Advertisment

୨ ହଜାର ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

Mosquito

Mosquito

Advertisment

ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ ହୋଇପଡ଼ିଛି। ଗତ ବର୍ଷ ତୁଳନାରେ ଏ ବର୍ଷ ବଢ଼ିଗଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଚଳିତ ବର୍ଷ ଅଗଷ୍ଟ ୧୬ ତାରିଖ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୧୧୧ ଜଣ ଡେଙ୍ଗୁ ରୋଗୀ। ଗତବର୍ଷ ଏହି ସମୟ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଥିଲା ୧ ହଜାର ୪୪୧ ।

Advertisment

ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୭୯, ପୁରୀରୁ ୧୫୦, କଟକରୁ ୧୨୫ ଓ ଜଗତସିଂହପୁରରୁ ୧୦୧ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ସବୁ ଜିଲ୍ଲାରେ ଭୟାବହ ସ୍ଥିତି ନାହିଁ। ମାତ୍ର ୫ଟି ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ତିନି ଅଙ୍କ ଡେଇଁଛି। ଏବର୍ଷ ରାଜ୍ୟରେ ଡେଙ୍ଗୁ ଟେଷ୍ଟିଂ ଓ ସର୍ଭେଲାନ୍ସ ବଢ଼ିଛି । ଗତବର୍ଷ ଏହି ସମୟ ସୁଦ୍ଧା ୧୭ ହଜାର ୩୬୨ ଜଣଙ୍କର ଡେଙ୍ଗୁ ପରୀକ୍ଷା କରାଯାଇଥିବା ବେଳେ ଏ ବର୍ଷ ୩୩ ହଜାର ୭୦୦ ଜଣଙ୍କର ଟେଷ୍ଟ କରାଯାଇଛି। ତେଣୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଛି। ତେବେ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ଲୋକମାନେ ସତର୍କ ରହିଲେ ଡେଙ୍ଗୁକୁ ମାତ୍ ଦିଆଯାଇପାରିବ।

Advertisment

ସେହିପରି ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ୫୪ ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଥିବା ବେଳେ ICUରେ ଥିବା ୪ ରୋଗୀଙ୍କ ମଧ୍ୟରୁ ୩ ଜଣ ଭଲ ହୋଇ ଫେରି ଯାଇଛନ୍ତି। ଗତକାଲି କ୍ୟାପିଟାଲ ହସ୍ପିଟାଲରେ ୫୦୯ ଜଣଙ୍କ ଡେଙ୍ଗୁ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬ ଜଣ ପଜିଟିଭ ବାହାରିଥିଲେ।

Dengue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe