Advertisment

କେବଳ ଜାମୁକୋଳି ନୁହେଁ, ପତ୍ର ଆଉ ମଞ୍ଜି ଖାଇଲେ ବି ମଧୁମେହ ଭଲ ହୋଇଯିବ!

କେବଳ ଜାମୁକୋଳି ନୁହେଁ, ଏହାର ପତ୍ର, ଫଳ ଏବଂ ମଞ୍ଜି ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରି, କିପରି ବ୍ୟବହାର କରିବେ, ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Blackberry

Blackberry

ସମଗ୍ର ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜୀବନଶୈଳୀକୁ ନେଇ ଜଡ଼ିତ ଏହି ରୋଗର ବର୍ତ୍ତମାନ ସୁଧା କୌଣସି ନିର୍ଦ୍ଦିଷ୍ଟ ଉପଶମକାରୀ ଔଷଧ ଆବିଷ୍କାର ହୋଇ ପାରିନାହିଁ। କେବଳ ଖାଦ୍ୟପେୟରେ କଟକଣା ମାଧ୍ୟମରେ ମଧୁମେହକୁ ନିୟନ୍ତ୍ରଣ କରାଯାଇ ପାରିବ। ତେଣୁ ମଧୁମେହ ରୋଗୀ କ'ଣ ଖାଇବେ ଓ କ'ଣ ନ ଖାଇବେ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ।

Advertisment

ମଧୁମେହ ରୋଗୀଙ୍କୁ ବିଭିନ୍ନ ପ୍ରକାର ଫଳ ଖାଇବାକୁ ବାରଣ କରାଯାଉ ଥିଲେ ମଧ୍ୟ ଜାମୁକୋଳି ଏକ ଏପରି ଫଳ ଯାହା ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରୀ। କେବଳ ଜାମୁକୋଳି ନୁହେଁ, ଏହାର ପତ୍ର, ଫଳ ଏବଂ ମଞ୍ଜି ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ। ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...

ମଧୁମେହରେ ଜାମୁକୋଳି କିପରି ଲାଭଦାୟକ:-

ଜାମୁକୋଳି ମଞ୍ଜି: ଜାମୁକୋଳି ମଞ୍ଜିରେ ଜାମ୍ବୋଲିନ୍ ନାମକ ଏକ ଯୌଗିକ ଥାଏ, ଯାହାର ମଧୁମେହ ବିରୋଧୀ ଗୁଣ ରହିଛି। ଏହି ଯୌଗିକ ରକ୍ତରେ ଶର୍କରା ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ।

Advertisment

ଜାମୁକୋଳି ପତ୍ର: ଜାମୁକୋଳି ପତ୍ର ଇନସୁଲିନ୍ ଉତ୍ପାଦନ ବୃଦ୍ଧି କରିଥାଏ ଏବଂ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ। ଆହୁରି ମଧ୍ୟ ଜାମୁକୋଳି ପତ୍ରରେ ଆଣ୍ଟିହାଇପରଲିପିଡେମିକ୍, ଆଣ୍ଟିହାଇପରଗ୍ଲିସେମିକ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ଗୁଣ ମିଳିଥାଏ। ଯେଉଁ କାରଣରୁ ରକ୍ତରେ ଶର୍କରା ନିୟନ୍ତ୍ରିତ ହୁଏ, ଏହାର ପତ୍ର ଅକ୍ସିଡେଟିଭ୍ ଚାପ ଏବଂ ପ୍ରଦାହକୁ ମଧ୍ୟ ହ୍ରାସ କରିଥାଏ।

ଜାମୁକୋଳି: ଜାମୁକୋଳି ଇନସୁଲିନ୍ ବୃଦ୍ଧିରେ ସାହାଯ୍ୟ କରେ, ଯାହା ଗ୍ଲୁକୋଜକୁ ସହଜରେ କୋଷରେ ପ୍ରବେଶ କରିବାକୁ ଦେଇଥାଏ ଏବଂ ରକ୍ତରେ ଶର୍କରା ସ୍ତର ହ୍ରାସ କରିଥାଏ। ଏଥିରେ ଥିବା ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ରକ୍ତରେ ଶର୍କରା ଅବଶୋଷଣକୁ ମନ୍ଥର କରିବାରେ ସାହାଯ୍ୟ କରିଥାଏ। ଏହା ଫଳରେ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇଥାଏ।

ମଧୁମେହରେ ଜାମୁକୋଳିକୁ କିପରି ବ୍ୟବହାର କରିବେ

  • ଜାମୁକୋଳି ମଞ୍ଜିରୁ ପାଉଡର ତିଆରି କରି ଏହାକୁ ଖାଇପାରିବେ। ପ୍ରତିଦିନ ସକାଳେ ଖାଲି ପେଟରେ ପାଉଡରରେ ପାଣି ମିଶାଇ ପିଇପାରିବେ। ଏହା କରିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିପାରେ। ଏହା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ଆରାମ ଦେଇପାରେ।
  • 250 ଗ୍ରାମ ଜାମୁକୋଳିକୁ ଅଧା ଲିଟର ପାଣିରେ ଭଲ ଭାବରେ ଫୁଟାନ୍ତୁ। ଭଲ ବାବେ ପାଣି ଫୁଟିଯିବା ପରେ ଜାମୁକୋଳିକୁ ଭଲ ଭାବେ ଚକଟି ମଞ୍ଜି ଏବଂ ଚୋପାକୁ ବାହାର କରି ଦିଅନ୍ତୁ। ପ୍ରତିଦିନ ଏହି ପାଣି ପିଅନ୍ତୁ। 
  • ଜାମୁକୋଳି ପତ୍ରର ପାଉଡର ମଧ୍ୟ ପ୍ରସ୍ତୁତ କରିପାରିବେ। ଏହି ପାଉଡରକୁ ସକାଳେ ଏବଂ ସନ୍ଧ୍ୟାରେ କାଢ଼ା ଭଳି ପିଇପାରିବେ।
Diabetes Health Tips Blackberry Jamun