Advertisment

ଷ୍ଟିଲ ସିଟି ରାଉରକେଲାରେ ଝାଡ଼ାବାନ୍ତି ଅଣାୟତ୍ତ

ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାଉରକେଲା ଯାଇ ସ୍ଥିତି ସମୀକ୍ଷା କରିଛନ୍ତି।

Advertisment

ସ୍ମାର୍ଟ ସିଟି ରାଉରକେଲାର ସ୍ୱାସ୍ଥ୍ୟ ଅବସ୍ଥା ବେହାଲ୍‌। ବ୍ୟାପୀ ଚାଲିଛି ଝାଡ଼ାବାନ୍ତି। ଗୋଟିଏ ପଡ଼ାରୁ ଅନ୍ୟ ପଡ଼ାକୁ ଡେଉଁଛି ଝାଡ଼ାବାନ୍ତି। ଯେଉଁଥିରେ ଗଲାଣି ସରକାରୀ ଭାବେ ୬ ଜଣଙ୍କ ପ୍ରାଣ। ହେଲେ ବେସରକାରୀ ଭାବେ ୧୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ସେପଟେ ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାଉରକେଲା ଯାଇ ସ୍ଥିତି ସମୀକ୍ଷା କରିଛନ୍ତି।

Advertisment
Odisha Rourkela Diarrhea
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe