Advertisment

ମଧ୍ୟାହ୍ନ ଭୋଜନରୁ ବାହାରିଲା ଜୋକ

ଗତକାଲି ଜଣେ ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତାଙ୍କ ଥାଳିରୁ ଏକ ବଡ଼ ଜୋକ ବାହାରିଥିଲା।

ଅଦ୍ୟତନ ହୋଇଛି
mid day meal

mid day meal

Advertisment

ପିଲାଙ୍କ ମଧ୍ୟାହ୍ନ ଭୋଜନରୁ ବାହାରିଲା ଜୋକ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅଧିନରେ ଥିବା ରାଧାକାନ୍ତପୁର ଦିବାକରମିଶ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟରେ।

Advertisment

ଗତକାଲି ଜଣେ ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତାଙ୍କ ଥାଳିରୁ ଏକ ବଡ଼ ଜୋକ ବାହାରିଥିଲା। ଏହା ଦେଖି ଛାତ୍ରୀ ଜଣଙ୍କ ଶିକ୍ଷକଙ୍କୁ ଜଣାଇଥିଲେ। ଘଟଣା ସଂପର୍କରେ ଭାରପ୍ରାପ୍ତ ପ୍ରାଧନ ଶିକ୍ଷକ ପର୍ଶୁରାମ ସାହୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସ୍ଥାନୀୟ କାଉନସିଲରଙ୍କୁ ଅବଗତ କରାଇଥିଲେ। ଏଥିସହ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜଣାଇଥିଲେ।

ଦାମୋଦର ଜିୟୁ ନାମକ ସଂସ୍ଥା ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଇ ଆସୁଛି। ଏହି ସଂସ୍ଥା ନିମ୍ନମାନର ଖାଦ୍ୟ ଦେଉଥିବା ବାରମ୍ବାର ଅଭିଯୋଗ ହୋଇଆସିଛି। ଏହି ସଂସ୍ଥା ପିଲାମାନଙ୍କୁ ବାସି ଖାଦ୍ୟ ଦେବା ସହ ପଚା ପନିପରିବାରେ ଖାଦ୍ୟ ପ୍ରସ୍ତୁତ କରି ଦେଉଥିବା ଅଭିଯୋଗ ହୋଇଛି। ବାରମ୍ବାର ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ହୋଇନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିଛି। ଏହି ୮ଟି କ୍ଲାସରେ ୧୧୫ଜଣ ଛାତ୍ରଛାତ୍ରୀ ପାଠପଢ଼ୁଛନ୍ତି।

Advertisment

ଜଣେ ଛାତ୍ରୀ କହିଛନ୍ତି, ମୁଁ ଖାଇବା ବେଳେ ମୋ ଖାଦ୍ୟରୁ ଜୋକ ବାହାରିଲା।  ଏହି ଘଟଣା ବିଷୟରେ ସାର୍‌ଙ୍କୁ ଜଣାଇଥିଲି। ସବୁବେଳେ ଖରାପ ଖାଇବା ଦିଆଯାଉଛି। ସରକାର ଆମକୁ ଭଲ ଖାଦ୍ୟ ଦିଅନ୍ତୁ, ନ ହେଲେ ଆମେ ଆଉ ସ୍କୁଲରେ ଖାଇବୁ ନାହିଁ।

ମାତୄଶିକ୍ଷା ପରିଚାଳନା କମିଟିର ସଭାପତି ଜୟରାମ କଳା କହିଛନ୍ତି, ପିଲାଟି ଖାଇବା ବେଳେ ତା ଥାଳିରୁ ବଡ଼ ଜୋକ ବାହାରିଥିଲା। ଘଟଣା ସଂପର୍କରେ ଜାଣିବା ପରେ କାଉସିଲରଙ୍କୁ ଏହି ବିଷୟରେ ଜଣାଇଛି। ଗତବର୍ଷ ମଧ୍ୟ ପିଲାଙ୍କ ମଧ୍ୟାହ୍ନରେ ଭୋଜନରେ ଅସରପା ବାହାରିଥିଲା। ଏନେଇ ଆମେ ଅଭିଯୋଗ କରିଥିଲୁ ହେଲେ କିଛି ସୁଫଳ ହେଲା ନାହିଁ। ପିଲାମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି। 

ବିଇଓ ଅମୀୟ ମହାଳିକ କହିଛନ୍ତି, ପିଲାଟି ଖାଦ୍ୟରୁ ଜୋକ ବାହାରିଥିଲା। ଜୋକଟି ସିଝିଯାଇଥିଲା। ଘଟଣା ସଂପର୍କରେ ସେମାନେ ମୋ ପାଖରେ ଅଭିଯୋଗ କରିଛନ୍ତି। ଗତବର୍ଷ ମଧ୍ୟାହ୍ନରେ ଭୋଜନରୁ ପୋକ ବାହାରିଥିଲା। ଏଥିପାଇଁ ସେହି ସଂସ୍ଥା ପାଖରୁ ଖାଦ୍ୟ ଅଣାଯାଉନଥିଲା। ପରେ ଉଚ୍ଚସ୍ତରୀୟ ଆଲୋଚନା ହେବା ପରେ ସେମାନେ ଭଲ ଖାଦ୍ୟ ଦେଉଥିଲେ। ଘଟଣାର ତଦନ୍ତ କରାଯିବ।

Bhadrak Mid Day Meal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe