Advertisment

ଘର ଘର ବୁଲି ଡେଙ୍ଗୁ ମଶା ଖୋଜିବ ବିଏମ୍‌ସି, ମିଳିଲେ ପଡ଼ିବ ଫାଇନ୍

ଆସନ୍ତା ୧୫ ତାରିଖ ପରେ ବିଏମସି ଟିମ ଘର ଘର ଯାଞ୍ଚ କରିବ ବୋଲି ସୂଚନା ଦିଆଯାଇଛି ।

author-image
Tapaswini Nayak
ଅଦ୍ୟତନ ହୋଇଛି
dengu

dengu

ଘର ଘର ବୁଲି ଡେଙ୍ଗୁ ମଶା ଖୋଜିବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଯଦି ଘରେ ବା ଘର ଆଖପାଖରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ଅଥବା ଡେଙ୍ଗୁ ମଶା ଦେଖିବାକୁ ମିଳେ ତେବେ ହଜାରେ ଟଙ୍କା ଫାଇନ କରିବ ବିଏମସି ।

Advertisment

ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଆଦି କୋଠାରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ତାହାହେଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ କରିବ ବିଏମସି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତା ୧୫ ତାରିଖ ପରେ ବିଏମସି ଟିମ ଘର ଘର ଯାଞ୍ଚ କରିବ ବୋଲି ସୂଚନା ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୨ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରାଜଧାନୀରେ ୯୨୪ଜଣଙ୍କର ସାମ୍ପଲ ଟେଷ୍ଟ ହେଇଥିବା ବେଳେ ୪୨୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

Advertisment

ଅନ୍ୟପକ୍ଷରେ ଭୁବନେଶ୍ଵରରେ ଡେଙ୍ଗୁ ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ। ଭୁବନେଶ୍ୱର ମହାନଗର ନିଗମ (BMC) ଅଧିକାରୀ, ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଡାକ୍ତରଙ୍କୁ ନେଇ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ପ୍ରତିଦିନ ଘରକୁ ଘର ବୁଲି ଡେଙ୍ଗୁ ମୁକାବିଲା ପାଇଁ ଲୋକଙ୍କୁ ସଚେତନ କରାଇବା ସହିତ ପ୍ରତିକାର ପଦକ୍ଷେପ ନିଆଯାଉଛଛି। ବିଶେଷକରି ବର୍ଷା ଦିନରେ ଡେଙ୍ଗୁ ମଶାର ପ୍ରାର୍ଦୃଭାବ ଅଧିକ ଦେଖିବାକୁ ମିଳିଥାଏ।

Bhubaneswar Bmc Dengue