Advertisment

କାହିଁକି ହଠାତ୍ ଉଠିପଡ଼ିବା ପରେ ମୁଣ୍ଡ ବୁଲାଇ ଅନ୍ଧାର ଦେଖାଯାଏ, ଜାଣନ୍ତୁ କାରଣ

କାହିଁକି ବସିବା ସ୍ଥାନରୁ ହଠାତ୍ ଉଠିପଡ଼ିବା ପରେ ଚଉଦିଗ ଅନ୍ଧାର ଦେଖାଯାଏ ଏବଂ ଏହାର ଚିକିତ୍ସା କିପରି କରିବେ, ଜାଣନ୍ତୁ...

author-image
Debibandita Barick
Low Blood Pressure

Low Blood Pressure

କେବେ ବସିଥିବା ସ୍ଥାନରୁ ହଠାତ୍ ଉଠିପଡ଼ିବା ବେଳେ ମୁଣ୍ଡ ଘୂରାଇ ଦେଇ ଅନ୍ଧାରିଆ ଦେଖାଯିବାର ଅନୁଭବ କରିଛନ୍ତି କି?ଯଦି ହଁ, ତେବେ ଏ ରିପୋର୍ଟ ଆବଶ୍ୟକୀୟ ହୋଇପାରେ। କାରଣ ବର୍ତ୍ତମାନ ସମୟରେ ପ୍ରାୟ ଲୋକ ଏପରି ସଙ୍କେତ ଅନୁଭବ କରୁଛନ୍ତି। ତେବେ ଏହାର କାରଣ କଣ ହୋଇପାରେ, କାହିଁକି ବସିବା ସ୍ଥାନରୁ ହଠାତ୍ ଉଠିପଡ଼ିବା ପରେ ଚଉଦିଗ ଅନ୍ଧାର ଦେଖାଯାଏ ଏବଂ ଏହାର ଚିକିତ୍ସା କିପରି କରିବେ, ଜାଣନ୍ତୁ...  

Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଅବସ୍ଥାକୁ ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ (Orthostatic Hypotension) କୁହାଯାଏ। ଏହାର ଅନେକ କାରଣ ଥାଇପାରେ, ସେଥିମଧ୍ୟରୁ...

ଡିହାଇଡ୍ରେସନ
ଡାକ୍ତରଙ୍କ କହିବା ଅନୁସାରେ, ରକ୍ତଚାପ ବା ବ୍ଲଡ୍ ପ୍ରସରେ ଦ୍ରୁତଗତିରେ ହ୍ରାସ ପାଇଲେ ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ ହୁଏ, ଅର୍ଥାତ୍ ବସିଥିବା ସ୍ଥାନରୁ ହଠାତ୍ ଉଠିପଡ଼ିଲେ ମୁଣ୍ଡ ବୁଲାଇଦିଏ କିମ୍ବା ଅନ୍ଧାରିଆ ଦେଖାଯାଏ। ଏହାର ସବୁଠୁ ମୁଖ୍ୟ କାରଣ ହେଉଛି, ଶରୀରରେ ଜଳୀୟଅଂଶର ଅଭାବ। ଡିହାଇଡ୍ରେସନ କାରଣରୁ ଏହା ହୋଇଥାଏ।

Advertisment

ଔଷଧର ପାର୍ଶ୍ୱ ପ୍ରତିକ୍ରିୟା 
କେତେକ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଫଳରେ ଏପରି ସଙ୍କେତ ଦେଖା ଦେଇପାରେ। ବିଶେଷକରି, ଡାଇୟୁରେଟିକ୍ସ ଏବଂ ଆଣ୍ଟିହାଇପର୍ଟେନ୍ସିଭ୍ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସ୍ୱରୂପ ରକ୍ତଚାପ ନିୟନ୍ତ୍ରିତ ହୁଏ ନାହିଁ। ଫଳେ ହଠାତ୍ ଠିଆ ହେବା ସମୟରେ ମୁଣ୍ଡ ବୁଲାଇପାରେ।

ହୃଦରୋଗ
ଯେକୌଣସି ଲୁକ୍କାୟିତ ହୃଦୟ ସମ୍ବନ୍ଧୀୟ ସମସ୍ୟା ଠିଆ ହେବା ସମୟରେ ମୁଣ୍ଡ ବୁଲାଇବା ପରି ଲକ୍ଷଣ ଦେଖାଇପାରେ। ହାର୍ଟ ଭଲଭ୍ ଏବଂ ବ୍ରୋଡିକାର୍ଡିଆ କାରଣରୁ ହାର୍ଟ ବ୍ଲଡ୍ ପମ୍ପିଂ କରିପାରେ ନାହିଁ। ଏହି କାରଣରୁ, ମସ୍ତିଷ୍କରେ ଅମ୍ଳଜାନର ଅଭାବ ରହିଥାଏ। ମସ୍ତିଷ୍କକୁ ଅମ୍ଳଜାନ ପହଞ୍ଚି ନପାରିଏ ମୁଣ୍ଡ ବୁଲାଇବା ଏବଂ ଅନ୍ଧାରିଆ ଦେଖାଯିବା ପରି ଲକ୍ଷଣ ଅନୁଭୂତ ହୁଏ।

ସ୍ନାୟୁ ପ୍ରଣାଳୀ ସମ୍ବନ୍ଧୀୟ ରୋଗ
ବେଳେବେଳେ, ସ୍ନାୟୁ ପ୍ରଣାଳୀ ସହିତ ଜଡିତ ବ୍ୟାଘାତ କାରଣରୁ ପାର୍କିନ୍ସନ୍ ରୋଗ ଦେଖାଯିବା ସହ ରକ୍ତଚାପ ନିୟନ୍ତ୍ରିତ ହୁଏ ନାହିଁ। ଏହି କାରଣରୁ, ହଠାତ୍ ଠିଆ ହେବା ସମୟରେ ମୁଣ୍ଡ ବୁଲାଇପାରେ।

ରକ୍ତହୀନତା
ରକ୍ତହୀନତା ହେଉଛି ଏକ ଅବସ୍ଥା, ଯେଉଁଥିରେ ଲୋହିତ ରକ୍ତ କଣିକା କମିଯାଏ। ଏହି କାରଣରୁ ଖୁବ୍ କମ୍ ଅମ୍ଳଜାନ ମସ୍ତିଷ୍କରେ ପହଞ୍ଚେ। ଫଳରେ ମୁଣ୍ଡ ବୁଲାଇପାରେ।

ବୃଦ୍ଧାବସ୍ଥା
ବୃଦ୍ଧାବସ୍ଥା କାରଣରୁ କିମ୍ବା କିଛି ରୋଗ ଥିଲେ ଦୀର୍ଘ ସମୟ ଶଯ୍ୟାରେ ଶୋଇରହିବା ଫଳରେ ରକ୍ତଚାପ ନିୟନ୍ତ୍ରିତ ହୋଇନଥାଏ। ଫଳରେ ଏପରି ଲକ୍ଷଣ ଦେଖା ଯାଇପାରେ। 

ଅନ୍ୟାନ୍ୟ କାରଣ-

  • ଗର୍ଭଧାରଣ।
  • ସଂକ୍ରମଣ।
  • ଭିତର କାନ ସମସ୍ୟା।

ଏହାକୁ କିପରି ରୋକାଯାଇପାରିବ

  • ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ।
  • ଧୀରେ ଧୀରେ ଠିଆ ହେବାକୁ ଚେଷ୍ଟା କରନ୍ତୁ।
  • କିଛି ସେକେଣ୍ଡ ପାଇଁ ଗୋଡକୁ ସାମାନ୍ୟ ଆଗକୁ କରିବା ପରେ ଠିଆ ହୁଅନ୍ତୁ।
  • ନିୟମିତ ବ୍ୟାୟାମ କରନ୍ତୁ।
  • ସର୍ବଦା ସୁସ୍ଥ ଖାଦ୍ୟ ଖାଆନ୍ତୁ।
  • ଯଦି ନିୟମିତ ଭାବେ ମୁଣ୍ଡ ବୁଲାଇବାର ଲକ୍ଷଣ ଦେଖୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କୁ ଜଣାନ୍ତୁ। 

Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Health Tips Headache Hypotension BP Low