Advertisment

ଡେଙ୍ଗୁ-ମ୍ୟାଲେରିଆ-ଚିକେନଗୁନିଆ ଲକ୍ଷଣ ଓ ନିରାକରଣ

ଡାକ୍ତରଙ୍କ କହିବାନୁସାରେ, ଡେଙ୍ଗୁ-ମ୍ୟାଲେରିଆ ଏବଂ ଚିକେନଗୁନିଆ ଅତ୍ୟନ୍ତ ବିପଦଜନକ। ପ୍ରତିବର୍ଷ ଏହି କାରଣରଣୁ ଅନେକ ଲୋକଙ୍କ ଜୀବନ ଯାଇଥାଏ। ବର୍ଷାଦିନେ ଏହି ରୋଗ ଅଧିକ ଦେଖାଯାଏ। କେମିତି ଏଥିରୁ ରକ୍ଷା ପାଇବେ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Dengue

Dengue

Advertisment

ବର୍ଷାରେ ମଶାଙ୍କ ବଂଶ ବିସ୍ତାର ହେବାର ସମ୍ଭାବନା ଅଧିକ। ଏହି ସମୟରେ ଡେଙ୍ଗୁ-ମ୍ୟାଲେରିଆ ଏବଂ ଚିକେନଗୁନିଆ ଭଳି ରୋଗ ଅଧିକ ଦେଖାଯାଏ। ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜୁଲାଇ ପ୍ରଥମ 10 ଦିନ ମଧ୍ୟରେ ଦିଲ୍ଲୀ-ଏନସିଆରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ଡାକ୍ତରଙ୍କ କହିବାନୁସାରେ, ଡେଙ୍ଗୁ-ମ୍ୟାଲେରିଆ ଏବଂ ଚିକେନଗୁନିଆ ଅତ୍ୟନ୍ତ ବିପଦଜନକ। ପ୍ରତିବର୍ଷ ଏହି କାରଣରଣୁ ଅନେକ ଲୋକଙ୍କ ଜୀବନ ଯାଇଥାଏ। ତେବେ ଏହି ରୋଗ କଣ, କାହିଁକି ମାରାତ୍ମକ ଏବଂ କିପରି ଯତ୍ନ ନେବେ, ଜାଣନ୍ତୁ...

Advertisment

ଡେଙ୍ଗୁ
ଡେଙ୍ଗୁ ଭୂତାଣୁ ଦ୍ୱାରା ବ୍ୟାପୁଥିବା ଏକ ଭାଇରାଲ୍ ସଂକ୍ରମଣ। ଏହି ଭୂତାଣୁ ସଂକ୍ରମିତ ମଶା, ଦିନରେ ଅଧିକ କାମୁଡିଥାନ୍ତି। ଏଥିପାଇଁ ସମ୍ପୂର୍ଣ୍ଣ ଘୋଡେଇ ରହୁଥିବା ପୋଷାକ ପିନ୍ଧନ୍ତୁ। ଡେଙ୍ଗୁ ହେଲେ ଉଚ୍ଚ ଜ୍ୱର ଏବଂ ଫ୍ଲୁ ଭଳି ଲକ୍ଷଣ ଦେଖାଦିଏ। ଗୁରୁତର ଅବସ୍ଥାରେ ରକ୍ତସ୍ରାବ, ନିମ୍ନ ରକ୍ତଚାପ ବେଳେବେଳେ ମୃତ୍ୟୁ ମଧ୍ୟ ହୋଇପାରେ। ଡେଙ୍ଗୁ ଜ୍ୱର ଯୋଗୁଁ ରକ୍ତରେ ପ୍ଲେଟଲେଟ୍ ହ୍ରାସପାଏ। ସବୁଠାରୁ ବଡ କଥା ହେଉଛି, ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଡେଙ୍ଗୁ ହୁଏ ନାହିଁ। ଏହାକୁ ଏଡାଇବା ପାଇଁ ମଶାମାନଙ୍କୁ ଘଉଡାଇବା ଉଚିତ୍।

ଘରର ଚତୁର୍ପାଶ୍ୱକୁ ପରିଷ୍କାର-ପରିଚ୍ଛନ ରଖନ୍ତୁ। ଟାୟାର, ପ୍ଲାଷ୍ଟିକ କିମ୍ବା ପାଣି ଜମି ରହୁଥବା ଭଳି କୌଣସି ସାମଗ୍ରୀ ରଖନ୍ତୁ ନାହିଁ। ଶୋଇବା ବେଳେ ସର୍ବଦା ମଶାରୀ ବ୍ୟବହାର କରନ୍ତୁ। ରୋଗର କୌଣସି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

Advertisment

ମ୍ୟାଲେରିଆ
ମ୍ୟାଲେରିଆ ମଧ୍ୟ ଡେଙ୍ଗୁ ଭଳି ବିପଦଜନକ ମଶା ବାହିତ ଜ୍ୱର। ଏହି ରୋଗ ପରଜୀବୀ ଦ୍ୱାରା ହୋଇଥାଏ। ପରଜୀବୀ ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ସଂକ୍ରମିତ ହୁଏ। ମ୍ୟାଲେରିଆ ହେଲେ ଉଚ୍ଚ ଜ୍ୱର, କମ୍ପନ ଏବଂ ଥଣ୍ଡା ହୋଇଥାଏ। ମ୍ୟାଲେରିଆ କାରଣରୁ, ଫୁସଫୁସରେ ତରଳ ଜମା ହୋଇପାରେ, ଯେଉଁଥିପାଇଁ ନିଶ୍ୱାସ ନେବାରେ ଅସୁବିଧା ହୁଏ। ବେଳେବେଳେ ମ୍ୟାଲେରିଆ କିଡନୀ-ଯକୃତକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ତଥାପି, ସଠିକ୍ ସମୟରେ ଚିକିସ୍ୟା ହୋଇପାରିଲେ ଔଷଧ ସେବନ ଦ୍ୱାରା ଜଣେ ରୋଗୀ ସୁସ୍ଥ ହୋଇପାରିବେ।

ଚିକେନଗୁନିଆ
ଚିକେନଗୁନିଆ ମଧ୍ୟ ମଶା ଦ୍ୱାରା ହେଉଥିବା ଏକ ରୋଗ। ଏହା ଚିକେନଗୁନିଆ ଭୂତାଣୁ (CHIKV) ଦ୍ୱାରା ବ୍ୟାପିଥାଏ। ଏହାର ପ୍ରଥମ ଲକ୍ଷଣ ହେଉଛି ଜ୍ୱର ଏବଂ ଚର୍ମରେ ଦାଗ। ଏହି ରୋଗ ହେଲେ ଉଚ୍ଚ ଜ୍ୱର ହୋଇଥାଏ। ଦୀର୍ଘ ସମୟ ପର୍ଯ୍ୟନ୍ତ ତାପମାତ୍ରା କମିନଥାଏ। ଏହା ସହିତ ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା, ବାନ୍ତି ଏବଂ ବାନ୍ତି ଲାଗିବା ଭଳି ସମସ୍ୟା ମଧ୍ୟ ହୋଇପାରେ। ଚିକେନଗୁନିଆ ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ଔଷଧ ନାହିଁ। ମଶା ଦ୍ୱାରା ବ୍ୟାପୁଥିବା ଅନ୍ୟ ରୋଗ ପରି ଏହାକୁ ଚିକିତ୍ସା କରାଯାଏ। ଚିକେନଗୁନିଆ ରୋଗୀଙ୍କୁ ପ୍ରଚୁର ଜଳ ଏବଂ ତରଳ ପିଇବାକୁ ପରାମର୍ଶ ଦିଆଯାଏ। 

Odia Health Tips Malaria Dengue Chikungunya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe