Advertisment

ରାଉରକେଲାରେ ହଇଜା ରୋକିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଲେ ଧର୍ମେନ୍ଦ୍ର

ରାଉରକେଲାରେ ହଇଜା ବ୍ୟାପୀ ପ୍ରାୟ ୧୩ଜଣଙ୍କ ମୃତ୍ୟୁ ଅଭିଯୋଗ ହେବାପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସହଯୋଗ ଲୋଡ଼ିଛନ୍ତି।

author-image
Ordigital Desk
Dharmendra Pradhan

Dharmendra Pradhan

ରାଉରକେଲାରେ ହଇଜା ବ୍ୟାପୀ ପ୍ରାୟ ୧୩ଜଣଙ୍କ ମୃତ୍ୟୁ ଅଭିଯୋଗ ହେବାପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସହଯୋଗ ଲୋଡ଼ିଛନ୍ତି। ଶ୍ରୀ ପ୍ରଧାନ ଆଜି ଚିଠି ଲେଖି ରାଉରକେଲାରେ ହଇଜା ସ୍ଥିତି ଉପରେ ତୁରନ୍ତ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ସହାୟତା ଦେବା ଓ ବ୍ୟକ୍ତିଗତ ଭାବେ ଏହା ବିଚାର କରିବାକୁ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ରାଉରକେଲା ସହରରେ ନିକଟରେ ହଇଜା ବ୍ୟାପିଛି । ଏହାର ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ସହାୟତାର ତୁରନ୍ତ ଆବଶ୍ୟକତା ରହିଛି । ହଇଜା ଯୋଗୁ ରାଉରକେଲାରେ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ପ୍ରାୟ ୮ଜଣଙ୍କ ମୃତ୍ୟୁ ହୋଇଛି ଓ ପ୍ରାୟ ୬୦୦ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୂଷିତ ଜଳ ଯୋଗୁ ଏହି ହଇଜା ବ୍ୟାପିଥିବା ସନ୍ଦେହ କରାଯାଉଛି । ତେଣୁ ଏହି ହଇଜା ସ୍ଥିତିକୁ ତୁରନ୍ତ ନିୟନ୍ତ୍ରଣର ଆବଶ୍ୟକତା ରହିଛି।

Advertisment

ସେହିପରି ନିଜ ଟ୍ୱିଟର(ଏକ୍ସ) ହ୍ୟାଣ୍ଡଲରେ ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ, ରାଉରକେଲା ସହର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳରେ ଗତ କିଛିଦିନ ଧରି ଲୋକେ ହଇଜାରେ ପ୍ରାଣ ହରାଉଥିବା ଖବର ମୋତେ ମର୍ମାହତ କ଼ରିଛି । ରାଉରକେଲା ଭଳି ସହରରେ ଶହ ଶହ ଲୋକେ ହଇଜା ଆକ୍ରାନ୍ତ ହେବା ମୋତେ ବିବ୍ରତ କରିଛି । ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ସହ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଜରୁରୀ । ପ୍ରଦୂଷିତ ଅଂଚଳରେ ଘରକୁ ଘର ବୁଲି ସ୍କ୍ରିନିଂ କରାଇବା ସହ ଲୋକଙ୍କୁ ସଚେତନ କରିବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏଜେନ୍ସୀ ସହ ମିଶି ହଇଜା ସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ରାଉରକେଲା ସହରରେ ହଇଜାରେ ଏପର୍ଯ୍ୟନ୍ତ ୬ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ ସ୍ୱୀକାର କରାଯାଉଛି । ମାତ୍ର ବାସ୍ତବରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି ।

Advertisment
Health Dharmendra Pradhan Raurkela