Advertisment

ବ୍ୟାପୁଛି ଝାଡ଼ାବାନ୍ତି, ଗାଁରେ ଡେରା ପକାଇଛି ମେଡ଼ିକାଲ୍‌ ଟିମ୍‌

ଗାଁର ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବାକୁ ପରାମର୍ଶ ଦିଆଯାଉଛି। ଖୋଲା କୂଅରେ ବ୍ଲିଚିଂ ପାୱାଡ଼ର ପକାଯାଉଛି। ପାନୀୟ ଜଳ ନମୂନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠା ଯାଇଛି।

Patnagarh

Patnagarh

Advertisment

ବ୍ୟାପୁଛି ଝାଡ଼ାବାନ୍ତି। ଘରକୁ ଘର ବ୍ୟାପୁଛି ଝାଡ଼ାବାନ୍ତି। ସ୍ଥିତି ଭୟଙ୍କର ହେବା ପୂର୍ବରୁ ଗାଁରେ ପହଞ୍ଚିଛି ମେଡ଼ିକାଲ୍‌ ଟିମ୍‌। ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହିତ ଆବଶ୍ୟକୀୟ ମେଡ଼ିସିନ୍‌ ଯୋଗାଇ ଦିଆଯାଉଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଚିତ୍ର।

Advertisment

ପାଟଣାଗଡ଼ ଉପଖଣ୍ଡର ଲାରମ୍ଭା ଥାନା ବୁର୍ଡାବାହାଲ ଗାଁରେ ବ୍ୟାପୁଛି ଝାଡାବାନ୍ତି। ୧୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପାଟଣାଗଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବାକି ୪ ଜଣ ଘରେ ଚିକିତ୍ସିତ ହେଉଛନ୍ତି। ଝାଡ଼ାବାନ୍ତି ବ୍ୟାପୁଥିବା ସମ୍ପର୍କରେ ଖବର ପାଇ ସ୍ୱତନ୍ତ୍ର ମେଡ଼ିକାଲ୍‌ ଟିମ୍‌ ଗାଁରେ ପହଞ୍ଚି ଡେରା ପକାଇଛି। ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି। ଏଥିସହ ଆବଶ୍ୟକୀୟ ଔଷଧ ମଧ୍ୟ ବଣ୍ଟନ କରାଯାଉଛି।

ଗାଁର ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବାକୁ ପରାମର୍ଶ ଦିଆଯାଉଛି। ଖୋଲା କୂଅରେ ବ୍ଲିଚିଂ ପାୱାଡ଼ର ପକାଯାଉଛି। ପାନୀୟ ଜଳ ନମୂନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠା ଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଝାଡାବାନ୍ତି ବ୍ୟାପିବାର କାରଣ ଜଣାପଡ଼ି ନାହିଁ। ସେପଟେ ଆସନ୍ତାକାଲିଁଠାରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଆରମ୍ଭ ହେଉଛି। ତା’ପୂର୍ବରୁ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

Advertisment

ପାଟଣାଗଡ଼ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ପୀତବାସ ସା କହିଛନ୍ତି, ଗତ ଦୁଇ ଦିନ ହେଲା ବୁର୍ଡାବାହାଲ ଗାଁରେ ଝାଡ଼ାବାନ୍ତି ବ୍ୟାପୁଛି। ଗାଁର ୬ ଜଣ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଭିତରୁ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଉକ୍ତ ଗାଁକୁ ମେଡ଼ିକାଲ୍‌ ଟିମ୍‌ ଯାଇଛି। ଗାଁ ଲୋକଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ଡାକ୍ତର ସା କହିଛନ୍ତି।

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡ଼େକ୍‌

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe