Advertisment

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଣିଲା ଦୁଇ ନୂଆ ଗର୍ଭ ନିରୋଧକ

ଗୋଟିଏ ୩ ବର୍ଷ ପାଇଁ ଓ ଅନ୍ୟଟି ୩ ମାସ ପାଇଁ ଗର୍ଭ ଧାରଣକୁ ରୋକି ପାରିବ

author-image
Manoranjan Sial
ଅଦ୍ୟତନ ହୋଇଛି
Pregnant Woman

Pregnant Woman

ରାଜ୍ୟ ପରିବାର ନିୟୋଜନ ବା ଫାମିଲି ପ୍ଲାନିଂ ବାସ୍କେଟ ଅଫ ଚଏସରେ ଯୋଡ଼ିହେଲା ଦୁଇ ନୂଆ ଗର୍ଭ ନିରୋଧକ- ସବ ଡର୍ମାଲ ଇମ୍ପ୍ଲାଣ୍ଟ ଓ ଅନ୍ତରା ଇଞ୍ଜେକସନ। ଆଜି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାର ଉନ୍ମୋଚନ ହୋଇଛି।

Advertisment

ସବ ଡର୍ମାଲ ଇମ୍ପ୍ଲାଣ୍ଟ ବା ଇମ୍ପ୍ଲାନନ ପଦ୍ଧତିରେ ନିଡିଲ ଆକାରର ଏକ ରଡକୁ ମହିଳାଙ୍କ ବାମ ହାତର ଉପର ଭାଗରେ ଚର୍ମ ତଳେ ଲଗାଯିବ। ଇମ୍ପ୍ଲାନନ ୩ ବର୍ଷ ଲାଗି ଶରୀରରେ ରହିବ। ଏଥିରୁ ଏକ ହରମନ କ୍ଷରିତ ହେବ। ଯାହାକି ମହିଳାଙ୍କ ଗର୍ଭ ଧାରଣକୁ ରୋକିବ। ଏହାଛଡ଼ା ଅନ୍ତରା ଇଞ୍ଜେକସନ ବିକଳ୍ପ ବାଛି ମହିଳାମାନେ ୩ ମାସ ପାଇଁ ଗର୍ଭ ଧାରଣକୁ ରୋକିପାରିବେ।

ପ୍ରାରମ୍ଭିକ ଭାବେ ଏହି ଦୁଇ ନୂଆ ଗର୍ଭ ନିରୋଧକ ବିକଳ୍ପକୁ ଗଞ୍ଜାମ, କଟକ, ଗଜପତି ଓ ବାଲେଶ୍ଵର ଜିଲ୍ଲାରେ ଆରମ୍ଭ କରାଯାଇଛି। ଏହାଛଡ଼ା ଏହି ଅବସରରେ ଉନ୍ମୋଚନ ହୋଇଛି ଫାମିଲି ପ୍ଲାନିଂ ୨୦୩୦ ରୋଡମ୍ୟାପ୍‌। ଏ ନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି, ଏବେ ରାଜ୍ୟର ଫର୍ଟିଲିଟି ହାର ୧.୮ ରହିଛି। ଯାହାକି ଅନୁକୂଳ ଫର୍ଟିଲିଟି ହାର ୨.୧ ତୁଳନାରେ କମ୍ ରହିଛି। ତେବେ ରାଜ୍ୟର ଫାମିଲି ପ୍ଲାନିଂ ଚଏସ ଅଫ୍‌ ବାସ୍କେଟକୁ ସମ୍ପ୍ରସାରଣ କରିବା ସହ କିଭଳି ଶତ ପ୍ରତିଶତ ଲୋକଙ୍କ ନିକଟରେ ଏହାକୁ ପହଞ୍ଚାଯାଇ ପାରିବ, ଏହି ରୋଡମ୍ୟାପରେ ଲକ୍ଷ୍ୟ ରଖାଯାଇଛି ବୋଲି ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।

Advertisment
Health Odisha Health