Advertisment

ଡେଙ୍ଗୁ ସହ ମୁକାବିଲା କରିବାକୁ ବଳ ଦେବ ‘ଡେଙ୍ଗିଅଲ୍’!

ଡେଙ୍ଗିଅଲ୍‌ର ପ୍ରଥମ ୨ଟି ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲ୍ ସଫଳତାର ସହ ସରିଥିବା ବେଳେ ଫେଜ୍-୩ ର କ୍ଲିନିକାଲ ଟ୍ରାଏଲ୍ ଆଜିଠୁ ଆରମ୍ଭ ହୋଇଛି।

Dengiall

Dengiall

Advertisment

ସାଧାରଣତଃ ଡେଙ୍ଗୁ ଜ୍ୱର ହେଲେ ଲୋକେ ଡରିଯାଆନ୍ତି। କାରଣ ଏହି ରୋଗ ପାଇଁ ନାହିଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା। ଲକ୍ଷଣ ଦେଖି ଏହାର ଚିକିତ୍ସା କରାଯାଏ। ତେବେ ଏବେ ଏକ ଖୁସି ଖବର ଆସିଛି। ଡେଙ୍ଗୁ ରୋଗ ସହ ମୁକାବିଲା କରିବାକୁ ତିଆରି ହେଉଛି ଟିକା। ଏହାର ନାଁ ରଖାଯାଇଛି ‘ଡେଙ୍ଗିଅଲ୍‌’।

Advertisment

ଏହି ପ୍ରଥମ ସ୍ୱଦେଶୀ ଡେଙ୍ଗୁ ଭ୍ୟାକସିନ୍‌ର ପ୍ରଥମ ୨ଟି ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲ୍ ସଫଳତାର ସହ ସରିଥିବା ବେଳେ ଫେଜ୍-୩ ର କ୍ଲିନିକାଲ ଟ୍ରାଏଲ୍ ଆଜିଠୁ ଆରମ୍ଭ ହୋଇଛି। ଇଣ୍ଡିଆନ୍ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ଓ ପାନେସିଆ ବାୟୋଟେକ୍ ମିଳିତ ଭାବେ ତିଆରି କରୁଛନ୍ତି ଏହି ଟିକା। ଡେଙ୍ଗୁ ସହ ଲଢିବାକୁ ଏହା ବଳ ଦେବ ବୋଲି କୁହାଯାଉଛି।

ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ ହୋଇଥିବାବେଳେ ଏଡିସ୍ ମଶା କାମୁଡିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ। ଡେଙ୍ଗୁ ଭୂତାଣୁର ୪ଟି ଭାରିଆଣ୍ଟ ପାଇଁ ପ୍ରସ୍ତୁତ ହେଉଥିବା ‘ଡେଙ୍ଗି ଅଲ୍‌’ ଟିକା ଲାଭପ୍ରଦ ହୋଇପାରିବ ବୋଲି ଆଶା କରାଯାଉଛି। ଯଦି ଏହାର ତୃତୀୟ ଟ୍ରାଏଲ ସଫଳ ହୁଏ, ତା’ହେଲେ ଆସନ୍ତାବର୍ଷରୁ ବଜାରରେ ଡେଙ୍ଗୁ ଟିକା ଉପଲବ୍ଧ ହୋଇପାରେ ବୋଲି ସୂଚନା ମିଳିଛି।

Advertisment
Dengue Dengue Treatment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe