Advertisment

‘IRC ଭିଲେଜ ଅର୍ବାନ PHC ଓ ପଟିଆ CHCରେ ହେବ ଡେଙ୍ଗୁ ପରୀକ୍ଷା’

ରାଜଧାନୀ ଭୁବନେଶ୍ୱରରେ ବେକାବୁ ହେଉଛି ଡେଙ୍ଗୁ। ଯାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଖୋର୍ଦ୍ଧାରେ ୧୩୩୨ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି।

Dengue

Dengue

Advertisment

ଭୁବନେଶ୍ୱର IRC ଭିଲେଜ ଅର୍ବାନ PHC ଓ ପଟିଆ CHCରେ ଡେଙ୍ଗୁ ପରୀକ୍ଷା ପାଇଁ ଲାବୋରୋଟୋରୀ ଖୋଲାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। କ୍ୟାପିଟାଲ ହସ୍ପିଟାଲ ଉପରୁ ବୋଝ କମାଇବାକୁ ରାଜଧାନୀର ଏହି ୨ଟି ସ୍ଥାନରେ ଡେଙ୍ଗୁ ପରୀକ୍ଷାର ବ୍ୟବସ୍ଥା କରାଯିବ।

Advertisment

ଡାକ୍ତର ମିଶ୍ର କହିଛନ୍ତି, ଆଜିଠାରୁ ୨ରୁ ୩ ଦିନ ମଧ୍ୟରେ IRC ଭିଲେଜ ଅର୍ବାନ PHCରେ କାର୍ଯ୍ୟକାରୀ ହେବ ଡେଙ୍ଗୁ ପରୀକ୍ଷା ଲ୍ୟାବ। ଏହାପରେ ପଟିଆ CHCରେ ଡେଙ୍ଗୁ ପରୀକ୍ଷା ପାଇଁ ଲାବୋରେଟରି ଖୋଲାଯିବ। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ, AIIMS ଭୁବନେଶ୍ଵର ଓ RMRCରେ ଲୋକମାନେ ଡେଙ୍ଗୁ ପରୀକ୍ଷା କରୁଥିଲେ। ଏବେ ଏହି ଦୁଇଟି ସ୍ଥାନରେ ଲ୍ୟାବ କାର୍ଯ୍ୟକାରୀ ହେଲେ ଲୋକଙ୍କ ସମସ୍ୟା ବହୁ ମାତ୍ରାରେ କମିବ ବୋଲି ଡାକ୍ତର ମିଶ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, ସାଧାରଣତଃ ଭାବେ ସେପ୍ଟେମ୍ବର ଯାଏଁ ଡେଙ୍ଗୁ ରୋଗ ଦେଖିବାକୁ ମିଳିଥାଏ। କିନ୍ତୁ ଚଳିତବର୍ଷ ଯେହେତୁ ବର୍ଷା ଚାଲିଛି, ତେଣୁ କେତେଦିନ ପର୍ଯ୍ୟନ୍ତ ଡେଙ୍ଗୁ ରହିବ ତାହା ଆକଳନ କରିବା କଷ୍ଟକର। ସେପଟେ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ଲାଗି ଶଯ୍ୟା ସଂଖ୍ୟା ବଢ଼ାଯାଇଛି। ୪ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଵତନ୍ତ୍ର ବେଡ଼ ବ୍ୟବସ୍ଥା କରାଯାଇଛି। ଯେଉଁମାନଙ୍କର ରୋଗ ସାମାନ୍ୟ ରହିଛି, ସେମାନେ ସେଠାରେ ଚିକିତ୍ସିତ ହୋଇପାରିବେ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Advertisment

ରାଜଧାନୀ ଭୁବନେଶ୍ୱରରେ ବେକାବୁ ହେଉଛି ଡେଙ୍ଗୁ। ଯାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଖୋର୍ଦ୍ଧାରେ ୧୩୩୨ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ନୟାପଲ୍ଳୀ ଅଞ୍ଚଳରୁ ୧୧୧ଜଣ ଡେଙ୍ଗୁ ଚିହ୍ନଟ ହୋଇଥିବା ବେଳେ ଆଚାର୍ଯ୍ୟ ବିହାରରୁ ୧୦୫, ଜୟଦେବ ବିହାରରୁ ୬୬, ୟୁନିଟ୍‌ ୯ରୁ ୫୯, ସହିଦ ନଗରରୁ ୫୬, ୟୁନିଟ୍- ୪ରୁ ୫୦ ଓ ସତ୍ୟନଗରରୁ ୪୯ ଜଣ ଡେଙ୍ଗୁ ରୋଗୀ ଚହ୍ନଟ ହୋଇଛନ୍ତି।

Bhubaneswar Health Bhubaneswar News Dengue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe