Advertisment

ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି; ଜଣେ ମୃତ, ୪୭ ଆକ୍ରାନ୍ତ!

ଗତ ୧୯ ତାରିଖରେ କେତେକ ଗାଁ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଏହା ପରେ ପ୍ରଶାସନ ତତ୍ପର ହୋଇଥିଲା। ପ୍ରଭାବିତ ଗାଁକୁ ମେଡ଼ିକାଲ୍‌ ଟିମ୍‌ ଯାଇଥିଲା।

Sambalpur

Sambalpur

Advertisment

ଗାଁରେ ବ୍ୟାପୁଛି ଝାଡାବାନ୍ତି। ଗତ ତିନି ଦିନରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୭ ଜଣ ଅସୁସ୍ଥ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏପରି ଖବର ଆସିଛି ସମ୍ବଲପୁର ଜିଲ୍ଲା ମହମ୍ମଦପୁର ଗାଁରୁ। ଦୂଷିତ ପାଣି ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ଅନୁମାନ କରାଯାଉଛି।

Advertisment

ହୀରାକୁଦ ଡ୍ୟାମ୍‌ ଉପକଣ୍ଠ ମହମ୍ମଦପୁର ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି। ଏହି ରୋଗ ଏବେ ଘରକୁ ଘର ବ୍ୟାପିବାରେ ଲାଗିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୭ ଜଣ ଆକ୍ରାନ୍ତ ହୋଇ ହୀରାକୁଦ ଓ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୂଷିତ ପାନୀୟ ଜଳ ପିଇବା ଯୋଗୁ ଗାଁ ଲୋକେ ଝାଡ଼ାବାନ୍ତିରେ ଆକ୍ରନ୍ତ ହେଉଥିବା ଆଲୋଚନା ହେଉଛି।

ଗତ ୧୯ ତାରିଖରେ କେତେକ ଗାଁ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଏହା ପରେ ପ୍ରଶାସନ ତତ୍ପର ହୋଇଥିଲା। ପ୍ରଭାବିତ ଗାଁକୁ ମେଡ଼ିକାଲ୍‌ ଟିମ୍‌ ଯାଇଥିଲା। ଗାଁର ପରିବେଶ ଅନୁଧ୍ୟାନ କରିବା ସହିତ ପାନୀୟ ଜଳର ନମୁନା ସଂଗ୍ରହ କରିଥିଲା। ଏଥିସହ ଗାଁରେ ସଚେତନତା କରାଯାଇଥିଲା। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ଔଷଧ ଓ ଓଆର୍‌ଏସ୍‌ ବଣ୍ଟନ କରାଯାଉଛି। ବ୍ଲିଂଚିଂ ପାୱଡର ପକାଯାଉଛି। ସମସ୍ତଙ୍କର ସମାନ ଲକ୍ଷଣ ହୋଇଥିବାରୁ ଖାଦ୍ୟ କିମ୍ବା ପାନୀୟ ଜଳ ପ୍ରଦୂଷିତ ହୋଇଥିବା ମେଡ଼ିକାଲ୍‌ ଟିମ୍‌ ଅନୁମାନ କରୁଛି।

Advertisment
Health Teamରୋଗୀଙ୍କ ଚିକିତ୍ସା କରୁଛନ୍ତି ମେଡ଼ିକାଲ୍‌ ଟିମ୍‌

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କହିବା ଅନୁସାରେ ଗାଁ ଲୋକେ ନିକଟରେ ଥିବା କେନାଲ ଜଳ ବ୍ୟବହାର କରୁଛନ୍ତି। ସେଥିପାଇଁ ଝାଡ଼ାବାନ୍ତି ବ୍ୟାପୁଥିବା ଅନୁମାନ କରାଯାଉଛି। ତେଣୁ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।

Health Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe