମିକ୍ରନ BA.2.86(ପିରୋଲା)ର ନୂତନ ପ୍ରକାର।

Advertisment

ନିକଟରେ, କେରଳର ଜଣେ 78 ବର୍ଷୀୟା ମହିଳା ପ୍ରଥମେ JN.1 ସବ୍-ଭାରିଆଣ୍ଟରେ ଚିହ୍ନଟ ହୋଇଥିଲେ। ଖବର ଲେଖା ହେବା ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା 41ରେ ପହଞ୍ଚିଥିଲା। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ସମସ୍ତ ଦେଶକୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ତେବେ ନୂଆ ଭାରିଆଣ୍ଟର ଲକ୍ଷଣ ଓ ଭୟାଭୟତା କେତେ ରହିଛି, ଜାଣନ୍ତୁ...

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ, ନୂଆ ଭାରିଆଣ୍ଟକୁ ନେଇ ବିଶେଷ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହା ଏକ ସବଫର୍ମ। କିଛି ମାସ ପୂର୍ବେ, ସିଙ୍ଗାପୁର ବିମାନବନ୍ଦରରେ ସ୍କ୍ରିନିଂ ସମୟରେ କିଛି ଭାରତୀୟଙ୍କ ମଧ୍ୟରେ ଏହି ପ୍ରକାର ଦେଖିବାକୁ ମିଳିଥିଲା। ଜିନମ ସିକ୍ୱେଏନ୍ସିଂ ପରେ କେରଳରେ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

Advertisment

କେଉଁମାନେ ସତର୍କ ରହିବେ
କୋଭିଡ ହେଉ କି ଏହାର ବିଭିନ୍ନ ପ୍ରକାର, ଏହା ବିଶେଷ କରି ପୂର୍ବରୁ ବିଭିନ୍ନ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଆକ୍ରାନ୍ତ କରେ। ବିଶେଷ କରି ଶ୍ୱାସଜନିତ ସମସ୍ୟା ଥିବା ଲୋକଙ୍କର ରୋଗ ବିପଦ ଅଧିକ।ତେଣୁ ଯେଉଁମାନଙ୍କର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ରହିଛି, ସେମାନେ ବିଶେଷ ସତର୍କ ରହିବା ଆବଶ୍ୟକ। ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବା ସହ ପ୍ରତିରକ୍ଷା ପ୍ରଣାଳୀ ବୃଦ୍ଧି ପାଇଁ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। 

JN.1 ନିମୋନିଆ ସୃଷ୍ଟି କରୁଛି କି?
JN.1 ସଂକ୍ରମଣ ଗମ୍ଭୀରତା ଉପରେ ସବିଶେଷ ତଥ୍ୟ ପ୍ରକାଶ ପାଇନାହିଁ। କେତେକ ରିପୋର୍ଟରେ ଦର୍ଶାଯାଇଛି ଯେ, ଏହା ସାଧାରଣ ଜ୍ୱର, କାଶ, ଗଳା ଯନ୍ତ୍ରଣା ଏବଂ ଥକ୍କା ସମେତ ଅନ୍ୟ ଓମିକ୍ରନ୍ ସବଭାରିଆଣ୍ଟ ଭଳି ସମାନ ଲକ୍ଷଣ ରହିଛି। JN.1ସଂକ୍ରମଣର ଗୁରୁତରତା ବିଶେଷ ନଥିଲେ ବି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। 

Health JN.1 Covid Sub-variant JN.1 Details Covid New Variant Covid Update
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe