Advertisment

ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ ହଜାର ଟପିଲା

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଡେଙ୍ଗୁରେ ଅତିବେଶୀରେ ମାତ୍ର ୫% ଲୋକ ଗୁରୁତର ହେଉଛନ୍ତି।

Dengue

Dengue

Advertisment

ରାଜ୍ୟରେ ୩ ହଜାର ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଅଗଷ୍ଟ ୨୭ (ଗତକାଲି) ସୁଦ୍ଧା ରାଜ୍ୟରେ ମୋଟ ୪୬,୪୯୧ ଜଣଙ୍କର ଡେଙ୍ଗୁ ଟେଷ୍ଟ ହୋଇଥିଲା। ସେଥିମଧ୍ୟରୁ ୩୦୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

Advertisment

ଏହି ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୧୪୦୯ ଜଣ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୩୨୪ ଜଣ, କଟକରୁ ୨୭୮, ବାଲେଶ୍ୱରରୁ ୨୭୭, ଜଗତସିଂହପୁରରୁ ୧୭୩ ଓ ନୟାଗଡ଼ରୁ ୧୧୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ହଟସ୍ପଟ ପାଲଟିଛି ଭୁବନେଶ୍ୱର। ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଭୁବନେଶ୍ୱରର।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଡେଙ୍ଗୁରେ ଅତିବେଶୀରେ ମାତ୍ର ୫% ଲୋକ ଗୁରୁତର ହେଉଛନ୍ତି। ଭୁବନେଶ୍ଵରର କ୍ୟାପିଟାଲ ହସ୍ପିଟାଲ ଉପରୁ ବୋଝ କମାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ଡେଙ୍ଗୁ ରୋଗୀଙ୍କ ପାଇଁ ୧୦ଟି ଲେଖାଏଁ ସ୍ଵତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଥିଲା। ସେହିପରି କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଗହଳି ହେଉଥିବାରୁ ସେଠାରେ ଡେଙ୍ଗୁ ଟେଷ୍ଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ବା କେନ୍ଦ୍ର କରାଯାଇଛି। ଅଧିକ ମ୍ୟାନ୍ ପାୱାର ମଧ୍ୟ ନିୟୋଜିତ ହୋଇଛନ୍ତି। ଆଉ ଆଜିଠାରୁ ପଟିଆ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ଓ ଆଇଆରସି ଭିଲେଜ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)ରେ ଡେଙ୍ଗୁ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ ହୋଇଛି । ଲୋକମାନେ ଗୋଟିଏ ଜାଗାରେ ଗହଳି ନ କରି ଏହି ହସ୍ପିଟାଲ୍‌କୁ ଯିବାକୁ ଅନୁରୋଧ କରିଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ।

Advertisment

ପଟିଆ CHCର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅସୀମ ମହାନ୍ତି କହିଛନ୍ତି, ଏଠାରେ ଡେଙ୍ଗୁ ଟେଷ୍ଟ ଆରମ୍ଭ ହୋଇଥିବାରୁ କ୍ୟାପିଟାଲ ହସ୍‌ପିଟାଲ୍‌ ଉପରୁ ବୋଝ କମିବ। ସ୍ଥାନୀୟ ଲୋକ ଏଠାରେ ଡେଙ୍ଗୁ ଟେଷ୍ଟ କରିବା ସହ ସୁବିଧାରେ ରିପୋର୍ଟ ପାଇପାରିବେ।

ରିପୋର୍ଟ- କପିଳେନ୍ଦ୍ର ପ୍ରଧାନ

Capital Hospital Dengue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe