Advertisment

ପେଟରୁ ବାହାରିଲା ୩୯ଟି କଏନ୍ ଏବଂ ୩୭ଟି ଚୁମ୍ବକ

ବାରମ୍ବାର ବାନ୍ତି ହେବାରୁ କରାଯାଇଥିଲା ଅସ୍ତ୍ରୋପଚାର ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଅସ୍ତ୍ରୋପଚାର ସମୟରେ ଜଣେ ରୋଗୀଙ୍କ ଅନ୍ତନଳୀରୁ ବାହାରିଛି ୩୯ଟି କଏନ୍ ବା ମୁଦ୍ରା ଏବଂ ୩୭ଟି ଚୁମ୍ବକ। ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲର ଡାକ୍ତରମାନେ ଏହି ଅସ୍ତ୍ରୋପଚାର କରିଛନ୍ତି। ୨୦ ଦିନ ହେବ ବାରମ୍ବାର ବାନ୍ତି ହେଉଥିବାରୁ ଅସ୍ତ୍ରୋପଚାର ପରେ ପେଟରୁ ଏହି ସବୁ ପଦାର୍ଥ ବାହାରିଛି। 

Advertisment

ସୂଚନା ଅନୁସାରେ, ଜଣେ ୨୬ ବର୍ଷୀୟ ଯୁବକ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ଗତ ୨୦ ଦିନ ହେବ ବାନ୍ତି ଲାଗି ରହିବା ସହ ପେଟ ଯନ୍ତ୍ରଣା ହେଉଥିଲା। ଏଥିସହ ସେ କିଛି ଖାଇବାକୁ ମଧ୍ୟ ସକ୍ଷମ ହେଉନଥିଲେ। ଏକ୍ସ-ରେ ପରେ ତାଙ୍କ ପେଟରେ ଚୁମ୍ବକ ଏବଂ କଏନ ଭଳି କିଛି ଅସ୍ପଷ୍ଟ ପଦାର୍ଥ ଥିବା ଜାଣିବାକୁ ପାଇଥିଲେ ଡାକ୍ତର।

ଏହାପରେ ପେଟର ସିଟି ସ୍କାନ କରାଯିବାରୁ ବହୁ ପରିମାଣର ମୁଦ୍ରା ଏବଂ ଚୁମ୍ବକ ଅନ୍ତନଳୀରେ ଅବରୋଧ ସୃଷ୍ଟି କରୁଥିବା ଦେଖାଯାଇଥିଲା। ତୁରନ୍ତ ତାଙ୍କର ଅସ୍ତ୍ରୋପଚାର ପାଇଁ ବନ୍ଦୋବସ୍ତ କରା ଯାଇଥିଲେ। ଅସ୍ତ୍ରୋପଚାର ସମୟରେ, ଦୁଇଟି ଭିନ୍ନ ଲୁପରେ କ୍ଷୁଦ୍ର ଅନ୍ତନଳୀରେ ଚୁମ୍ବକ ଏବଂ ମୁଦ୍ରା ଥିବା ଦେଖିବାକୁ ମିଳିଥିଲା।

Advertisment

ଚୁମ୍ବକ ଏବଂ କଏନ ଥିବାରୁ ଉଭୟ ଆକର୍ଷିତ କରି ଅନ୍ତନଳୀକୁ ଅବରୋଧ କରି ରଖିଥିଲେ। ଏସବକୁ ଅସ୍ତ୍ରୋପଚାର କରି ବାହାର କରିଛନ୍ତି ଡାକ୍ତର। ତାଙ୍କ ପେଟରୁ ମୋଟ ୩୯ଟି(୧, ୨, ୫ ଟଙ୍କିଆ ମୁଦ୍ରା) ବାହାରିଛି ଏବଂ ୩୭ଟି ଚୁମ୍ବକ କଢା ଯାଇଛି। ଅସ୍ତ୍ରୋପଚାରର ସାତ ଦିନ ପରେ ରୋଗୀଙ୍କୁ ଡିସଚାର୍ଜ କରାଯାଇଥିବା ଡାକ୍ତରମାନେ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ରୋଗୀ ଜଣକ ହେଉଛନ୍ତି ଜଣେ ମାନସିକ ରୋଗୀ। ସେ ଚୁମ୍ବକ ଏବଂ କଏନ ଦେଖିଲେ ଗିଳି ଦିଅନ୍ତି। ସୌଭାଗ୍ୟବଶତଃ ଡାକ୍ତରମାନେ ସଫଳ ଅସ୍ତ୍ରୋପଚାର କରି ତାଙ୍କ ପେଟରୁ କଏନ ଏବଂ ଚୁମ୍ବକଗୁଡିକୁ ବାହାର କରିଛନ୍ତି। 

Delhi News Surgery Sir Ganga Ram Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe