Advertisment

ଭୁବନେଶ୍ବର ନୀଳାଦ୍ରି ବିହାର ପାଲଟିଛି ଡେଙ୍ଗୁ ଜୋନ୍

ନୀଳାଦ୍ରି ବିହାରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କର ଘର ଥିବା ବେଳେ ସେଠାରେ ହିଁ ତାଙ୍କ ପତ୍ନୀଙ୍କୁ ଡେଙ୍ଗୁ ହୋଇଥିବା ଜୁଏଲ ଆଜି ଗଣମାଧ୍ୟମକୁ କହିଛନ୍ତି।

Mosquito

Mosquito

Advertisment

ରାଜ୍ୟରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଆଉ ରାଜଧାନୀ ଭୁବନେଶ୍ବରେ ସ୍ଥିତି ଉଦବେଗଜନକ। ବିଶେଷ କରି ଭୁବନେଶ୍ବର ନୀଳାଦ୍ରି ବିହାର ପାଲଟିଛି ଡେଙ୍ଗୁ ଜୋନ୍। କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ନିଧନ ପରେ ଚିନ୍ତା ବଢିଛି। ନୀଳାଦ୍ରି ବିହାରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କର ଘର ଥିବା ବେଳେ ସେଠାରେ ହିଁ ତାଙ୍କ ପତ୍ନୀଙ୍କୁ ଡେଙ୍ଗୁ ହୋଇଥିବା ଜୁଏଲ ଆଜି ଗଣମାଧ୍ୟମକୁ କହିଛନ୍ତି।

Advertisment

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ସମଗ୍ର ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ପାଖାପାଖି ଅଛି । ଖୋର୍ଦ୍ଧାରୁ ସର୍ବାଧିକ ୫୦୦ ପାଖାପାଖି ରୋଗୀ ଅଛନ୍ତି । ଏହାପଛକୁ ରହିଛନ୍ତି ସୁନ୍ଦରଗଡ଼ ଓ ରାଉରକେଲା ସହର, ବଲାଙ୍ଗୀର ଓ କଟକ ।

ସେପଟେ ଡେଙ୍ଗୁ ପ୍ରତି ଲୋକଙ୍କୁ ସଚେତନ ହେବାକୁ ପଡିବ। ଏକାମ୍ର ବିଧାୟକ ବାବୁ ସିଂ ଡେଙ୍ଗୁ ସ୍ଥିତି ପାଇଁ ବିଏମସିକୁ ଦାୟୀ କରିଛନ୍ତି । ଅବହେଳା ପାଇଁ ସରକାରୀସ୍ତରରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଚେତାବନୀ ଦେଇଛନ୍ତି । ସେପଟେ ବିଏମସି ସମସ୍ତ ପଦକ୍ଷେପ ନେଉଥିବା କହିଛନ୍ତି ମେୟର। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe