Advertisment

ଗାଈ ବନାମ ମଇଁଷି; କାହାର ଘିଅ ସ୍ୱାସ୍ଥ୍ୟ ପାଇଁ ଭଲ?

ସ୍ୱାସ୍ଥ୍ୟ ପାଇଁ କେଉଁ ଘିଅ ଭଲ, ଗାଈ ନା ମଇଁଷି, ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Buffalo & Cow

Buffalo & Cow

ଘିଅ ଭାରତୀୟ ଖାଦ୍ୟର ଅନ୍ୟ ଏକ ସ୍ୱତନ୍ତ୍ର ପରିଚୟ। ଘରେ ଘରେ ପିଠା-ପଣାଠୁ ଆରମ୍ଭ କରି ଠାକୁର ପୂଜା ପର୍ଯ୍ୟନ୍ତ ଘିଅ ଆଗ ଖୋଜା ପଡ଼େ। କିନ୍ତୁ ଘିଅର ମାନକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। କେଉଁ ଘିଅ ଭଲ ସେନେଇ ଦ୍ୱନ୍ଦ୍ୱ ଉପୁଜେ। ଏସବୁ ମଧ୍ୟରେ ଗାଈ ଓ ମଇଁଷି ଘିଅକୁ ନେଇ ଯଦି କିଛି ଦ୍ୱନ୍ଦ୍ୱ ରହିଛି, ତେବେ ଏହି ଆଲେଖ୍ୟ ପଢନ୍ତୁ ଏବଂ କେଉଁ ଘିଅ ଭଲ, ଜାଣନ୍ତୁ... 

Advertisment

ଆୟୁର୍ବେଦ କ’ଣ କୁହେ 
ଆୟୁର୍ବେଦରେ ମଇଁଷି ଘିଅ ତୁଳନାରେ ଗାଈ ଘିଅକୁ ଉଚ୍ଚରେ ରଖାଯାଇଛି। ଗାଈ ଘିଅରେ ଅଧିକ ଔଷଧୀୟ ଗୁଣ ଥିବା ଆୟୁର୍ବେଦ ଚିକିତ୍ସା ପଦ୍ଧତି ବିଶ୍ୱାସ କରେ। ଏଥିସହ ଗାଈ ଘିଅକୁ ମଧ୍ୟ ସାତ୍ତ୍ୱିକ ଖାଦ୍ୟ ଭାବେ ବିବେଚନା କରାଯାଏ। ଗାଈ ଘିଅ ଖାଇବା ଦ୍ୱାରା ମନରେ ଏକ ପ୍ରକାର ସକରାତ୍ମକ ଉଜ୍ଜା ସୃଷ୍ଟି ହୋଇଥାଏ ବୋଲି ଆୟୁର୍ବେଦ କହେ।

ଓଜନ ପରିଚାଳନା
ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତି ମଇଁଷି ଘିଅଠୁ ଦୂରେଇ ରହିବା ଉଚିତ୍। କାରଣ ମଇଁଷି ଘିଅରେ ଚର୍ବି ଅଧିକ ଥିବାରୁ ଏହାକୁ ଖାଇବା ଦ୍ୱାରା ଓଜନ ବଢିବାର ସମ୍ଭାବନା ଅଧିକ ଥାଏ। ଯଦି ଆମେ ତୁଳନା କରିବା, ତେବେ ଗାଈ ଘିଅରେ ଖୁବ୍ କମ୍ ଚର୍ବି ଥାଏ, ତେଣୁ ଏହାକୁ ଖାଇବା ଦ୍ୱାରା ବିଶେଷ ଓଜନ ବୃଦ୍ଧି ପାଇନଥାଏ।  

Advertisment

ଅସ୍ଥି ସ୍ୱାସ୍ଥ୍ୟ
ଅସ୍ଥି ବା ହାଡ଼ ସ୍ୱାସ୍ଥ୍ୟ ପାଇଁ ମଇଁଷି ଘିଅ ସର୍ବୋତ୍ତମ ହୋଇପାରେ। କାରଣ ଏଥିରେ ଥିବା ଚର୍ବି ଅସ୍ଥି ସ୍ୱାସ୍ଥ୍ୟକୁ ବୁଷ୍ଟ ଯୋଗାଇଥାଏ। ଏଥିସହ ମୌସୁମୀ କାରଣରୁ ହେଉଥିବା ଥଣ୍ଡା-କାଶକୁ ଦୂର କରିପାରେ ମଇଁଷି ଘିଅ। ତେଣୁ ଏସବୁ କ୍ଷେତ୍ରରେ ମଇଁଷି ଘିଅ ଖାଇବା ଲାଭଦାୟକ ହୋଇପାରେ। 

ହଜମ
ଯେଉଁମାନଙ୍କର ଦୁର୍ବଳ ହଜମ ଶକ୍ତି ଥାଏ, ସେମାନେ ଆଦୌ ମଇଁଷି ଘିଅ ଖାଇବା ଉଚିତ୍ ନୁହେଁ। ଏହା ତୁଳନାରେ ଗାଈ ଘିଅକୁ ସର୍ବୋତ୍ତମ ଭାବେ ବିବେଚନା କରାଯାଏ। କାରଣ ଗାଈ ଘିଅର ହଜମ ହାର 96%। ଏହା ତୁଳନାରେ ମଇଁଷି ଘିଅର ହଜମ କ୍ଷମତା ଖୁବ୍ ଧୀର। ତେଣୁ ଦୁର୍ବଳ ହଜମ ଶ୍ରେଣୀର ଲୋକଙ୍କ ପାଇଁ ଗାଈ ଘିଅ ଭଲ।

କୋଲେଷ୍ଟ୍ରଲ 
କୋଲେଷ୍ଟ୍ରଲ ସମସ୍ୟାରେ ଗତି କରୁଥିବା ଲୋକେ ଆଦୌ ମଇଁଷି ଘିଅ ଖାଇବା ଉଚିତ୍ ନୁହେଁ। କାରଣ ଏଥିରେ ଅତ୍ୟଧିକ ଚର୍ବି ଥାଏ। ଅଧିକ ଚର୍ବି ଥିବାରୁ ଏହା କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ ହାନିକାରକ ହୋଇପାରେ। ତେଣୁ କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ ଗାଈ ଘିଅ ଭଲ।

ଅହମଦାବାଦର ଡାଏଟିସିଆନ ଶ୍ରୁତି ଭରଦ୍ୱାଜଙ୍କ କହିବା ଅନୁସାରେ, ଗାଈ ଘିଅରେ ପ୍ରଚୁର ପରିମାଣରେ ପଲିଅନସାଚ୍ୟୁରେଡେଟ୍ ଫ୍ୟାଟି ଏସିଡ୍ ଥାଏ, ଯେଉଁଥିରେ ସ୍ୱାସ୍ଥ୍ୟ ଉପକାରୀ ଚର୍ବି ଥାଏ। କିନ୍ତୁ ମଇଁଷି ଘିଅରେ ଅଧିକ ପରିମାଣରେ ସାଚ୍ୟୁରେଟେଡ ଏସିଡି ରହିଥାଏ, ଏହାକୁ ହାନିକାରକ ଭାବେ ବିବେଚନା କରାଯାଏ। 

ପୁଷ୍ଟିକର
ଉଭୟ ଗାଈ ଓ ମଇଁଷି ଘିଅରେ ପୁଷ୍ଟିକରର ସ୍ୱତନ୍ତ୍ରତା ରହିଛି। ଦେଶୀ ଗାଈ ଘିଅରେ ଅସଂଖ୍ୟ ଖଣିଜ ପଦାର୍ଥ, କ୍ୟାଲସିୟମ୍, ଭିଟାମିନ୍, ପ୍ରୋଟିନ୍ ଥାଏ ଏବଂ ଏହାକୁ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଭାବେ ବିବେଚନା କରାଯାଏ। ଦେଶୀ ଗାଈ ଘିଅ କେଶ ଏବଂ ଚର୍ମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।

ସେହିପରି ମଇଁଷି ଘିଅରେ ମଧ୍ୟ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ଭଳି ଅତ୍ୟାବଶ୍ୟକ ଉପାଦାନ ଭରପୂର ପରିମାଣରେ ଥାଏ।

ଛୋଟ ପିଲାଙ୍କ ପାଇଁ କେଉଁ ଘିଅ ଭଲ
ସମସ୍ତ ବୟସ ବର୍ଗର ଲୋକମାନେ ଗାଈ ଘିଅ ଖୁବ୍ ଭଲ। କିନ୍ତୁ ମଇଁଷି ଘିଅ କେବଳ ଶାରୀରିକ ଭାବରେ ଶକ୍ରିୟ ଥିବା ବ୍ୟକ୍ତିଙ୍କ ପାଇଁ ଲାଭଦାୟକ। ଅର୍ଥାତ୍ ଯେଉଁମାନେ ଚଳପ୍ରଚଳ କରୁଥିବେ କିମ୍ବା ଶାରୀରିକ ପରିଶ୍ରମ କରୁଥିବେ, ସେମାନଙ୍କ ପାଇଁ ମଇଁଷି ଘିଅ ଭଲ। ସେ ଦୃଷ୍ଟିରୁ ଛୋଟ ପିଲାମାନେ ଗାଈ ଘିଅ ଖାଇବା ଉଚିତ୍ ହେବ। 

Ghee Benefits For Health Buffalo Ghee Cow Ghee Health Tips